
ବାଇକ୍ ଅରୋହୀଙ୍କୁ ଧକ୍କା ଦେଲା ହାଇୱା। ବାଇକ୍ ଅରୋହୀ ମୃତ। ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଏକତାଳ ଛକରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଘଟଣା ସ୍ଥଳରେ ପୁରୁଣାକଟକ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତକ ଜଣକ ହେଲେ ବାହାଲି ଗାଁର ସୁନୀଲ ପାତ୍ର।
ସୂଚନା ମୁତାବକ, ସୋମବାର ସକାଳେ ପୁରୁଣାକଟକ ଥାନା ବାହାଲି ଗ୍ରାମର ସୁନୀଲ ପାତ୍ର ଗାଁରୁ ଚାରିଛକ ଆସୁଥିଲେ। ଏତିକି ବେଳେ ଏକତାଳ ଛକ ନିକଟରେ ଏକ ହାଇୱା ତାଙ୍କ ବାଇକ୍ କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ପୁରୁଣାକଟକ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
