Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବିନିକାରେ ଅଭାବନୀୟ ଘଟଣା: ୧୧ ଦିନ ପରେ ମାଟି ତଳୁ ମିଳିଲା ନିଖୋଜ ଶ୍ରମିକଙ୍କ ମୃତଦେହ, ୫ ଅଟକ

Posted on December 28, 2025

ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗତ ୧୧ ଦିନ ଧରି ନିଖୋଜ ଥିବା ଜଣେ ଶ୍ରମିକଙ୍କ ମୃତଦେହ ମାଟି ତଳୁ ପୋତା ହୋଇଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଉଛନ୍ତି ଗୁଲାପଡା ଗ୍ରାମର ପ୍ରକାଶ ମହାନ୍ତି। ଏହି ଘଟଣାରେ ହତ୍ୟା ସନ୍ଦେହ କରି ପୋଲିସ ଛାନବିନ ଜାରି ରଖିବା ସହ ୫ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚୁରା କରୁଛି।

ସୂଚନା ଅନୁଯାୟୀ, ଗୁଲାପଡା ଗ୍ରାମର ପ୍ରକାଶ ମହାନ୍ତି ଜଣେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ଗତ ୧୮ ତାରିଖ ଦିନ ସେ କାମ ସାରି ଘରକୁ ଫେରିଥିଲେ। ପରେ “ଚପଲ କିଣିବାକୁ ଯାଉଛି” କହି ଘରୁ ବାହାରିଥିଲେ, କିନ୍ତୁ ସେବେଠାରୁ ସେ ଆଉ ଘରକୁ ଫେରିନଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନଥିଲା। ଶେଷରେ ପ୍ରକାଶଙ୍କ ସ୍ତ୍ରୀ ବିନିକା ଥାନାରେ ଏକ ନିଖୋଜ ଏତଲା ଦେଇଥିଲେ।

ଏହି ଅଭିଯୋଗକୁ ଆଧାର କରି ବିନିକା ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ ପୋଲିସକୁ କିଛି ଗୁରୁତ୍ୱପୂର୍ଣ୍ଣ ସୁରାକ ମିଳିଥିଲା। ଘଟଣାରେ ସନ୍ଦେହ କରି ପୋଲିସ ୫ ଜଣ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚୁରା କରୁଥିଲା। ସେମାନଙ୍କ ଠାରୁ ମିଳିଥିବା ସୂଚନା ଆଧାରରେ ପୋଲିସ ଜାଣିବାକୁ ପାଇଥିଲା ଯେ, ପ୍ରକାଶଙ୍କୁ ହତ୍ୟା କରାଯାଇ ମାଟି ତଳେ ପୋତି ଦିଆଯାଇଛି।

ପ୍ରକାଶଙ୍କୁ କେହି ମାରି ପୋତି ଦେଇଥିବା ନେଇ ପରିବାର ଓ ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି। ତେବେ ହତ୍ୟାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାସ୍ଥଳରେ ବରିଷ୍ଠ ଅଧିକାରୀମାନେ ପହଞ୍ଚି ଅଧିକ ତଦନ୍ତ ଚଳାଇଛନ୍ତି। ୧୧ ଦିନ ଧରି ନିଖୋଜ ଥିବା ପ୍ରକାଶଙ୍କ ଏଭଳି ଦୁର୍ଦ୍ଦଶାଜନକ ମୃତ୍ୟୁ ଖବର ପରେ ଗୁଲାପଡା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme