Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ସ୍ମାର୍ଟ ମିଟରକୁ ନେଇ ଅସନ୍ତୋଷ ଗ୍ରାହକ

Posted on December 28, 2025

ସ୍ମାର୍ଟ ମିଟର ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି ସରକାର ।  ହେଲେ ଏ ମିଟର ଲଗାଯିବା ଘଟଣା ଓଡ଼ିଶାରେ ନୂଆ ବିବାଦ ସୃଷ୍ଟି କଲାଣି । କେଉଁ କଂପାନିର ମିଟର ଲଗାଇବେ କର୍ତ୍ତୃପକ୍ଷ? ଘରୋଇ କମ୍ପାନୀ ପାଇଁ ରାଜ୍ୟବାସୀ କାହିଁକି କ୍ଷତି ସହିବେ ? ଏମିତି ମାଳ ମାଳ ପ୍ରଶ୍ନରେ ଛନ୍ଦି ହୋଇଗଲାଣି ସ୍ମାର୍ଟ ମିଟର । ଉପଭୋକ୍ତା ମହାସଂଘର ଏସବୁ ପ୍ରଶ୍ନର କିନ୍ତୁ ଏଯାଏଁ ଉତ୍ତର ଦେଇନାହାନ୍ତି ସରକାର । 

ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନା-ସ୍ମାର୍ଟ ମିଟର ସଂଯୋଗର ପ୍ରଥମ ପର୍ଯ୍ୟାୟ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି ।   ହେଲେ ଉପଭୋକ୍ତା ମହାସଂଘ କହୁଛି ଯେ ଅନେକ ଦିନ ପୂର୍ବରୁ ଲାଗିଲାଣି  ସ୍ମାର୍ଟ ମିଟର ।  କେବଳ ସେତିକି ନୁହେଁ,  ଟାଟା ପାଓ୍ବାର ଲଗାଉଥିବା ମିଟରର ବିଶ୍ବନିୟତା ଉପରେ ବି ଉଠାଇଛନ୍ତି ପ୍ରଶ୍ନ । ମିଟର କିଏ ଦେଉଛି ? ଏଥିପାଇଁ ଖୋଲା ଟେଣ୍ଡର ହୋଇଥିଲା ତ?

ଏସବୁ କେତେ ଉପଯୁକ୍ତ, କିଏ ଯାଞ୍ଚ କରିଛି? ବୋଲି ପ୍ରଶ୍ନ କରିଛି ଉପଭୋକ୍ତା ସଂଘ ।  ଟାଟା ପୁଞ୍ଜିନିବେଶ ନକରି ରାଜ୍ୟ ବଜେଟ ଅନୁଦାନ ମାଧ୍ୟମରେ ସ୍ମାର୍ଟ ମିଟର ଲଗାଉଛି ।  ଏଥିପାଇଁ ରାଜ୍ୟ କ୍ୟାବିନେଟ ପ୍ରଥମ ପର୍ଯ୍ୟାୟ ଅର୍ଥ ପ୍ରସ୍ତାବରେ ମୋହର ମାରିଛି ।  ସ୍ମାର୍ଟ ମିଟର ପାଇଁ ଅନ୍ୟ ରାଜ୍ୟ କେନ୍ଦ୍ରୀୟ ଅନୁଦାନ ପାଉଥିଲାବେଳେ ଓଡିଶା ସରକାର କାହିଁକି  ନିଜେ ଖର୍ଚ୍ଚ କରିବେ ବୋଲି ପଚାରିଛନ୍ତି ଶକ୍ତି ସମୀକ୍ଷକ ।  କିଛି ବିଶେଷଜ୍ଞ ପରାମର୍ଶ ଦେଇ କହିଛନ୍ତି ସ୍ମାର୍ଟ ମିଟର ଲଗାଇବା ବେଳେ ଉପଭୋକ୍ତାଙ୍କ ଘରେ ଥିବା ପୁରୁଣା ମିଟରକୁ ମଧ୍ୟ ଚାଲୁ ରଖାଯାଉ, ଫଳରେ ସ୍ମାର୍ଟ ମିଟରର କାର୍ଯ୍ୟଦକ୍ଷତା ବୁଝାପଡ଼ିବ । 

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme