Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଦିନକରେ ରୁପା ୨୦ ହଜାର ମହଙ୍ଗା, ସୁନା ଲକ୍ଷେ ୪୧ ହଜାର ଉପରେ

Posted on December 28, 2025

ସୁନା ଏବଂ ରୁପା ଦରବୃଦ୍ଧିରେ ଲାଗୁନି ବ୍ରେକ୍ । ବିଭିନ୍ନ ପ୍ରକାର ଭୁ-ରାଜନୈତିକ ସମସ୍ୟା ମଧ୍ୟରେ ଉଭୟ ଧାତୁ ନିବେଶର ସୁରକ୍ଷିତ ମାଧ୍ୟମ ପାଲଟିଛି । ଚାହିଦା ବଢ଼ିବା ସହିତ ଧାତୁ ଦ୍ୱୟ ମହଙ୍ଗା ହୋଇଚାଲିଛି । ତେବେ ସୁନା ତୁଳନାରେ ରକେଟ୍ ବେଗରେ ବଢ଼ିଚାଲିଛି ରୁପା ଦର । ବର୍ଷକରେ ଏହା ୩ ଗୁଣା ମହଙ୍ଗା ହେଲାଣି । ଚାହିଦା ଏବଂ ଯୋଗାଣ ମଧ୍ୟରେ ପ୍ରଭେଦ ରୁପା ଦରକୁ ଦ୍ରୁତ ବେଗରେ ବଢ଼ାଇଚାଲିଛି ।

ସୁନା ଲକ୍ଷେ ୪୧ ହଜାର ପାର୍ କରିଥିବାବେଳେ ରୁପା ୩ ଲକ୍ଷ ଆଡ଼କୁ ମୁହାଁଇଲାଣି ।  ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୨୪ ଏବଂ ୨୨ କ୍ୟାରେଟ୍ ସୁନା ଦରରେ ଯଥାକ୍ରମେ ୧୨୦୦ ଟଙ୍କା ଏବଂ ୧୧୦୦ ଟଙ୍କା ବୃଦ୍ଧି ଘଟିଛି । ଫଳରେ ଉଭୟ ଯଥାକ୍ରମେ ୧,୪୧,୨୨୦ ଟଙ୍କା ଏବଂ ୧,୨୯,୪୫୦ ଟଙ୍କା ହୋଇଛି । ଅନ୍ୟପକ୍ଷରେ, କିଲୋଗ୍ରାମ ପିଛା ରୁପା ୨୦,୦୦୦ ଟଙ୍କା ମହଙ୍ଗା ହୋଇ ୨,୭୪,୦୦୦ ଟଙ୍କାରେ ପହଞ୍ଚିଥିବା ଜଣାପଡ଼ିଛି । ରୁପା ଦର ବଢ଼ିବାର ୪ଟି ବଡ଼ କାରଣ ରହିଛି । ସୋଲାର, ଇଲେକ୍ଟ୍ରୋନିକ୍ସ ଏବଂ ଇ-ଯାନର ବହୁଳ ବ୍ୟବହାର ଯୋଗୁ ରୁପା କେବଳ ଏକ ଗହଣା ନୁହେଁ, ଏହା ଜରୁରୀ କଞ୍ଚାମାଲ ପାଲଟିଛି । ଟ୍ରମ୍ପଙ୍କ ଟାରିଫ ଡରରେ ଆମେରିକୀୟ କମ୍ପାନିଗୁଡ଼ିକ ବଡ଼ ଆକାରରେ ରୁପା ଠୁଳ କରୁଛନ୍ତି । ଫଳରେ ଯୋଗାଣ ଅଭାବ ଯୋଗୁ ଦର ଉପରକୁ ଯାଉଛି । ଉତ୍ପାଦନ ବାଧା ପାଇବା ଡରରେ ଲୋକେ ଆଗୁଆ ରୁପା କିଣୁଛନ୍ତି । ଫଳରେ ଆଗାମୀ ଦିନଗୁଡ଼ିକରେ ରୁପା ଦର ଆହୁରି ବଢ଼ିବା ସମ୍ଭାବନା ରହିଛି । ନିବେଶକ ରୁପା ଇଟିଏଫ୍ ଜରିଆରେ ପ୍ରଚୁର ନିବେଶ କରୁଛନ୍ତି, ଯାହାଫଳରେ ଏହି ଧାତୁର ଚାହିଦା ବଢୁଛି । ଗୋଟିଏ ସପ୍ତାହରେ ରୁପା ୪୮,୦୦୦ ଟଙ୍କା ବଢ଼ିଯାଇଛି ।

ଅନ୍ୟପକ୍ଷରେ, ସୁନା ଦର ବଢ଼ିବାର ଅନେକ ପ୍ରମୁଖ କାରଣ ରହିଛି । ରୁଷ-ୟୁକ୍ରେନ ଯୁଦ୍ଧ ଏବଂ ବିଶ୍ୱବ୍ୟାପୀ ଅଶାନ୍ତି ମଧ୍ୟରେ ନିବେଶକ ସୁନାରେ ନିବେଶ କରିବାକୁ ସୁରକ୍ଷିତ ମଣୁଛନ୍ତି । ଏହା ଫଳରେ ଧାତୁର ଚାହିଦା ବୃଦ୍ଧି ପାଉଛି, ଯାହାକି ଦରବୃଦ୍ଧିର ପ୍ରମୁଖ କାରଣ । ସେହିଭଳି ଚୀନ୍ ଭଳି ଦେଶ ନିଜ ରିଜର୍ଭ ବ୍ୟାଙ୍କ୍ରେ ସୁନା ଭରିଚାଲିଛି । ଏହା ଗୋଟିଏ ବର୍ଷରେ ପ୍ରାୟ ୯୦୦ ଟନ୍ରୁ ଊଦ୍ଧ୍ୱର୍ ସୁନା କିଣୁଛି, ଯାହାକି ସୁନା ଦରକୁ ଉପରମୁହାଁ କରୁଛି । ବିଶ୍ୱବ୍ୟାପୀ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଡଲାର ଉପରୁ ନିର୍ଭରତା କମାଇବା ସହ ସୁନା ଭଣ୍ଡାର ବଢ଼ାଉ ଥିବାରୁ ଦର ଏବେ ବଢ଼ିଚାଲିଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme