Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଶିକାରୀ ଫାଶରେ ପଡ଼ିଲା ବାଘ

Posted on December 28, 2025

ଓଡ଼ିଶା-ଛତିଶଗଡ଼ ସୀମାନ୍ତ କୋକୋଡ଼ି ଗାଁ ନିକଟ ଜଙ୍ଗଲରେ ଶିକାରୀ ଫାଶରେ ଏକ କଲରାପତରିଆ ବାଘ ପଡ଼ିଯାଇଥିଲା। ସାତଦିନ ପରେ ଛତିଶଗଡ଼ ବନବିଭାଗ ତାକୁ ଉଦ୍ଧାର କରିଛି। ଶିକାର ଆଶାରେ ଜଙ୍ଗଲ ଭିତରେ ଶିକାରୀମାନେ ମଟରସାଇକେଲର କ୍ଲଚ୍‌ୱେର୍‌ରେ ଫାଶ ତିଆରି କରି ବିଛାଇଥିଲେ। ଏହି ଫାଶରେ କଲରାପତରିଆଟି ଲାଖିଯିବା ପରେ ଆଉ ମୁକୁଳି ପାରିନଥିଲା। ଏହି ଘଟଣା ୭ ଦିନ ତଳେ ଘଟିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏ ସଂକ୍ରାନ୍ତରେ ସେମାନେ ବନ ବିଭାଗକୁ ଖବର ଦେଇଥିଲେ। 

ଉକ୍ତ ଅଞ୍ଚଳ ମାଓବାଦୀ ଅଧ୍ୟୁଷିତ ହୋଇଥିବାରୁ ଡ୍ରୋନ୍ ସାହାଯ୍ୟରେ ବନ ବିଭାଗ ସ୍ଥିତି ଅନୁଧ୍ୟାନ କରିଥିଲା। ବନ ବିଭାଗର ଏସ୍‌ଡିଓ ଗୋପାଳ କଶ୍ୟପଙ୍କ ତତ୍ତ୍ୱାବଧାନରେ ବାଘଟିକୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଏବେ ଜଙ୍ଗଲ ସଫାରୀ ହସ୍ପିଟାଲରେ ତାର ଚିକିତ୍ସା କରାଯାଉଛି। ଶିକାରୀଙ୍କୁ ଧରାଇବା ଲୋକଙ୍କ ପାଇଁ ୧୦ ହଜାର ଟଙ୍କାର ପୁରସ୍କାର ମଧ୍ୟ ଘୋଷଣା କରିଛି ଛତିଶଗଡ଼ ବନ ବିଭାଗ। ଜଙ୍ଗଲ ଭିତରେ ସ୍ପାଏ କ୍ୟାମେରା ଲଗାଯାଇଥିବା ବେଳେ ଗତ ସାତଦିନ ମଧ୍ୟରେ ୧୯ ଜଣ ଶିକାରୀଙ୍କୁ ଆଣ୍ଟିପୋଚିଂ ଟିମ୍‌ ଗିରଫ କରିଥିବା ଜଣାପଡ଼ିଛି। ବାଘଟି ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଜଙ୍ଗଲ ବା କୌଣସି ଚିଡ଼ିଆଖାନାରେ ଛଡ଼ାଯିବ ବୋଲି ସୂଚନା ଦିଆଯାଇଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme