Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଶିକାରୀ ଫାଶରେ ପଡ଼ିଲା ବାଘ

Posted on December 28, 2025

ଓଡ଼ିଶା-ଛତିଶଗଡ଼ ସୀମାନ୍ତ କୋକୋଡ଼ି ଗାଁ ନିକଟ ଜଙ୍ଗଲରେ ଶିକାରୀ ଫାଶରେ ଏକ କଲରାପତରିଆ ବାଘ ପଡ଼ିଯାଇଥିଲା। ସାତଦିନ ପରେ ଛତିଶଗଡ଼ ବନବିଭାଗ ତାକୁ ଉଦ୍ଧାର କରିଛି। ଶିକାର ଆଶାରେ ଜଙ୍ଗଲ ଭିତରେ ଶିକାରୀମାନେ ମଟରସାଇକେଲର କ୍ଲଚ୍‌ୱେର୍‌ରେ ଫାଶ ତିଆରି କରି ବିଛାଇଥିଲେ। ଏହି ଫାଶରେ କଲରାପତରିଆଟି ଲାଖିଯିବା ପରେ ଆଉ ମୁକୁଳି ପାରିନଥିଲା। ଏହି ଘଟଣା ୭ ଦିନ ତଳେ ଘଟିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏ ସଂକ୍ରାନ୍ତରେ ସେମାନେ ବନ ବିଭାଗକୁ ଖବର ଦେଇଥିଲେ। 

ଉକ୍ତ ଅଞ୍ଚଳ ମାଓବାଦୀ ଅଧ୍ୟୁଷିତ ହୋଇଥିବାରୁ ଡ୍ରୋନ୍ ସାହାଯ୍ୟରେ ବନ ବିଭାଗ ସ୍ଥିତି ଅନୁଧ୍ୟାନ କରିଥିଲା। ବନ ବିଭାଗର ଏସ୍‌ଡିଓ ଗୋପାଳ କଶ୍ୟପଙ୍କ ତତ୍ତ୍ୱାବଧାନରେ ବାଘଟିକୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଏବେ ଜଙ୍ଗଲ ସଫାରୀ ହସ୍ପିଟାଲରେ ତାର ଚିକିତ୍ସା କରାଯାଉଛି। ଶିକାରୀଙ୍କୁ ଧରାଇବା ଲୋକଙ୍କ ପାଇଁ ୧୦ ହଜାର ଟଙ୍କାର ପୁରସ୍କାର ମଧ୍ୟ ଘୋଷଣା କରିଛି ଛତିଶଗଡ଼ ବନ ବିଭାଗ। ଜଙ୍ଗଲ ଭିତରେ ସ୍ପାଏ କ୍ୟାମେରା ଲଗାଯାଇଥିବା ବେଳେ ଗତ ସାତଦିନ ମଧ୍ୟରେ ୧୯ ଜଣ ଶିକାରୀଙ୍କୁ ଆଣ୍ଟିପୋଚିଂ ଟିମ୍‌ ଗିରଫ କରିଥିବା ଜଣାପଡ଼ିଛି। ବାଘଟି ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଜଙ୍ଗଲ ବା କୌଣସି ଚିଡ଼ିଆଖାନାରେ ଛଡ଼ାଯିବ ବୋଲି ସୂଚନା ଦିଆଯାଇଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ୩୧ରେ ଛତିଶଗଡ଼ ଯିବ ମହାନଦୀ କମିଟି
  • ମିଳିଲା ୨.୨୧ ଲକ୍ଷ କିଲୋ ସୁନା,୪ ଭିନ୍ନ ଭିନ୍ନ ସ୍ଥାନରେ ସୁନା ଖଣି ଠାବ
  • ପିଟାପିଟି ହୋଇ ୨ ଶିକ୍ଷୟିତ୍ରୀ ଲହୁଲୁହାଣ: ତଦନ୍ତ ରିପୋର୍ଟ ପାଇଁ ନିର୍ଦ୍ଦେଶ ଦେଲେ ବିଡିଓ
  • ଆସନ୍ତାକାଲି ହୀରାକୁଦରେ ବିଦେଶୀ ପକ୍ଷୀ ଗଣନା…
  • ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (197)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (51)
  • ଦେଶ ବିଦେଶ (466)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (112)
  • ରାଜ୍ୟ (1,500)
  • ସ୍ପେଶାଲ୍ ରିପୋର୍ଟ (263)
©2026 JBR Samachar | Design: Newspaperly WordPress Theme