
ଅନୁଗୋଳ ଜିଲ୍ଲା ବୁଢ଼ାପଙ୍କ ଗ୍ରାମ ପଞ୍ଚାୟତ ର ବୈଦନାଥପୁର ସାହିରେ ଦୁଇ ଦିନ ମଜୁରିଆଙ୍କ ଘର ପୋଡି ପାଉଁଶ ହୋଇଯାଇଛି। ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ସୂଚନା ଅନୁସାରେ
ଚମ୍ପା ପ୍ରଧାନ ଙ୍କ ପରିବାର ରାତିରେ ଖାଇ ସାରି ଶୋଇଥିଲେ। ରାତି ପ୍ରାୟ ୧ ଘଟିକା ସମୟରେ ନିଦ ଭାଙ୍ଗି ଯିବାରୁ ଘର ନିଆଁ ଲାଗୁଥିବା ଦେଖିବାକୁ ପାଇଥିଲେ । ଘର ବାହାରକୁ ଆସି ଡାକ ପକାଇବାରୁ ଗ୍ରାମବାସୀ ଆସି ଉଦ୍ଧାର କରିବା ସହ ନିକଟରେ ଥିବା ବଅଁରପାଳ ଦମକଳବାହିନୀ ଙ୍କୁ ଖବର ଦେଇଥିଲେ। ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ । ସେଥିମଧ୍ୟରେ ପଡୋଶୀ ନରେଶ ଭୋଇ ଙ୍କ ଘର ମଧ୍ଯ ପୋଡି ପାଉଁଶ ହୋଇଯାଇଛି। ତେବେ ନିଆଁରେ ଘରେ ଥିବା ଚାଉଳ, ଟଙ୍କା, ଆସବାବ ପତ୍ର ପୋଡି ପାଉଁଶ ହୋଇଯାଇଥିବା ସୂଚନାରହିଛି।
