Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

କୋଟିପତି ହେବେ ମା’ ହୋଇଥିବା ମହିଳା

Posted on December 27, 2025

ଟେଲିଗ୍ରାମର ମାଲିକ ପାଭେଲ ଡୁରୋଭ୍ ନିଜର ଦାନ କରିଥିବା ଶୁକ୍ରାଣୁରୁ ମା’ ହେଉଥିବା ମହିଳାଙ୍କୁ ସମ୍ପତ୍ତିରେ ଭାଗ ଦେବାକୁ ଘୋଷଣା କରିଛନ୍ତି । ପାଭେଲଙ୍କ ଉଚ୍ଚ-ଗୁଣବତ୍ତା ସମ୍ପନ୍ନ ଶୁକ୍ରାଣୁକୁ ମସ୍କୋର ଏକ ପ୍ରସିଦ୍ଧ ପ୍ରଜନନ କ୍ଲିନିକରେ ସୁରକ୍ଷିତ ରଖାଯାଇଛି । ତାଙ୍କ ଅଫର୍ ପରେ ତାଙ୍କ ଶୁକ୍ରାଣୁ ଜରିଆରେ ମା’ହେବାକୁ ମହିଳାଙ୍କ ଲମ୍ବା ଧାଡ଼ି ଲାଗିଛି । ଏହି ଅଫର୍ କେବଳ ୩୭ ବର୍ଷରୁ କମ୍ ବୟସର ମହିଳାଙ୍କ ପାଇଁ, ଯେଉଁମାନେ ପାଭେଲ ଦାନ କରିଥିବା ଶୁକ୍ରାଣୁରୁ ମା’ ହେବେ । ଏହି ମହିଳାଙ୍କୁ ପାଭେଲଙ୍କ ସମ୍ପତ୍ତିରେ ଅଧିକାର ପାଇବା ପାଇଁ ଡିଏନ୍ଏ ଟେଷ୍ଟ୍ ରିପୋର୍ଟ ଦେଖାଇବାକୁ ପଡ଼ିବ ।

ପରୀକ୍ଷଣ ସଫଳ ହେଲେ, ମହିଳାଙ୍କ ସନ୍ତାନଙ୍କୁ ପାଭେଲଙ୍କ ସମ୍ପତ୍ତିରେ ସମାନ ଅଧିକାର ମିଳିବ । ଏଥିସହିତ ଆଇଭିଏଫ୍ ଖର୍ଚ୍ଚ ମଧ୍ୟ ସେ ନିଜେ ଉଠାଇବେ । ପାଭେଲ କହିଛନ୍ତି, ପ୍ରଦୂଷଣ ଯୋଗୁ ବିଶ୍ୱରେ ସୁସ୍ଥ ଶୁକ୍ରାଣୁର ଅଭାବ ହେଉଛି । ସେଥିପାଇଁ ଭଲ ଗୁଣବତ୍ତାସମ୍ପନ୍ନ ଶୁକ୍ରାଣୁ ଦାନ କରିବା ତାଙ୍କର ସାମାଜିକ ଦାୟିତ୍ୱ । ଗତ ୧୫ ବର୍ଷ ହେଲା ପାଭେଲ ୧୨ ଭିନ୍ନ ଭିନ୍ନ ଦେଶରେ ଶୁକ୍ରାଣୁ ଦାନ କରିଛନ୍ତି । ଏହା ଦ୍ୱାରା ଅଦ୍ୟାବଧି ୧୦୦ରୁ ଅଧିକ ସନ୍ତାନ ଜନ୍ମ ହୋଇଛନ୍ତି । ଏଥିସହିତ ନିଜ ପାର୍ଟନର୍ଙ୍କଠୁ ମଧ୍ୟ ତାଙ୍କର ୬ ସନ୍ତାନ ଅଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଅଧ୍ୟାପକଙ୍କୁ ସରକାରଙ୍କ ଛାଟ, ତଡ଼ା ଖାଇବେ ସାର୍
  • ଚାକିରିଆଙ୍କୁ ଆଶ୍ବସ୍ତି, ଆଉ ବାରମ୍ବାର ମାଗିବାକୁ ପଡ଼ିବନି…
  • ଆଖି ବୁଜିଲା ବୋମା ଖାଇ ଗୁରୁତର ହୋଇଥିବା ହାତୀ
  • ଡାର୍କ ମୋଡ୍‌ରେ ଲାଲ୍ ଗ୍ରହ
  • ଭଣ୍ଡବାବାଙ୍କୁ ଖଣ୍ଡଗିରି ମନା

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (196)
  • ଏକ୍ସକ୍ଲୁସିଭ୍ (27)
  • ଖେଳ (51)
  • ଦେଶ ବିଦେଶ (461)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (111)
  • ରାଜ୍ୟ (1,487)
  • ସ୍ପେଶାଲ୍ ରିପୋର୍ଟ (261)
©2026 JBR Samachar | Design: Newspaperly WordPress Theme