Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବିଶ୍ୱର ସବୁଠୁ ଥଣ୍ଡା ସ୍ଥାନ, ପାରଦ -୫୬ ଡିଗ୍ରୀ

Posted on December 27, 2025

ରୁଷ୍‌ର ୟାକୁତିଆରେ ଥଣ୍ଡା ରେକର୍ଡ ଭାଙ୍ଗିଛି । ଏଠାରେ ତାପମାତ୍ରା ବିଯୁକ୍ତ ୫୬ ଡିଗ୍ରୀ ସେଲ୍‌ସିୟସ୍‌କୁ ଖସିଛି, ଯାହା ବର୍ତ୍ତମାନ ପୃଥିବୀର ସବୁଠୁ କମ୍ ତାପମାତ୍ରା । ଏଭଳି ଥଣ୍ଡାରେ ଖୋଲା ସ୍ଥାନରେ ମାତ୍ର କିଛି ମିନିଟ୍‌ରେ ଶରୀର ଜଡ଼ ହେବାର ଆଶଙ୍କା ରହିଛି । ୟାକୁତିଆର ଟିକସୀ ଗାଁରେ ଗତ ୩ ଦିନ ହେଲା ଭୀଷଣ ବରଫ ଝଡ଼ ହେଉଛି । ଚତୁର୍ଦ୍ଦିଗ ବରଫ ହିଁ ବରଫ । ଦ୍ରୁତ ପବନ ସାଙ୍ଗକୁ ବରଫ ମାଡ଼ ଲୋକଙ୍କୁ ଘରୁ ବାହାରିବାକୁ ଦେଉନାହିଁ । ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ସମସ୍ତ ସ୍କୁଲ ବନ୍ଦ କରିଦେଇଛି ।

ଲଗାତାର ବରଫପାତ ଯୋଗୁ ଅନେକ ଲୋକଙ୍କ ଘରର ମୁଖ୍ୟ ଦ୍ୱାର ବରଫରେ ଜମିଯାଇଛି । କିଛି ସ୍ଥାନରେ ବରଫ ଏତେ ମାତ୍ରାରେ ଜମା ହୋଇଛି ଯେ ଲୋକେ ଘରୁ ବାହାରି ପାରୁନାହାନ୍ତି । ଆବଶ୍ୟକ ଜିନିଷ ଆଣିବା ମଧ୍ୟ ଲୋକଙ୍କ ପାଇଁ ସମ୍ଭବ ହେଉନାହିଁ । ପାଣିପାଗ ବିଭାଗ ଚେତାବନୀ ଦେଇଛି, ଆଗାମି ଦିନରେ ଥଣ୍ଡା ଆହୁରି ବଢ଼ିପାରେ । ତାପମାତ୍ରା ବିଯୁକ୍ତ ୬୦ ଡିଗ୍ରୀ ସେଲ୍‌ସିୟସ୍‌ରେ ପହଞ୍ଚିପାରେ । ପ୍ରଶାସନ ସ୍ଥିତି ଉପରେ ନଜର ରଖିଛି ଏବଂ ଆବଶ୍ୟକ ହେଲେ ସାହାଯ୍ୟ ପହଞ୍ଚାଇବା ଲାଗି ପ୍ରସ୍ତୁତି ଚଳାଇଛି । ଗୁଜବ ଉପରେ ଧ୍ୟାନ ନ ଦେଇ ପ୍ରଶାସନର ନିର୍ଦ୍ଦେଶ ପାଳନ କରିବାକୁ ସରକାର ଅପିଲ କରିଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଅଧ୍ୟାପକଙ୍କୁ ସରକାରଙ୍କ ଛାଟ, ତଡ଼ା ଖାଇବେ ସାର୍
  • ଚାକିରିଆଙ୍କୁ ଆଶ୍ବସ୍ତି, ଆଉ ବାରମ୍ବାର ମାଗିବାକୁ ପଡ଼ିବନି…
  • ଆଖି ବୁଜିଲା ବୋମା ଖାଇ ଗୁରୁତର ହୋଇଥିବା ହାତୀ
  • ଡାର୍କ ମୋଡ୍‌ରେ ଲାଲ୍ ଗ୍ରହ
  • ଭଣ୍ଡବାବାଙ୍କୁ ଖଣ୍ଡଗିରି ମନା

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (196)
  • ଏକ୍ସକ୍ଲୁସିଭ୍ (27)
  • ଖେଳ (51)
  • ଦେଶ ବିଦେଶ (461)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (111)
  • ରାଜ୍ୟ (1,487)
  • ସ୍ପେଶାଲ୍ ରିପୋର୍ଟ (261)
©2026 JBR Samachar | Design: Newspaperly WordPress Theme