
କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ବ୍ୟାଖ୍ୟାନ କେନ୍ଦ୍ରରେ ପର୍ଯ୍ୟଟକଙ୍କ ଭିଡ। ସକାଳୁ ଦୂରଦୂରାନ୍ତରୁ ଆସିଥିବା ପର୍ଯ୍ୟଟକମାନେ ସୂର୍ଯ୍ୟମନ୍ଦିର ବୁଲିବା ସହିତ ନବଗ୍ରହରେ ପୂଜାର୍ଚ୍ଚନା କରିଛନ୍ତି। ପ୍ରବେଶ ଟିକେଟ ପାଇଁ ପର୍ଯ୍ୟଟକମାନେ କାଉଣ୍ଟର ସମ୍ମୁଖରେ ଦୀର୍ଘ ସମୟ ଧରି ଲମ୍ବା ଲାଇନରେ ଅପେକ୍ଷା କରି ରହିଥିଲେ। ଟିମେଡ଼ିକାଲ ଛକରୁ ନବଗ୍ରହ ପର୍ଯ୍ୟନ୍ତ ଉଠା ବ୍ୟବସାୟୀମାନେ ରାସ୍ତା ଉପରେ ଜବରଦଖଲ କରି ବ୍ୟବସାୟ କରୁଥିବାରୁ ଯାତୟାତରେ ପର୍ଯ୍ୟଟକମାନେ ଅସୁବିଧାରେ ସମ୍ମୁଖିନ ହୋଇଛନ୍ତି। ସେହିପରି ରାସ୍ତା ପାର୍ଶ୍ବରେ କେତେକ ଅସାଧୁ ବ୍ୟବସାୟୀମାନେ ଲୋଭନୀୟ ଜରି ପ୍ୟାକେଟ ଭିତରେ ପୋକରା କାଜୁ ରଖି ଚଢାଦରରେ ପର୍ଯ୍ୟଟକଙ୍କୁ ବିକ୍ରି କରୁଥିବାର ଜଣାପଡ଼ିଛି। ଫଳରେ କୋଣାର୍କ ପରିଦର୍ଶନରେ ଆସୁଥିବା ପର୍ଯ୍ୟଟକମାନେ ଠକାମିର ଶିକାର ହେଉଛନ୍ତି। ଯାନବାହାନ ରାସ୍ତାରେ ପାର୍କିଂ କରିବା ଫଳରେ ରିଙ୍ଗରୋଡରୁ ଆଇବି ଛକ ପର୍ଯ୍ୟନ୍ତ ଟ୍ରାଫିକ ସମସ୍ୟା ଦେଖାଦେଇଥିବା ସୂଚନା ମିଳିଛି।

