Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଏବେ ଗ୍ରୀନ୍‌ ଏବଂ ହର୍ବାଲ ଟି’କୁ କହିହେବନି ଚା’, ବେଆଇନ ଘୋଷଣା କଲା FSSAI

Posted on December 26, 2025

ଚା’ କାହର ବା ପ୍ରିୟ ନୁହେଁ। ଦିନ ସାରାର ଥକାପଣ ଭିତରେ ଗୋଟେ୍ ଚୁସକି ଚା ପୁରା ଦେହ ମନ ପ୍ରଫୁଲିତ କରିଦିଏ। ସକାଳର ଆରମ୍ଭ ହେଉ କି ସନ୍ଧ୍ୟାର ଖଟି ଚା’ ବିନା ସବୁ ଯେମିତି ଅଧୁରା ଲାଗେ। ଚା’ ଏମିତି ଏକ ପାନୀୟ ଜଳ ଯାହା ସବୁ ବର୍ଗର ଲୋକଙ୍କର ପ୍ରଥମ ପସନ୍ଦ। ଅନେକ ଲୋକଙ୍କୁ ଗ୍ରୀନ୍ ଟି’ ବି ବହୁତ ପସନ୍ଦ। ତେବେ ଜାଣନ୍ତି କି ଏହି ଗ୍ରୀନ୍ ଟି’କୁ ଚା କହିବା ବେଆଇନ! କେନ୍ଦ୍ର ସରକାର ଏବେ ଚା’ର ପରିଭାଷାକୁ ବଦଳାଇ ଦେଇଛନ୍ତି। ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI) ସ୍ପଷ୍ଟ କରିଛି ଯେ, ଚା’ କେବଳ ସେହି ଉତ୍ପାଦକୁ କହିହେବ ଯାହା କାମେଲିଆ ସାଇନେସିସ୍ ଗଛର ପତ୍ରରୁ ତିଆରି ହୋଇଥିବ।

FSSAI ନିର୍ଦ୍ଦେଶ ଦେଇଛି ହର୍ବାଲ୍ ଟି, ଡିଟକ୍ସ ଟି ଏବଂ ଫ୍ଲାଓ୍ବାର ଟି ଭଳି ବହୁ ପ୍ରଡକ୍ଟକୁ ଏବେ ସେମାନଙ୍କର ନାମ ବଦଳାଇବାକୁ ପଡିବ। ଏହାକୁ ଚା’ ଭାବରେ ବିକ୍ରି ହୋଇପାରିବ ନାହିଁ। ବଜାରରେ ଉପଲବ୍ଧ ହର୍ବାଲ୍ ଟି, ରୁଇବୋସ୍ ଟି ଏବଂ ଫ୍ଲାଓ୍ବାର ଟି’ କୁ ଚା’ ଭାବରେ କହିବା ବେଆଇନ । ଏହାପରେ ବି ଯଦି ହର୍ବାଲ କିମ୍ବା ଗ୍ରୀନ୍ ଟି କହି ଚା’ ବିକ୍ରି କରନ୍ତି ତେବେ ତାହା ଭ୍ରମାତ୍ମକ ବିଜ୍ଞାନ ଓ ଭୁଲ ଲେବଲିଂ ବୋଲି କୁହାଯିବ। ଚା ପ୍ୟାକେଜରେ ପ୍ରକୃତ ନାମ ଲେଖିବା ବାଧ୍ୟତାମୂଳକ, ଭୁଲ ନାମକରଣକୁ ଭୁଲ ବ୍ରାଣ୍ଡିଂ ଭାବରେ ବିବେଚନା କରାଯିବ। ଏହା ବ୍ୟତୀତ, ଅନ୍ୟ କୌଣସି ଉଦ୍ଭିଦ, ଔଷଧି କିମ୍ବା ଫୁଲରୁ ତିଆରି ପାନୀୟକୁ ‘ଚା’ କହିବାକୁ ଭୁଲ, ଭ୍ରାମକ ଏବଂ ଆଇନଗତ ଭାବରେ ଅନୁପଯୁକ୍ତ ବୋଲି ବିବେଚନା କରାଯାଏ।

FSSAI କହିଛି ଯେ ହର୍ବାଲ୍ ଟି, ରୁଇବୋସ୍ ଟି ଏବଂ ଫ୍ଲାଓ୍ବାର ଟି ଭଳି ଅନେକ ଉତ୍ପାଦ ‘ଚା’ ଲେବଲ୍ ଅଧୀନରେ ବଜାରରେ ବିକ୍ରି ହେଉଛି, ଯଦିଓ ସେଗୁଡ଼ିକ ପ୍ରକୃତରେ ଚା’ ନୁହେଁ। ନିୟମ ଅନୁଯାୟୀ, କାଙ୍ଗଡା ଟି’ ଗ୍ରୀନ୍ ଟି ଏବଂ ଇନଷ୍ଟାଣ୍ଟ ଟି ମଧ୍ୟ କେବଳ କାମେଲିଆ ସାଇନେସିସ୍ ରୁ ତିଆରି ହେବା ଆବଶ୍ୟକ।

​​​​​​​ପ୍ରାଧିକରଣ ସ୍ପଷ୍ଟ ଭାବରେ କହିଛି ଯେ କୌଣସି ଖାଦ୍ୟ ପ୍ୟାକେଟ୍ର ସଠିକ୍ ଏବଂ ମୂଳ ନାମ ଲେଖିବା ବାଧ୍ୟତାମୂଳକ। କାମେଲିଆ ସାଇନେସିସ୍ ରୁ ତିଆରି ହୋଇନଥିବା ଉତ୍ପାଦଗୁଡ଼ିକରେ ‘ଚା’ ଶବ୍ଦ ବ୍ୟବହାର କରିବା ଭୁଲ ବ୍ରାଣ୍ଡିଂ ମନେକରାଯିବ। ଏପରି ପାନୀୟ ‘ପ୍ରୋପାଇଟରୀ ଫୁଟ୍’ ବା ବା ନନ୍ ସ୍ପେସିଫାଏଡ୍ ଫୁଡ୍ ଅନ୍ତର୍ଗତ ଆସିବ।

FSSAI ନିର୍ମାତା, ବିକ୍ରେତା, ଆମଦାନୀକାରୀ ଏବଂ ଅନଲାଇନ୍ ପ୍ଲାଟଫର୍ମଗୁଡ଼ିକୁ କ୍ୟାମେଲିଆ ସାଇନେସିସ୍ ରୁ ତିଆରି ହୋଇନଥିବା ଯେକୌଣସି ଉତ୍ପାଦରେ ‘ଚା’ ଶବ୍ଦ ବ୍ୟବହାର ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି। ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ଖାଦ୍ୟ ସୁରକ୍ଷା ଏବଂ ମାନକ ଆଇନ, ୨୦୦୬ ଅନୁଯାୟୀ ମାମଲା ରୁଜୁ କରାଯିବ। ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ଖାଦ୍ୟ ସୁରକ୍ଷା ଅଧିକାରୀମାନଙ୍କୁ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme