Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

୩୦ ଲକ୍ଷ ଗାଡ଼ି ଛାଡୁଛନ୍ତି ପ୍ରଦୂଷିତ ଧୂଆଁ, ଯାଞ୍ଚ କରିବାକୁ ରାଜ୍ୟରେ ମାତ୍ର ୬୦୦ ଶହ ସେଣ୍ଟର

Posted on December 25, 2025

ରାଜ୍ୟରେ ପ୍ରାୟ ୩୦ଲକ୍ଷ ଗାଡ଼ିର ପ୍ରଦୂଷଣ ସାର୍ଟିଫିକେଟ୍ ନାହିଁ । ଏହି ଗାଡ଼ିଗୁଡ଼ିକ ବିନା ପ୍ରଦୂଷଣ ସାର୍ଟିଫିକେଟ୍‌ରେ ବର୍ଷବର୍ଷ ଧରି ଚାଲି ଆସୁଛନ୍ତି । ଏଥିରେ ସର୍ବାଧିକ ହେଉଛି ଦୁଇଚକିଆ ଯାନ । ରାଜ୍ୟରେ ଯେତିକି ଦୁଇଚକିଆ ଯାନ ରହିଛି ସେଥିରୁ ୯୦% ଗାଡ଼ିର ପ୍ରଦୂଷଣ ସାର୍ଟିଫିକେଟ୍ ନାହିଁ । ଅନ୍ୟପକ୍ଷରେ ଏତେ ସଂଖ୍ୟକ ଗାଡ଼ିକୁ ପ୍ରଦୂଷଣ ସାର୍ଟିଫିକେଟ୍ ଦେବାଲାଗି ରାଜ୍ୟରେ ମାତ୍ର ୬୦୦ଟି ପଞ୍ଜୀକୃତ ପ୍ରଦୂଷଣ ଯାଞ୍ଚ୍ କେନ୍ଦ୍ର ରହିଛି । ପୁଣି ଏଥିରୁ ଅନେକ କେନ୍ଦ୍ରରେ ଆଉ ଗାଡ଼ିର ପ୍ରଦୂଷଣ ଯାଞ୍ଚ୍ କରାଯାଉନଥିବା ଜଣାପଡ଼ିଛି । ଫଳରେ ଏତେ କମ୍ ସମୟ ମଧ୍ୟରେ ୩୦ ଲକ୍ଷ ଗାଡ଼ିକୁ କିପରି ସାର୍ଟିଫିକେଟ୍ ଦିଆଯିବ ତାହା ଏବେ ଚିନ୍ତାର ବିଷୟ ହୋଇଛି ।

ରାଜ୍ୟ ପରିବହନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ପ୍ରାୟ ଗୋଟେ କୋଟି ପଞ୍ଜୀକୃତ ଯାନ ରହିଛି । ଏଥିରେ ଦୁଇଚକିଆ, ତିନିଚକିଆ, ଚାରିଚକିଆ ଏବଂ ବଡ଼ ଗାଡ଼ି ରହିଛି । ଅବଶ୍ୟ ଏଥିରୁ ପ୍ରାୟ ୨୫ ଲକ୍ଷ ଗାଡ଼ି ପୁରୁଣା ହୋଇଯିବାରୁ ସେସବୁ ଆଉ ରାସ୍ତାରେ ଗଡ଼ୁ ନାହାନ୍ତି । ତେଣୁ ରାସ୍ତାରେ ପ୍ରାୟ ୭୫ଲକ୍ଷ ଗାଡ଼ି ଗଡ଼ୁଛି । ଏଥିରୁ ଅଧିକ ଗାଡ଼ି ଦୁଇଚକିଆ ରହିଛି । ଦୁଇଚକିଆ ଯାନ କିଣାଯିବାର ବର୍ଷକ ପରେ ଗାଡ଼ିର ପ୍ରଦୂଷଣ ସାର୍ଟିଫିକେଟ୍ ଆଉ ଥରେ କରାଯିବା କଥା । କିନ୍ତୁ ଦୁଇଚକିଆ ଯାନର କିଣାଯିବା ସମୟକୁ ଛାଡ଼ିଦେଲେ ଆଉ ପ୍ରାୟ କୌଣସି ଗାଡ଼ି ଚାଳକ ପ୍ରଦୂଷଣ ସାର୍ଟିଫିକେଟ୍ କରିନଥାନ୍ତି । ଫଳରେ ପ୍ରାୟ ୯୦% ଦୁଇ ଚକିଆ ଗାଡ଼ି ଚାଳକଙ୍କ ନିକଟରେ ପ୍ରଦୂଷଣ ସାର୍ଟିଫିକେଟ୍ ନାହିଁ । ଚାରିଚକିଆ ଗାଡ଼ି ଭିତରୁ ପ୍ରାୟ ୨୦% ଗାଡ଼ିର ମଧ୍ୟ ପ୍ରଦୂଷଣ ସାଟିଫିକେଟ୍ ନାହିଁ । କିନ୍ତୁ ବସ୍, ଟ୍ରକ୍ ଭଳି ବଡ଼ ଗାଡ଼ିଗୁଡ଼ିକର ପ୍ରାୟ ଏହି ସାର୍ଟିଫିକେଟ୍ ରହିଛି । ଏତେ ସଂଖ୍ୟକ ଗାଡ଼ି ଲାଗି ସମଗ୍ର ରାଜ୍ୟରେ ୬୦୦ଟି ପ୍ରଦୂଷଣ ଯାଞ୍ଚ୍ କେନ୍ଦ୍ର ରହିଛି । ଏଥିରୁ କିଛି ସ୍ଥାୟୀ କେନ୍ଦ୍ର ଥିଲାବେଳେ ଆଉ କିଛି ଭ୍ରାମ୍ୟମାଣ କରାଯାଇଛି । କିନ୍ତୁ ଏହି ପଞ୍ଜୀକୃତ ପ୍ରଦୂଷଣ ଯାଞ୍ଚ୍ କେନ୍ଦ୍ର ଭିତରୁ ଅନେକ ବନ୍ଦ ହୋଇଗଲାଣି । ଯେତିକି ରହିଛି ସେତିକି କେନ୍ଦ୍ରରେ ନାହିଁ ନ ଥିବା ଭିଡ଼ ଲାଗୁଛି । ୩୦ଲକ୍ଷ ଗାଡ଼ିକୁ ଯଦି ସାର୍ଟିଫିକେଟ୍ ପଦାନ କରାଯାଏ ଗୋଟେ/ ଦୁଇ ମାସ ମଧ୍ୟରେ ସବୁ ଗାଡ଼ିକୁ ଏହି ସାର୍ଟିଫିକେଟ୍ ମିଳିବା ସମ୍ଭବ ନୁହେଁ । କିନ୍ତୁ ପରିବହନ ବିଭାଗ ସଚେତନ ନକରି ଯେଉଁଭଳି ଭାବେ ଅଚାନକ ପ୍ରଦୂଷଣ ସାର୍ଟିଫିକେଟ୍ କଟକଣା ଲାଗୁ କରିଛି ସେ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଅଧ୍ୟାପକଙ୍କୁ ସରକାରଙ୍କ ଛାଟ, ତଡ଼ା ଖାଇବେ ସାର୍
  • ଚାକିରିଆଙ୍କୁ ଆଶ୍ବସ୍ତି, ଆଉ ବାରମ୍ବାର ମାଗିବାକୁ ପଡ଼ିବନି…
  • ଆଖି ବୁଜିଲା ବୋମା ଖାଇ ଗୁରୁତର ହୋଇଥିବା ହାତୀ
  • ଡାର୍କ ମୋଡ୍‌ରେ ଲାଲ୍ ଗ୍ରହ
  • ଭଣ୍ଡବାବାଙ୍କୁ ଖଣ୍ଡଗିରି ମନା

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (196)
  • ଏକ୍ସକ୍ଲୁସିଭ୍ (27)
  • ଖେଳ (51)
  • ଦେଶ ବିଦେଶ (461)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (111)
  • ରାଜ୍ୟ (1,487)
  • ସ୍ପେଶାଲ୍ ରିପୋର୍ଟ (261)
©2026 JBR Samachar | Design: Newspaperly WordPress Theme