Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ସାବଧାନ! ବିନା PUC ରେ ମିଳିବନି ତେଲ, ଜାଣନ୍ତୁ କେମିତି ମିଳିବ ‘ସବୁଜ ଷ୍ଟିକର’

Posted on December 25, 2025

ରାଜ୍ୟର ଗାଡ଼ି ଚାଳକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ଏଣିକି ଗାଡ଼ିରେ ‘ସବୁଜ ଷ୍ଟିକର’ (Green Sticker) ନଥିଲେ ଗଣିବାକୁ ପଡ଼ିବ ମୋଟା ଅଙ୍କର ଜରିମାନା। ଟ୍ରାଫିକ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ସହ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ସରକାର ଏହି ନୂଆ ନିୟମ ଆଣିଛନ୍ତି। ଯେଉଁ ଗାଡ଼ି ମାଲିକମାନେ ନିଜର ସମସ୍ତ ବକେୟା ଫାଇନ୍ ପୈଠ କରିଥିବେ ଏବଂ ବୈଧ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (PUC) ପାଇଥିବେ, କେବଳ ସେହି ଗାଡ଼ିରେ ହିଁ ଏହି ସବୁଜ ଷ୍ଟିକର ଲଗାଯିବ। ପୂର୍ବରୁ ପ୍ରଦୂଷଣ ପ୍ରମାଣପତ୍ର ବିନା ପେଟ୍ରୋଲ ପମ୍ପରେ ତେଲ ମିଳିବ ନାହିଁ ବୋଲି ଘୋଷଣା କରାଯାଇଥିବା ବେଳେ, ବର୍ତ୍ତମାନ ଏହି ଯାଞ୍ଚ ପ୍ରକ୍ରିୟାକୁ ଆହୁରି ଜୋରଦାର କରାଯାଇଛି।
ତେବେ ଗାଡ଼ି ଚାଳକଙ୍କ ପାଇଁ ଆଶ୍ୱସ୍ତିର କଥା ହେଉଛି, ପରିବହନ ମନ୍ତ୍ରୀ ବିଭୂତି ଜେନା ଏହି ନିୟମ ପାଳନ ପାଇଁ ସମୟସୀମା ବୃଦ୍ଧି କରିଛନ୍ତି। ଚାଳକମାନେ ନିଜ ଗାଡ଼ିର ସମସ୍ତ କାଗଜପତ୍ର ଯଥା- ଆରସି (RC), ଫିଟନେସ୍, ବୀମା ଏବଂ PUC କୁ ଅପଡେଟ୍ କରିବା ପାଇଁ ଫେବୃଆରୀ ପର୍ଯ୍ୟନ୍ତ ସମୟ ପାଇବେ। ଏହି ଗ୍ରେସ ପିରିୟଡ୍ ମଧ୍ୟରେ କୌଣସି ଜରିମାନା ନଦେଇ ଚାଳକମାନେ ନିଜର କାଗଜପତ୍ର ବୈଧ କରିପାରିବେ। ରାଜ୍ୟବ୍ୟାପୀ ଏହି କଡ଼ାକଡ଼ି ଯାଞ୍ଚ ଆସନ୍ତା ୨୦୨୬ ଫେବୃଆରୀ ୧ ତାରିଖରୁ ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି।
ଚାଳକମାନେ ଉଭୟ ଅଫଲାଇନ୍ ଏବଂ ଅନଲାଇନ୍ ମାଧ୍ୟମରେ PUC ପ୍ରମାଣପତ୍ର ହାସଲ କରିପାରିବେ। ଅଫଲାଇନ୍ ପାଇଁ ନିକଟସ୍ଥ ଅନୁମୋଦିତ PUC କେନ୍ଦ୍ର କିମ୍ବା ପେଟ୍ରୋଲ ପମ୍ପକୁ ଯାଇ ଗାଡ଼ିର ପ୍ରଦୂଷଣ ଯାଞ୍ଚ କରାଇ ତୁରନ୍ତ ପ୍ରମାଣପତ୍ର ପାଇପାରିବେ। ସେହିପରି ଅନଲାଇନରେ parivahan.gov.in ୱେବସାଇଟ୍‌କୁ ଯାଇ ଗାଡ଼ିର ପଞ୍ଜୀକରଣ ନମ୍ବର ଏବଂ ଚେସିସ୍ ନମ୍ବରର ଶେଷ ୫ଟି ଅଙ୍କ ପ୍ରବେଶ କରି ନିଜର PUC ବିବରଣୀ ଡାଉନଲୋଡ୍ କିମ୍ବା ପ୍ରିଣ୍ଟ କରିପାରିବେ। ଗାଡ଼ିର ପ୍ରକାର ଅନୁଯାୟୀ ପ୍ରତି ୬ ମାସ କିମ୍ବା ୧ ବର୍ଷରେ ଏହାର ନବୀକରଣ କରିବା ବାଧ୍ୟତାମୂଳକ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme