ତାଳଚେର ଲିଙ୍ଗୀରାକଟା ଗ୍ରାମ ଦେଇ ଯାଇଇଥିବା ନାଲକୋ ପାଇପ ଲାଇନ ରାସ୍ତା କଡ଼ରେ ପଡିଛି ଦୁଇ ଯୁବକଙ୍କ ମୃତ ଦେହ । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ଜଣେ ଲିଙ୍ଗରାକଟା ଗ୍ରାମର ଓମ ପରିଡା ହୋଇଥିବା ବେଳେ ଅନ୍ୟ ଜଣେ ପାଖ ଚାଇପାଳ ଗାଁ ନିକଟ ନାରାୟଣ ଚନ୍ଦ୍ରପୁର ଗାଁର ଜନା ନାୟକ ହୋଇଥିବା ସୂଚନା ରହିଛି । ଘଟଣା ସ୍ଥଳରେ ତାଳଚେର ପୋଲିସ ଓ ସାଇଣ୍ଟିଫିକ ଟିମ ସହ ଡ଼ଗ ସ୍ୱାର୍ଡ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି । ପରିବାର ଲୋକଙ୍କ ପକ୍ଷରୁ କିଛି ଦୁର୍ବୁତ୍ତ ହତ୍ୟା କରି ଫିଙ୍ଗି ଦେଇଥିବା ଅଭିଯୋଗ ଆଣିଛନ୍ତି । ତେବେ ଲିଙ୍ଗରାକଟା ଗ୍ରାମର ଓମ ପରିଡା ଭୋର ସମୟରୁ ଶୌଚ ହେବାକୁ କହି ଘରୁ ଆସିଥିବା ବେଳେ ନାରାୟଣ ଚନ୍ଦ୍ରପୁର ଗାଁର ଜନା ନାୟକ ଗତକାଲି ରାତିରେ ନିଜ ସାଙ୍ଗଙ୍କ ସହ ବୁଲେଟରେ ଭୋଜି କରିବାକୁ କହି ଘରୁ ଆସିଥିବା ବେଳେ ଆଜି ରାସ୍ତା ପାର୍ଶ୍ୱରୁ ଉଭୟଙ୍କ ମୃତ ଦେହ ଉଦ୍ଧାର କରାଯାଇଛି ।
