Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ଅଙ୍ଗନବାଡି କେନ୍ଦ୍ର, ଯୋଗଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

Posted on December 24, 2025

ରାଜ୍ୟ ସ୍ତରୀୟ ଅଙ୍ଗନବାଡି କେନ୍ଦ୍ରର ଉଦ୍ଘାଟନ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମନ୍ତ୍ରୀ ରବି ନାୟକ । ଏଥିସହିତ ବିଭିନ୍ନ ଜିଲ୍ଲାର ଅଙ୍ଗନବାଡି ସେଣ୍ଟର ଅଧିକାରୀ ମାନେ ଆଭାସୀ ମାଧ୍ୟମରେ ଯୋଡି ହୋଇଥିଲେ। ଏହିସମୟରେ ରାଜ୍ୟରେ ୪୯୧ଟି ଅଙ୍ଗନବାଡି କେନ୍ଦ୍ରର ଶୁଭ ଉଦ୍ଘାଟନ ହୋଇଛି। ଏହା ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ୯୧୩ ଅଙ୍ଗନବାଡି କେନ୍ଦ୍ର ଉଦ୍ଘାଟିତ ହୋଇଥିଲା। ମୋଟ ୧୪୦୪ ଅଙ୍ଗନବାଡି ଲୋକାର୍ପଣ ହୋଇଛି। ଆହୁରି ୧୦,୪୦୦ ଅଙ୍ଗନବାଡି ଗଠନ ଲକ୍ଷ୍ୟରେ ସରକାର ଅଛନ୍ତି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଏଥିପାଇଁ ସପ୍ଲିମେଣ୍ଟାରି ବଜେଟରେ ୨୦୦ କୋଟି ଦିଆଯାଇଛି। ପାଣି, ଇଲେକ୍ଟ୍ରି ସୁବିଧା ତଥା ପିଲାଙ୍କ ଖେଳିବା ପାଇଁ ଅଗଣା କରାଯିବ।

ତେବେ ଏହି କାର୍ଯ୍ୟକ୍ରମ ସମୟରେ ନୟାଗଡ଼, କଟକ, ଖୋର୍ଦ୍ଧା, ଦେଓଗଡ଼, ରାୟଗଡା, ଭଳି ଜିଲ୍ଲାର ଅଧିକାରୀ ଅନୁପସ୍ଥିତ ଥିଲେ। ଆଭାସୀ ମାଧ୍ୟମରେ ଯୋଡି ହେବାକୁ ପୂର୍ବରୁ ବିଭାଗ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏମାନେ ଉପସ୍ଥିତ ନଥିଲେ। ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ ମନ୍ତ୍ରୀ ନାରାୟଣ। ଖାଲି ଏତିକି ନୁହେଁ ଜିଲ୍ଲାର ଜିଲ୍ଲାପାଳ ଅନୁପସ୍ଥିତିକୁ ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ ଉପ ମୁଖ୍ୟମନ୍ତ୍ରୀ । କହିଥିଲେ ବିକଶିତ ଓଡିଶା ପାଇଁ ସମସ୍ତଙ୍କ ସହଭାଗୀତା ଆବଶ୍ୟକତା ରହିଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଅଧ୍ୟାପକଙ୍କୁ ସରକାରଙ୍କ ଛାଟ, ତଡ଼ା ଖାଇବେ ସାର୍
  • ଚାକିରିଆଙ୍କୁ ଆଶ୍ବସ୍ତି, ଆଉ ବାରମ୍ବାର ମାଗିବାକୁ ପଡ଼ିବନି…
  • ଆଖି ବୁଜିଲା ବୋମା ଖାଇ ଗୁରୁତର ହୋଇଥିବା ହାତୀ
  • ଡାର୍କ ମୋଡ୍‌ରେ ଲାଲ୍ ଗ୍ରହ
  • ଭଣ୍ଡବାବାଙ୍କୁ ଖଣ୍ଡଗିରି ମନା

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (196)
  • ଏକ୍ସକ୍ଲୁସିଭ୍ (27)
  • ଖେଳ (51)
  • ଦେଶ ବିଦେଶ (461)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (111)
  • ରାଜ୍ୟ (1,487)
  • ସ୍ପେଶାଲ୍ ରିପୋର୍ଟ (261)
©2026 JBR Samachar | Design: Newspaperly WordPress Theme