Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ସରିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ

Posted on December 24, 2025

ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ଶେଷ ହୋଇଛି । ମରାମତି କାମ ସରିବା ପରେ ରତ୍ନଭଣ୍ଡାରକୁ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯାଇଛି ବୋଲି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ଭେକ୍ଷଣ ସଂସ୍ଥା ପକ୍ଷରୁ ହାଇକୋର୍ଟରେ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଛି । ଅପରପକ୍ଷରେ ରତ୍ନଭଣ୍ଡାରରୁ ଅଳଙ୍କାର କଢ଼ାଯାଇଛି କିନ୍ତୁ ଏହାର ଗଣତିମଣତି ଏ ପର୍ଯ୍ୟନ୍ତ ହୋଇନଥିବା ମଧ୍ୟ ରାଜ୍ୟ ସରକାର ଜବାବ ରଖିଥିଲେ । ଗଣତିମଣତି ପାଇଁ ରାଜ୍ୟ ସରକାର ଏକ ଏସ୍ଓପି ପ୍ରସ୍ତୁତ କରୁଛନ୍ତି । ଏହି ଏସ୍ଓପି ସଂକ୍ରାନ୍ତରେ ପରବର୍ତ୍ତୀ ଶୁଣାଣି ସୁଦ୍ଧା ଅଦାଲତଙ୍କୁ ଅବଗତ କରାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟଙ୍କୁ କୁହାଯାଇଥିଲା ।

ଏହି ଜବାବ ପରେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ୍ ଟଣ୍ଡନ ଏବଂ ଜଷ୍ଟିସ୍ ଏମ୍.ଏସ୍. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି ଶୀତ ଅବକାଶ ପରକୁ ଧାର୍ଯ୍ୟ କରିଛନ୍ତି । ପୁରୀ ସର୍କଲ ଏଏସ୍ଆଇର ପ୍ରତ୍ନତତ୍ତ୍ୱ ଅଧୀକ୍ଷକ ସତ୍ୟପାଠ ଦାଖଲ କରି ଦର୍ଶାଇଥିଲେ ଯେ, ମରାମତି ପାଇଁ ଏଏସ୍ଆଇକୁ ୨୦୨୪ ଡିସେମ୍ବର ୧୭ରେ ରତ୍ନଭଣ୍ଡାର ହସ୍ତାନ୍ତର କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ରତ୍ନଭଣ୍ଡାର ମରାମତି କାମ ୨୦୨୪ ଡିସେମ୍ବର ୧୭ ତାରିଖରୁ ୨୦୨୫ ଏପ୍ରିଲ ୨୮ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ପୁଣି ଚଳିତବର୍ଷ ରଥଯାତ୍ରା ସମୟରେ ଅର୍ଥାତ ୨୦୨୫ ଜୁନ୍ ୨୮ତାରିଖରୁ ରତ୍ନଭଣ୍ଡାରକୁ ଖୋଲାଯାଇ ତାହାର ମରାମତି କରାଯାଇଥିଲା । ଏହି ସମୟରେ ରତ୍ନଭଣ୍ଡାରର ସମ୍ପୂର୍ଣ୍ଣ ମରାମତି ଶେଷ ହୋଇଛି ।

ଗତ ଜୁଲାଇ ୬ ତାରିଖରେ ରତ୍ନଭଣ୍ଡାରକୁ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯାଇଛି ବୋଲି ଏଏସ୍ଆଇ ପକ୍ଷରୁ ଅଦାଲତଙ୍କୁ ଅବଗତ କରାଯାଇଥିଲା । ଏହାପରେ ରତ୍ନଭଣ୍ଡାରରୁ କଢ଼ା ଯାଇଥିବା ଅଳଙ୍କାରର ଏ ପର୍ଯ୍ୟନ୍ତ ଗଣତିମଣତି ହୋଇନଥିବାରୁ ଆବେଦନକାରୀ ଦିଲୀପ କୁମାର ବରାଳ ଅଦାଲତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ରାଜ୍ୟ ସରକାର ଜବାବ ରଖିଥିଲେ ଯେ, ଏସ୍ଓପି ପ୍ରସ୍ତୁତ ପରେ ଗଣତିମଣତି କାର୍ଯ୍ୟ କିପରି କରାଯିବ ତାହା ସ୍ଥିର ହେବ । ପରବର୍ତ୍ତୀ ଶୁଣାଣିରେ ଅଦାଲତଙ୍କୁ ଏସଂପର୍କରେ ଅବଗତ କରାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଥିଲା । ଆବେଦନକାରୀଙ୍କ ପକ୍ଷରୁ ମାମଲାକୁ ଆଇନଜୀବୀ ଅନୁପ କୁମାର ମହାପାତ୍ର ପରିଚାଳନା କରୁଛନ୍ତି । ଅନ୍ୟପକ୍ଷରେ ଡିସେମ୍ବର ୨୭ ତାରିଖରେ ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟିର ବୈଠକ ବସି ଚିଠା ଏସ୍ଓପି ବିଷୟରେ ଆଲୋଚନା କରିବାକୁ ଧାର୍ଯ୍ୟ ହୋଇଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme