
ଆସୁଛି ବଡ଼ ଦିନ । ସଜେଇ ହେଉଛି ଚର୍ଚ୍ଚ । କେଉଁଠି ଖ୍ରୀଷ୍ଟମାସ ଟ୍ରି ରଖିବା ଲାଗି ବ୍ୟବସ୍ଥା କରାଯାଉଛି ତ ଆଛ କେଉଁଠି ଲିଚୁମାଳ ଲାଗୁଛି । ଲିଚୁ ଆଲୋକରେ ଚର୍ଚ୍ଚ ପରିସର ହେଉଛି ରଙ୍ଗୀନ । ଖ୍ରୀଷ୍ଟଧର୍ମାବଲମ୍ବୀଙ୍କଠୁ ଆରମ୍ଭ କରି ଅନ୍ୟ ଧର୍ମାବଲମ୍ବୀ ଯାଏ ସମସ୍ତେ ୨୪ତାରିଖ ମଧ୍ୟରାତ୍ରକୁ ଅପେକ୍ଷା କରିଛନ୍ତି । ରାତି ସାରା ଚାଲିବ କାର୍ଯ୍ୟକ୍ରମ । ଯୀଶୁଙ୍କୁ ସ୍ୱାଗତ କରିବା ଲାଗି ବାଜିବ କ୍ୟାରୋଲ୍ ସିଙ୍ଗିଙ୍ଗ୍ । ରାତି ୧୨ଟା ବାଜିବା ମାତ୍ରେ ଜନ୍ମ ନେବେ ଯୀଶୁ । ଧରାପୃଷ୍ଠରେ ଶାନ୍ତିର ବାର୍ତ୍ତା ବାଣ୍ଟିବେ । ଏଭଳି ଭାବେ ବଡ଼ ଦିନର ପୂର୍ବ ରାତିରୁ ସମସ୍ତ ଚର୍ଚ୍ଚରେ ଚାଲିବ କାର୍ଯ୍ୟକ୍ରମ ।
ଭୁବନେଶ୍ୱରରେ ଥିବା ୩୫ରୁ ଅଧିକ ଚର୍ଚ୍ଚରେ ଏଭଳି କାର୍ଯ୍ୟକ୍ରମମାନ ଆୟୋଜନ କରାଯିବ । ଯୀଶୁଙ୍କ ଜନ୍ମସ୍ଥାନ, ମେଣ୍ଢାଶାଳରେ ଯୀଶୁଙ୍କ ଜନ୍ମ ସମୟ, କେକ୍ ଓ ବଡ଼ଦିନର ବାର୍ତ୍ତାନେଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ । ୨୪ ତାରିଖ ରାତି ୯ଟା ୩୦ରୁ ପ୍ରାର୍ଥନା କରାଯିବ । ରାତି ୧୨ରେ ଯୀଶୁ ଜନ୍ମ ହେବା ପରେ ୨୫ ତାରଖ ସକାଳୁ ସାମୂହିକ ପ୍ରାର୍ଥନା କରାଯିବ । ଯାହା ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ଭାଷାରେ କରାଯିବ । ସତ୍ୟନଗର ଚର୍ଚ୍ଚରେ ବଳିଦାନ ଯଜ୍ଞ ଭୁବନେଶ୍ୱରରେ ଥିବା ସତ୍ୟନଗର କ୍ୟାଥୋଲିକ୍ ଚର୍ଚ୍ଚରେ ଯୀଶୁଙ୍କୁ ସ୍ୱାଗତ ଲାଗି ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ସରିଛି ଗୋ-ଶାଳା ପ୍ରସ୍ତୁତ କାର୍ଯ୍ୟ । ବୁଧବାର ରାତି ୯ଟା ୩୦ରୁ ଆରମ୍ଭ ହେବ କାର୍ଯ୍ୟକ୍ରମ । ଏହି ସମୟରୁ ସ୍ୱତନ୍ତ୍ର ପ୍ରାର୍ଥନା କାର୍ଯ୍ୟକ୍ରମ ରହିଛି । ୩ଘଣ୍ଟାରୁ ଅଧିକ ସମୟ ପ୍ରାର୍ଥନା ଚାଲିବ । ସମସ୍ତ ଭାଷଶରେ ବାଇବେଲ ପଢ଼ାଯିବ । ଯୀଶୁଙ୍କ ଜନ୍ମ ପୂର୍ବରୁ ବଳିଦାନ ଯଜ୍ଞ କରାଯିବ । ଯୀଶୁଙ୍କ ଜନ୍ମସ୍ଥାନ, ମେଣ୍ଢାଶାଳରେ ଯୀଶୁଙ୍କ ଜନ୍ମ ସମୟ, କେକ୍ ଓ ବଡ଼ଦିନର ବାର୍ତ୍ତାନେଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ।
ରାତି ୧୨ରେ ଯୀଶୁ ଜନ୍ମ ନେବେ । ଏହାପରେ ଖ୍ରୀଷ୍ଟଧର୍ମାବଲମ୍ବୀ ଭାଇ ଓ ଭଉଣୀମାନେ ପରସ୍ପରକୁ ଯୀଶୁଙ୍କ ଜନ୍ମ ନେବା ଖୁସିରେ ଶୁଭେଚ୍ଛା ଜଣାଇବେ । ମଧ୍ୟରାତ୍ରିରେ କେକ୍ କଟାଯିବ । ପରସ୍ପର ମଧ୍ୟରେ ଏହାକୁ ବଣ୍ଟାଯିବ । ଏହି ସମସ୍ତ କାର୍ଯ୍ୟର ପୌରହିତ୍ୟ କରିବେ ଆର୍ଚ ବିଶପ୍ ଜନ ବାରୱା । ୨୫ ତାରଖ ସକାଳ ଓଡ଼ିଆରେ ଦିବ୍ୟଯଜ୍ଞ ପ୍ରାର୍ଥନା ହେବ । ଯେଉଁମାନେ ରାତିରେ ଆସି ପାରିନଥିବେ ସେମାନେ ଏହି ସାମୂହିକ ପ୍ରାର୍ଥନାରେ ଅଂଶଗ୍ରହଣ କରିବେ । ଚଳିତ ବର୍ଷ ଓଡ଼ିଆ ଭାଷାରେ ପ୍ରାର୍ଥନା ହେବ । ୨୫ତାରିଖରେ ସାଧାରଣ ଲୋକଙ୍କ ପାଇଁ ଚର୍ଚ୍ଚ ଖୋଲା ରହିବ । ସକାଳ ୮ଟା ପ୍ରାର୍ଥନା ଆରମ୍ଭ ହେବ । ଚର୍ଚ୍ଚ ଅଫ୍ ଚ୍ରିଷ୍ଟ ୟୁନିୟନ୍ ଚର୍ଚ୍ଚରେ ବଡ଼ଦିନ ପାଇଁ ପ୍ରସ୍ତୁତି ମଧ୍ୟ ଶେଷ ପର୍ଯ୍ୟାୟରେ । ପ୍ରତି ଘରେ ମାସକ ଯାକ ଚାଲିଲା ଆନନ୍ଦ ଗୀତ ବଡ଼ ଦିନ ପାଇଁ ଖ୍ରୀଷ୍ଟଧର୍ମାବଲମ୍ବୀଙ୍କ ଘରେ ମାସକ ଯାକ ଚାଲିଥିଲା ଆନନ୍ଦ ଗୀତ । କିଏ ଉପବାସ ରହୁଥିଲେ ତ ଆଉ କିଏ ଯୀଶୁଙ୍କୁ ସକାଳ ସନ୍ଧ୍ୟାରେ ସ୍ମରଣ କରିଥିଲେ । ବଡ଼ ଦିନ ପାଇଁ ପ୍ରତ୍ୟେକ ଖ୍ରୀଷ୍ଟଧର୍ମାଲମ୍ବୀ ଘରକୁ ସଜାଇବାରେ ଲାଗିଛନ୍ତି ।
