Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବଡ଼ଦିନରୁ ବନ୍ଦ ହାଇକୋର୍ଟ, ଜାଣନ୍ତୁ କେଉଁ ଦିନ ଖୋଲିବ କୋର୍ଟ…

Posted on December 24, 2025

ଓଡ଼ିଶା ହାଇକୋର୍ଟଙ୍କ ଶୀତ ଅବକାଶ ଆସନ୍ତା ୨୫ତାରିଖରୁ ଆରମ୍ଭ ହେଉଛି । ତେଣୁ ଆଜି କୋର୍ଟର ଶେଷ କାର୍ଯ୍ୟ ଦିବସ । ଜାନୁଆରୀ ୫ତାରିଖ ସୋମବାର କୋର୍ଟ ଖୋଲିବ । ଜାନୁଆରୀ ୨ତାରିଖ ଗୁରୁବାରକୁ ହାଇକୋର୍ଟ ପକ୍ଷରୁ ସ୍ୱତନ୍ତ୍ର ଭାବେ ଛୁଟି ଘୋଷଣା କରାଯାଇଛି । ଏହା ପରିବର୍ତ୍ତେ ମାର୍ଚ୍ଚ ୭ ତାରିଖ ଶନିବାର କୋର୍ଟ କାର୍ଯ୍ୟ କରିବ ବୋଲି ଆଜି ହାଇକୋର୍ଟ ପକ୍ଷର ଜାରି ବିଜ୍ଞପ୍ତିରେ କୁହାଯାଇଛି ।

ବିଜ୍ଞପ୍ତି ଅନୁସାରେ ଆସନ୍ତା ୩୦ ତାରିଖରେ ଅବକାଶକାଳୀନ ଅଦାଲତ କାର୍ଯ୍ୟ କରିବ । ଏହି ଅଦାଲତରେ ଜଷ୍ଟିସ୍‌ ସାବିତ୍ରୀ ରଥ ଏବଂ ଜଷ୍ଟିସ୍‌ ଏମ୍‌.ଏସ୍‌. ରମଣଙ୍କୁ ନେଇ ଏକ ଖଣ୍ଡପୀଠ ବିଭିନ୍ନ ମାମଲାର ଶୁଣାଣି କରିବ । ସେହିପରି ଜଷ୍ଟିସ୍‌ ସାବିତ୍ରୀ ରଥ, ଜଷ୍ଟିସ୍‌ ଆଦିତ୍ୟ କୁମାର ମହାପାତ୍ର ଏବଂ ଜଷ୍ଟିସ୍‌ ଏମ୍‌.ଏସ୍‌. ରମଣ ପୃଥକ ପୃଥକ ବେଞ୍ଚ୍‌ରେ ବିଭିନ୍ନ ମାମଲାର ଶୁଣାଣି ହେବ । ତେବେ ଅଦାଲତର କାର୍ଯ୍ୟାଳୟ ଡିସେମ୍ବର ୨୬, ୨୭, ୨୯, ୩୦ ଏବଂ ୩୧ ତାରିଖ ଦିନ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ । ନୂଆ ମାମଲା ଦାଖଲ ପାଇଁ କମ୍ପ୍ୟୁଟର ଫାଇଲିଂ କାଉଣ୍ଟର ପ୍ରତି କାର୍ଯ୍ୟ ଦିବସରେ ଦିନ ୧୧ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଖୋଲା ରହିବ । ସେହିପରି ଜରୁରି ମାମଲାଗୁଡ଼ିକୁ ତାଲିକାଭୁକ୍ତ କରିବା ପାଇଁ ଡିସେମ୍ବର ୨୯ ଦିନ୧୧ଟାରୁ ୧୨ଟା ମଧ୍ୟରେ ଡେପୁଟି ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ଥିବା ଡ୍ରପ୍‌ ବକ୍ସରେ ମେନ୍‌ସନ୍‌ ମେମୋ ପକାଇ ଉଲ୍ଲେଖ କରାଯାଇପାରିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme