
ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ମାମଲାର ଅଭିଯୁକ୍ତ ଗିରଫ । ମୁଖ୍ୟ ଅଭିଯୁକ୍ତକୁ ସତ୍ୟବ୍ରତ ଦାସକୁ ଗିରଫ କଲା ପୋଲିସ । ଜଗତସିଂହପୁରରେ ଶ୍ବଶୁର ଘରେ ଲୁଚି ରହିଥିଲା ଅଭିଯୁକ୍ତ । ପୋଲିସର ସ୍ବତନ୍ତ୍ର ଟିମ୍ ଚଢାଉ କରି ଗିରଫ କରିଛି । ଅଭିଯୁକ୍ତର ଗିରଫ ଦାବିରେ ସାରା ରାତିରେ ଧାରଣା ଦେଇଥିଲେ ସ୍ଥାନୀୟ ଲୋକ । ଏବେବି ଉତ୍ତେଜନା ଜାରି ରହିଛି । ପୋଲିସ ସହ ଧସ୍ତାଧସ୍ତି ହୋଇଛନ୍ତି ସ୍ଥାନୀୟ ଲୋକ । ବାଲିଗାଁ ଓ ମଧୁବାବୁ ଛକରେ ନିଆଁ ଜାଳି ରାସ୍ତା ରୋକ କରିଛନ୍ତି ।
ଗତକାଲି ସକାଳେ ୧୦ ବର୍ଷିୟା ନାବାଳିକା ନିଖୋଜ ଥିଲେ । ପରେ ସନ୍ଧ୍ୟାରେ ବାଲିଗାଁ ପଞ୍ଚାୟତ ଅଫିସ ପରିସରରୁ ନାବାଳିକାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ହୋଇଥିଲା । ନାବାଳିକାକୁ ଦୁଷ୍କର୍ମ କରି ଅନ୍ଧକାର ଭିତରେ ବୁଦାଳିଆ ସ୍ଥାନରେ ପରିତ୍ୟକ୍ତ ଅବସ୍ଥାରେ ଫିଙ୍ଗିଦେଇଥିବା ଅଭିଯୋଗ ହୋଇଛି ।
