
ଦଶହରା ଭସାଣି ଅବସରରେ କଟକ ସହର ଅଶାନ୍ତିତ । ଦରଘାବଜାର ସ୍ଥିତ ହାତୀପୋଖରୀ ନିକଟରେ ମାଆଙ୍କ ମେଳାଣି ଶୋଭାଯାତ୍ରା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ତୀବ୍ର ସଂଘର୍ଷ ସୃଷ୍ଟି ହୋଇଛି। ନାରାବାଜିକୁ ନେଇ ଘଟିଥିବା ଏହି ଗଣ୍ଡଗୋଳରେ ଦୁଇପକ୍ଷ ମଧ୍ୟରେ ଢେଲା ମାଡ଼ ଓ କାଚ ବୋତଲ ମାଡ଼ ହୋଇଥିଲା।
ଏହି ଘଟଣାରେ କଟକ ଡିସିପି ଆହତ ହୋଇଛନ୍ତି। ପୋଲିସ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଲାଠି ଚାର୍ଜ କରିଥିଲା। ଗଣ୍ଡଗୋଳ ଉଗ୍ର ରୂପ ନେବା ପରେ ପ୍ରାୟ ୫ ଘଣ୍ଟା ଧରି ମେଢ଼ ଭସାଣି ଶୋଭାଯାତ୍ରା ବନ୍ଦ ରହିଥିଲା।
ସୂଚନା ଅନୁସାରେ, ଏଥିରେ ୮ ଜଣ ଆହତ ହୋଇଛନ୍ତି, ଯେଉଁଥିରୁ ଜଣେ ଗୁରୁତର ଅବସ୍ଥାରେ ଥିବାକୁ ଜଣାପଡ଼ିଛି ଓ ତାଙ୍କୁ ଏସସିବି ମେଡିକାଲକୁ ଭର୍ତ୍ତି କରାଯାଇଛି।
