Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

୫୨ଟିକିଆ ହାତୀ କରୁଛନ୍ତି ଆତଙ୍କ : ରାତି ଉଜାଗର ରହି କ୍ଷେତ ଜଗିଛି ଚାଷୀ

Posted on December 23, 2025

ହାତୀ ଉପଦ୍ରବରେ ନିଆଁ ଜାଳି ରାତିଉଜାଗର ହୋଇ କ୍ଷେତ ଜଗିଛି ଚାଷୀ। କେନ୍ଦୁଝର ଚମ୍ପୁଆ ରେଞ୍ଜରେ ୫୨ଟିକିଆ ହାତୀ। ପୂର୍ବରୁ ୩୩ହାତୀ ଥିବା ବେଳେ ଗତକାଲି ମୟୁରଭଞ୍ଜରୁ ପୁଣି ଲେଉଟିଛନ୍ତି ୧୯ ହାତୀ। ଚାରି ଭାଗରେ ଭାଗହେଇ ଏହି ହାତୀପଲ ବ୍ୟାପକ କ୍ଷୟକ୍ଷତି କରୁଥିବାରୁ ଏହାକୁ ନେଇ ଲୋକେ ଚିନ୍ତାରେ ଅଛନ୍ତି। ଚମ୍ପୁଆ

ରେଞ୍ଜର ଚମ୍ପୁଆ ସେକ୍ସନର ମୁକୁନ୍ଦପୁର ଠାରେ ୧୩ ଟିକିଆ ହାତୀପଲ ଦୀର୍ଘ ଦୁଇମାସରୁ ଅଧିକ ହେବ ବ୍ୟାପକ କ୍ଷୟ କ୍ଷତି କରୁଥିବା ବେଳେ ଏହି ହାତୀପଲରୁ ତିନୋଟି ହାତୀ ଗୋଠଛଡା ହେଇ ଗତ ରାତିରେ ଅଢଗାଂ ପାଳ ଗାଁ ଭିତରକୁ ପଶି ଆସିଥିଲେ। ଯାହାକୁ ନେଇ ଗାଁରେ ଆତଙ୍କିତ ପରିବେଶ ସୣଷ୍ଟି ହେଇଥିଲା। ପୂର୍ବ ରାତିରେ ଏହି ହାତୀପଲ ମଙ୍ଗଳଳପୁର ଗାଁରେ ବ୍ୟାପକ ଆଖୁ ଚାଷ ଉଜାଡିଥିଲେ । 

ସେହିପରି ଯୋଡ଼ା ସେକ୍ସନର ବନ୍ଧୁଆବେଡା ଗାଁରେ ୬ ଟିକିଆ ହାତୀପଲ ଉତ୍ପାତ ଜାରି ରଖିଥିବା ବେଳେ ବାଲିବନ୍ଧ ସେକ୍ସନର ଚମକପୁର ଗାଁ ଜଂଗଲରେ ଥିବା ୧୪  ଟିକିଆ ହାତୀ ପଲ ଦୀର୍ଘ ଦିନହେବ ଆଖପାଖ ଗାଁ ଲୋକଙ୍କ ନିଦ ହଜାଇ ଦେଇଛନ୍ତି। ଅନ୍ୟପଟେ ଗତ ଦୁଇସପ୍ତାହ ତଳେ ଉଖୁଣ୍ଡା ସକ୍ସନରୁ ମୟୁରଭଞ୍ଜ କୁ ଚାଲି ଯାଇଥିବା ୧୯ ଟିକିଆ ହାତୀପଲ ଗତରାତି ବୈତରଣୀ ନଦୀ ପାର କରି ପୁଣି ଲେଉଟି ଆସିଛନ୍ତି ।

ଏହି ହାତୀପଲ ରରୁଆଗୋଡ଼ା ଗାଁରେ ବ୍ୟାପକ ପନିପରିବା ଚାଷ ନଷ୍ଟ କରିଛନ୍ତି। ହାତୀ ଗୁଡିକ ଆଜି ସକାଳୁ ରରୁଆଗୋଡ଼ା ଗାଁ ଜଂଗଲରେ ଥିବା ଜଣାପଡିଛି। ଚମ୍ପୁଆ ରେଞ୍ଜରେ ଥିବା ହାତୀଗୁଡିକ  ଦିନରେ ବିଭିନ୍ନ ଜଂଗଲରେ ରହି ସଂନ୍ଧ୍ୟାହେଲା ମାତ୍ରେ ଗାଁ ମୁହାଁ ହେଉ ଥିବାରୁ ଲୋକ ଭୟଭୀତ ଅବସ୍ଥା ରେ ରହୁଛନ୍ତି। ବନ ବିଭାଗ ହାତୀ ପଲ ଉପରେ ନଜର ରଖିଥିବା କହୁଥିବା ବେଳେ ହାତୀକୁଂ ନିୟନ୍ତ୍ରଣ କରିବାରେ ବିଫଳ ହେଉଥିବାରୁ ଲୋକକଂ ମଧ୍ୟରେ ଅସନ୍ତୋଷ ବଢ଼ିଛି ।

ଏପଟେ ହାତୀ ଦାଉରୁ ଫସଲ ରକ୍ଷା କରିବାକୁ ଶୀତ କାକରରେ ନିଆଁ ଜାଳି ରାତିସାରା ଉଜାଗର ହୋଇ କ୍ଷେତ ଜଗିବାକୁ ପଡୁଛି। ହାତୀ ଆକ୍ରମଣରେ ଜଣେ ଗୁରୁତର। ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ହୀରପୁରରେ ଘଟିଛି ଅଘଟଣ। ସକାଳୁ ପରିସ୍ରା କରିବାକୁ ଉଠିଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଛନ୍ତି କଲରା-ଝରର ଫକୀର ସାହୁ। ତାଙ୍କୁ ବୋତଲମା ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। 

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme