Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ତାଳଚେର ବ୍ଲକ କଙ୍କିଳି ମାଇନର୍‌ କେନାଲର କଂକ୍ରିଟ୍‌କରଣ କାର୍ଯ୍ୟର ଭୂମିପୂଜନ ଉତ୍ସବ ଅନୁଷ୍ଠିତ…

Posted on December 23, 2025

ତାଳଚେର ବ୍ଲକ କଙ୍କିଳି ମାଇନର୍‌ କେନାଲର କଂକ୍ରିଟ୍‌କରଣ କାର୍ଯ୍ୟର ଭୂମିପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉଦ୍‌ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଯୋଗଦେଇ ଉଦଘାଟନ କରିଥିଲେ ।ଜଳ ସମ୍ପଦ ବିଭାଗ ପକ୍ଷରୁ ୫ କୋଟି ଟଙ୍କାର ବ୍ୟୟ ଅଟକଳରେ କେନାଲର କଂକ୍ରିଟ୍‌ କାର୍ଯ୍ୟ କରାଯିବା ସହ ଏହା କଙ୍କିଳି ପଞ୍ଚାୟତର ସାତପାଟିଆ ଗ୍ରାମଠାରୁ ଆରମ୍ଭ ହୋଇ କାକୁଡ଼ି ଗ୍ରାମ ପର୍ଯ୍ୟନ୍ତ ଯିବ। ଏହାଦ୍ବାରା ଆଖ ପାଖ ଅଞ୍ଚଳର ସମସ୍ତ ଚାଷୀ ଉପକୃତ ହୋଇ ପାରିବେ ବୋଲି କୁହାଯାଉଛି। କେନାଲଟି ବହୁ ବର୍ଷ ପୂର୍ବରୁ ନିର୍ମାଣ ହୋଇଥିଲେ ମଧ୍ୟ ରକ୍ଷଣାବେକ୍ଷଣ ଅଭାବରୁ ବିଭିନ୍ନ ସ୍ଥାନରେ ଭାଙ୍ଗି ଯାଇଥିଲା। ଫଳରେ ତଳ ମୁଣ୍ଡରେ ଥିବା ଚାଷ ଜମିକୁ ସଠିକ୍‌ ଭାବେ ପାଣି ପହଞ୍ଚି ପାରୁ ନଥିଲା। ଏହି କେନାଲର କାର୍ଯ୍ୟଟି ସମ୍ପୁର୍ଣ୍ଣ ହେବା ପରେ ଚାଷୀଙ୍କ ସମସ୍ତ ଦୁଃଖ ଦୂର ହେବ ବୋଲି ବିଧାୟକ କହିଛନ୍ତି ।ଏହି କାର୍ଯ୍ୟକ୍ରମରେ କଙ୍କିଳି ,ଧରମପୁର ପଞ୍ଚାୟତର ସରପଞ୍ଚଙ୍କ ସମେତ ସମିତିସଭ୍ୟ ଓ ଗ୍ରାମର ବହୁ ମାନ୍ୟଗନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

July 2026
M T W T F S S
 12345
6789101112
13141516171819
20212223242526
2728293031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme