Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ମହିଳା କ୍ରିକେଟ ଖେଳାଳିଙ୍କୁ ବିସିସିଆଇର ଉପହାର…

Posted on December 23, 2025

ମହିଳା କ୍ରିକେଟ ଖେଳାଳିଙ୍କୁ ଉପହାର ଦେଲା ବିସିସିଆଇ । ବିଶ୍ୱ ବିଜେତା ମହିଳା କ୍ରିକେଟରଙ୍କୁ ଭେଟି ଦେଇଛି ବିସିସିଆଇ । ବିସିସିଆଇ ତାର ମହିଳା କ୍ରିକେଟରଙ୍କ ମ୍ୟାଚ୍ ପାଉଣାରେ ବୃଦ୍ଧି କରିଛି । ଆପେକ୍ସ କାଉନସିଲ୍ ବୈଠକରେ ଘରୋଇ ଟୁର୍ଣ୍ଣାମେଣ୍ଟରେ ଖେଳୁଥିବା ମହିଳା ଖେଳାଳିଙ୍କ ମ୍ୟାଚ ପାଉଣାକୁ ଅଢେଇ ଗୁଣା ବୃଦ୍ଧ କରିବାକୁ ନିଷ୍ପତ୍ତି ନେଇଛି । ଏବେ ପୁରୁଷ ଖେଳାଳିଙ୍କ ସମାନ ବେତନ ମିଳିବ ।

ବର୍ତ୍ତମାନ ଘରୋଇ ସିନିଅର ଦିନିକିଆ ଟୁର୍ଣ୍ଣାମେଣ୍ଟରେ ଖେଳାଳିମାନେ ଦୈନିକ ୫୦ ହଜାର ଟଙ୍କା ପାଉଣା ପାଇବେ । ପୂର୍ବରୁ ୨୦ ହଜାର ଟଙ୍କା ରହିଥିଲା । ତେବେ ଏହା ପ୍ଲେଇଙ୍ଗ୍ ଇଲେଭେନରେ ସାମିଲ ଖେଳାଳିଙ୍କ ପାଇଁ ଲାଗୁ ହେବ । ରିଜର୍ଭ ଖେଳାଳିଙ୍କୁ ବି ଏହାର ଫାଇଦା ମିଳିବ ।

ଦିନିକିଆ ଟୁର୍ଣ୍ଣାମେଣ୍ଟରେ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇ ନଥିବା ଖେଳାଳିଙ୍କୁ ଏହାର ଅଧା ଅର୍ଥାତ୍ ୨୫ ହଜାର ଟଙ୍କା ମିଳିବ । ପୂର୍ବରୁ ରିଜର୍ଭ ଖେଳାଳିଙ୍କୁ ଦୈନିକ ୧୦ ହଜାର ଟଙ୍କା ମ୍ୟାଚ ଫି ଦିଆଯାଉଥିଲା । ମହିଳା କ୍ରିକେଟରଙ୍କ ମ୍ୟାଚ ଫିସ୍ ଶେଷ ଥର ପାଇଁ ୨୦୨୧ରେ ସଂଶୋଧନ କରାଯାଇଥିଲା । ସେହି ସମୟରେ ସିନିୟର ଖେଳାଳିଙ୍କ ଫିସ୍ ୧୨ ହଜାର ୫୦୦ ଟଙ୍କାରୁ ବଢି ୨୦ ହଜାର ଟଙ୍କା ହୋଇଥିଲା । ଏହାପରେ ବର୍ତ୍ତମାନ ପାଉଣାରେ ବୃଦ୍ଧି ସବୁଠାରୁ ଅଧିକ । ଏବେ ଘରୋଇ କ୍ରିକେଟରେ ମହିଳା ଖେଳାଳିଙ୍କ ମ୍ୟାଚ ଫିସ୍ ପୁରୁଷ ଖେଳାଳିଙ୍କ ସହ ପ୍ରାୟ ସମାନ ହୋଇଛି ।

ବିସିସିଆଇ ଜୁନିୟର ଲେବଲ୍ ଟୁର୍ଣ୍ଣାମେଣ୍ଟରେ ବି ସମାନତା ଲାଗୁ କରିଛି । ମଲ୍ଡି-ଡେ କିମ୍ବା ଦିନିକିଆ ମ୍ୟାଚରେ ପ୍ଲେଇଙ୍ଗ ଇଲେଭେନରେ ପ୍ରତିଦିନ ୨୫ ହଜାର ଟଙ୍କା ଏବଂ ରିଜର୍ଭ ଖେଳାଳିଙ୍କୁ ୧୨ ହଜାର ୫୦୦ଟଙ୍କା ମିଳିବ । ସେହିପରି ଟି-୨୦ ମ୍ୟାଚରେ ଚୂଡାନ୍ତ ଏକାଦଶରେ ଖେଳାଳିଙ୍କୁ ୧୨ ହଜାର ୫୦୦ ଟଙ୍କା ଓ ରିଜର୍ଭ ଖେଳାଳିଙ୍କୁ ୬ ହଜାର ୨୫୦ଟଙ୍କା ମିଳିବ । ସେହିପରି ଅମ୍ପାୟାର ଏବଂ ମ୍ୟାଚ ରେଫରୀଙ୍କ ସହିତ ମ୍ୟାଚ ଅଧିକାରୀଙ୍କର ମଧ୍ୟ ଫିସ ବୃଦ୍ଧି ହୋଇଛି । ଘରୋଇ ଟୁର୍ଣ୍ଣାମେଣ୍ଟରେ ଲିଗ୍ ମ୍ୟାଚ୍ ପାଇଁ ଅମ୍ପାୟାର ଏବଂ ମ୍ୟାଚ୍ ରେଫରୀମାନଙ୍କୁ ପ୍ରତିଦିନ ୪୦,୦୦୦ ଦରମା ଦିଆଯିବ । ନକଆଉଟ୍ ମ୍ୟାଚ୍ ପାଇଁ, ଦୈନିକ ଦରମା ୫୦,୦୦୦ ରୁ ୬୦,୦୦୦ ମଧ୍ୟରେ ହେବ । ରଣଜୀ ଟ୍ରଫି ଲିଗ୍ ମ୍ୟାଚରେ ଅମ୍ପାୟାରିଂ ପାଇଁ ପ୍ରତି ମ୍ୟାଚରେ ପ୍ରାୟ ୧.୬୦ ଲକ୍ଷ ପାଇବେ, ନକଆଉଟ୍ ମ୍ୟାଚ୍ରେ ଅମ୍ପାୟାରିଂ ପାଇଁ ପ୍ରତି ମ୍ୟାଚରେ ୨.୫ ଲକ୍ଷ ରୁ ୩ ଲକ୍ଷ ପାଇବେ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଅଧ୍ୟାପକଙ୍କୁ ସରକାରଙ୍କ ଛାଟ, ତଡ଼ା ଖାଇବେ ସାର୍
  • ଚାକିରିଆଙ୍କୁ ଆଶ୍ବସ୍ତି, ଆଉ ବାରମ୍ବାର ମାଗିବାକୁ ପଡ଼ିବନି…
  • ଆଖି ବୁଜିଲା ବୋମା ଖାଇ ଗୁରୁତର ହୋଇଥିବା ହାତୀ
  • ଡାର୍କ ମୋଡ୍‌ରେ ଲାଲ୍ ଗ୍ରହ
  • ଭଣ୍ଡବାବାଙ୍କୁ ଖଣ୍ଡଗିରି ମନା

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (196)
  • ଏକ୍ସକ୍ଲୁସିଭ୍ (27)
  • ଖେଳ (51)
  • ଦେଶ ବିଦେଶ (461)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (111)
  • ରାଜ୍ୟ (1,487)
  • ସ୍ପେଶାଲ୍ ରିପୋର୍ଟ (261)
©2026 JBR Samachar | Design: Newspaperly WordPress Theme