Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବଢ଼ିଲା ସୁନା, ରୁପା ୫ ହଜାର ମହଙ୍ଗା

Posted on December 23, 2025

ସୋମବାର ସୁନା ଓ ରୁପା ଦର ବୃଦ୍ଧି ପରିଲକ୍ଷିତ ହୋଇଛି । ଭୁବନେଶ୍ୱରରେ ଉଭୟ ୨୪ କ୍ୟାରେଟ୍ ଓ ୨୨ କ୍ୟାରେଟ୍ ସୁନା ଦର ଯଥାକ୍ରମେ ୧୯୭୦ ଓ ୧୮୦୦ ଟଙ୍କା ବଢ଼ିଛି । ଫଳରେ ଏହି ୨ ବର୍ଗରେ ୧୦ ଗ୍ରାମ ପିଛା ସୁନା ଦର ଯଥାକ୍ରମେ ୧.୩୬ ଲକ୍ଷ ଓ ୧.୨୪ ଲକ୍ଷ ଟଙ୍କା ଛୁଇଁଛି । ସେହିଭଳି କିଲୋ ପିଛା ରୁପା ଦରରେ ୫ ହଜାର ଟଙ୍କା ବୃଦ୍ଧି ହୋଇ ୨.୩୧ ଲକ୍ଷ ଟଙ୍କା ରହିଛି । ଚଳିତ ବର୍ଷ ସୁନା ଦର ୫୭,୮୦୮ ଟଙ୍କା ବଢ଼ି ଗଲାଣି । ସେହିଭଳି ରୁପା ଦର ୧.୨୧ ଲକ୍ଷ ଟଙ୍କା ମହଙ୍ଗା ହୋଇଛି ।

ଆମେରିକା ସୁଧହାର ହ୍ରାସ କରିବା ଯୋଗୁ ଡଲାର ଦୁର୍ବଳ ହୋଇଛି । ସୁନାର ହୋଲ୍ଡିଂ ଖର୍ଚ୍ଚ କମିଛି । ଫଳରେ ଲୋକମାନେ ସୁନା କ୍ରୟ ବୃଦ୍ଧି କରିଛନ୍ତି । ରୁଷ, ୟୁକ୍ରେନ ଯୁଦ୍ଧ ଯୋଗୁ ବିଶ୍ୱ ବଜାରରେ ଅନିଶ୍ଚିତତା ସୃଷ୍ଟି ହୋଇଛି । ଲୋକେ ସୁରକ୍ଷିତ ନିବେଶ ଭାବେ ସୁନା କ୍ରୟ କରୁଛନ୍ତି । ବିଭିନ୍ନ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ଏବେ ସୁନା କିଣା ବଢ଼ାଇଛନ୍ତି । ଫଳରେ ସୁନା ଉଦ୍ଧ୍ୱର୍ଗାମୀ ହୋଇଛି । ସେହିଭଳି ରୁପା କଥା ବିଚାରକୁ ନେଲେ ସୋଲାର, ଇଲେକଟ୍ରୋନିକ୍ସ ଏବଂ ଇଭିରେ ରୁପା ବ୍ୟବହାର ବଢ଼ିବା ଯୋଗୁ ଏହାର ଦର ଉପର ମୁହାଁ ହୋଇଛି । ଆମେରିକା କମ୍ପାନି ଗୁଡିକ ପ୍ରବଳ ମାତ୍ରାରେ ରୁପା ମହଜୁଦ କରି ରଖୁଛନ୍ତି । ଏବେ ଯୋଗାଣ ପ୍ରଭାବିତ ଥିବାରୁ ଦର ତେଜୁଛି । ଉତ୍ପାଦନ ବନ୍ଦ ହେବା ଭୟରେ କମ୍ପାନି ରୁପା ମହଜୁଦ କରି ରଖୁଛନ୍ତି । ଯାହା ଦର ବୃଦ୍ଧିର କାରଣ ପାଲଟିଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଲକ୍ଷ୍ମୀ ବସ୍ ଚଳାଚଳକୁ ଘରୋଇ ବସ୍ ମାଲିକ ସଂଘର  ବିରୋଧ
  •  
  • ଦୁଇ ଗୋଷ୍ଠୀ ମୁହାଁମୁହିଁ , ୬ ଗିରଫ
  • ୩୧ରେ ଛତିଶଗଡ଼ ଯିବ ମହାନଦୀ କମିଟି
  • ମିଳିଲା ୨.୨୧ ଲକ୍ଷ କିଲୋ ସୁନା,୪ ଭିନ୍ନ ଭିନ୍ନ ସ୍ଥାନରେ ସୁନା ଖଣି ଠାବ

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (197)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (51)
  • ଦେଶ ବିଦେଶ (466)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (112)
  • ରାଜ୍ୟ (1,503)
  • ସ୍ପେଶାଲ୍ ରିପୋର୍ଟ (263)
©2026 JBR Samachar | Design: Newspaperly WordPress Theme