
ଆସନ୍ତା ୨୬ ତାରିଖ ଯାଏ ରାଜ୍ୟରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇପାରେ । ପଶ୍ଚିମ ଓଡ଼ିଶା ଓ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ଘନ କୁହୁଡ଼ି ଦେଖା ଦେଇପାରେ । ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ଦୃଶ୍ୟମାନ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
୨୩ରୁ ୨୬ ତାରିଖ ଯାଏ ସୁନ୍ଦରଗଡ଼, ଝାରସୁଗୁଡ଼ା, କନ୍ଧମାଳ, କେନ୍ଦୁଝର, ବଲାଙ୍ଗିର ଓ ସୋନପୁରରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇପାରେ । ଆଭ୍ୟନ୍ତରୀଣ ଓଡ଼ିଶା ଓ ଉତ୍ତର ବିକ୍ଷିପ୍ତ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳିପାରେ ବୋଲି ପୂର୍ବାନୁମାନରେ କୁହାଯାଇଛି ।
ମଙ୍ଗଳବାର କୋରାପୁଟରେ ୬ଡିଗ୍ରୀ, ଫୁଲବାଣୀରେ ୮, ବୌଦ୍ଧ ଓ ନବରଙ୍ଗପୁରରେ ୯, ବଲାଙ୍ଗିର, ଅନୁଗୁଳ ଓ ଭବାନୀପାଟଣାରେ ରାତି ତାପମାତ୍ରା ୧୦ ଡିଗ୍ରୀ ଅନୁଭୂତ ହୋଇପାରେ । ୨୭ ତାରିଖ ଯାଏ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଶୀତ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
କୋରାପୁଟରେ ପାରଦ ସବୁଠୁ କମ୍ ୫.୫ ଡିଗ୍ରୀ ରହିଥିଲା । ଜି ଉଦୟଗିରିରେ ୬.୮, ଦାରଙ୍ଗବାଡ଼ିରେ ୭ ଓ ଫୁଲବାଣୀରେ ୮ ଡିଗ୍ରୀ ରେକର୍ଡ ହୋଇଥିଲା । କୋରାପୁଟରେ ରାତ ତାପମାତ୍ରା ସ୍ୱାଭାବିକଠାରୁ ୭.୨ ଡିଗ୍ରୀ କମ୍ ରହିଥିଲା । ଅନୁଗୁଳରେ ୩.୨ ଡିଗ୍ରୀ କମ୍ ରେକର୍ଡ ହୋଇଛି ।
