Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ବଡ଼ ବୟାନ

Posted on December 22, 2025

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ବଡ଼ ବୟାନ । ଭାରତ-ବିରୋଧୀ ମନୋଭାବ ପଛରେ ଉଗ୍ରବାଦୀଙ୍କ ହାତ। ୟୁନୁସ୍ ସରକାର ଅପରାଧୀଙ୍କୁ ପ୍ରଶ୍ରୟ ଦେଉଛନ୍ତି । ଉଗ୍ରବାଦୀଙ୍କୁ ଉତ୍ସାହିତ କରୁଥିବା ହସିନା ଅଭିଯୋଗ କରିଛନ୍ତି । ଯେଉଁମାନେ ମୋତେ ଦେଶ ଛାଡ଼ିବାକୁ ବାଧ୍ୟ କଲେ, ସେମାନେ ଏବେ କ୍ଷମତାରେ। ଭାରତ ଓ ବାଂଲାଦେଶର ସମ୍ପର୍କ ଚିରସ୍ଥାୟୀ, ଅନ୍ତରୀଣ ସରକାର ନୁହେଁ । ଏକ ସାକ୍ଷାତକାରରେ ହସିନା, ମହମ୍ମଦ ୟୁନୁସ୍ ସରକାରଙ୍କ ଉପରେ ବର୍ଷିଛନ୍ତି । ଭାରତ-ବିରୋଧୀ ମନୋଭାବ ଉପରେ କହିଛନ୍ତି ଯେ ବାଂଲାଦେଶରେ ଭାରତ ବିରୋଧରେ ଯେଉଁ ବିଦ୍ୱେଷ ସୃଷ୍ଟି କରାଯାଉଛି । ତାହା ଉଗ୍ରବାଦୀଙ୍କ ଦ୍ୱାରା ଯୋଜନାବଦ୍ଧ ଭାବେ କରାଯାଉଛି । ୟୁନୁସ୍ ସରକାର ଉଗ୍ରବାଦୀଙ୍କୁ ଉତ୍ସାହିତ କରୁଛନ୍ତି। ଯେଉଁମାନେ ଭାରତୀୟ ଦୂତାବାସ ଏବଂ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ କରୁଥିଲେ, ସେମାନଙ୍କୁ ଦଣ୍ଡ ଦେବା ବଦଳରେ ସରକାର ଗୁରୁତ୍ୱପୂର୍ଣ୍ଣ ପଦବୀରେ ବସାଉଛନ୍ତି । ଜେଲରୁ ଆତଙ୍କବାଦୀଙ୍କୁ ମୁକ୍ତ କରୁଛନ୍ତି ।

ଭାରତ ନିଜ ସୁରକ୍ଷା କର୍ମୀଙ୍କ ପାଇଁ ଯେଉଁ ଚିନ୍ତା ପ୍ରକଟ କରୁଛି, ତାହା ସମ୍ପୂର୍ଣ୍ଣ ଠିକ୍ ବୋଲି ହସିନା କହିଛନ୍ତି । ପାକିସ୍ତାନ ସହ ବାଂଲାଦେଶର ବନ୍ଧୁତା ରହିବାରେ କୌଣସି ଅସୁବିଧା ନାହିଁ, କିନ୍ତୁ ୟୁନୁସ୍ ଯେଭଳି ଭାବେ ଅନ୍ୟ ବନ୍ଧୁ ଦେଶମାନଙ୍କୁ ଦୂରେଇ ଦେଇ ପାକିସ୍ତାନ ପଛରେ ଦୌଡ଼ୁଛନ୍ତି, ତାହା ଠିକ୍ ନୁହେଁ । ୟୁନୁସ୍ ସରକାର ଜନତାଙ୍କ ଦ୍ୱାରା ନିର୍ବାଚିତ ନୁହଁନ୍ତି, ତେଣୁ ଦେଶର ବୈଦେଶିକ ନୀତି ବଦଳାଇବାର ତାଙ୍କର କୌଣସି ଅଧିକାର ନାହିଁ । ହସିନାଙ୍କ କହିବା ଅନୁସାରେ, ଯେବେ ବାଂଲାଦେଶର ଲୋକମାନେ ପୁଣିଥରେ ଭୋଟ୍ ଦେବାର ସୁଯୋଗ ପାଇବେ, ସେତେବେଳେ ବୈଦେଶିକ ନୀତି ପୁଣି ସ୍ୱାଭାବିକ ହେବ । ଭାରତ ଏବଂ ବାଂଲାଦେଶ ମଧ୍ୟରେ ଥିବା ସମ୍ପର୍କ ଅତି ଗଭୀର ଓ ଅନ୍ତରୀଣ ସରକାର ଯିବା ପରେ ମଧ୍ୟ ଏହି ବନ୍ଧୁତା ଅତୁଟ ରହିବ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme