
ସୁବଣ୍ଣପୁର: ବିନିକା ବନ ବିଭାଗ ପକ୍ଷରୁ ପିକପ୍ ସହ ପ୍ରାୟ ୬୬ ହଜାର ଟଙ୍କା ହେବ ରେଙ୍ଗାଲ (ସାଲ ସାଇଜ କାଠ)ଗଛର ଜବତ କରିଛି। ଚାଳକ ଓ ସହଯୋଗୀ ଫେରାରହୋଇଥିବା ବିନିକା ଫରେଷ୍ଟର ବନମାଳୀ ପଣ୍ଡେ ସୁଚନା ଦେଇଛନ୍ତି।
ସୁଚନା ଯୋଗ୍ୟ ଗତକାଲି ରାତିରେ ବର୍ଷା ସୁଯୋଗ ନେଇ ସୁବଣ୍ଣପୁର ଜିଲ୍ଳା ଉଲୁଣ୍ଡା ରେଞ୍ଜର ପଟରୁ ଏକ ଟାଟା ପିକପ୍ (ଓଡ଼ି୧୭କ୍ବି ୮୫୭୧) ଗାଡି ଦୃତ ଗତିରେ ଆସୁଥିବା ବେଳେ ପୁର୍ବରୁ ସୁଚନା ପାଇ ବିନିକା ବନବିଭାଗ ମହାନଦୀ ଛକରେ ଛପି ରହିଥିଲେ। ଗାଡ଼ିକୁ ଅଟକାଇବା ବେଳେ ଚାଳକ ଓ ସହଯୋଗୀ ଗାଡି ଚାବି ଛାଡ଼ି ଫେରାର ହୋଇଥିଲେ। ବନବିଭାଗ ଗାଡି ସହ ସାଇଜ କାଠକୁ ଜବତ କରି ବିନିକା ରେଞ୍ଜର କାର୍ଯ୍ୟଳୟକୁ ଆଣି ଥିଲେ।

