Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବଡ଼ଦିନ ପାଇଁ ଦାରିଙ୍ଗବାଡ଼ିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି…

Posted on December 22, 2025

ଆଉ ମାତ୍ର ୨ ଦିନର ଅପେକ୍ଷା ସାରା ବିଶ୍ୱରେ ଦେଖାଦେବ ଖୁସି ଓ ଆନନ୍ଦ। ପ୍ରଭୁ ଯୀଶୁଖ୍ରୀଷ୍ଟ ଜନ୍ମ ନେବେ ଏଥିପାଇଁ ଚାରିଆଡ଼େ ଖ୍ରୀଷ୍ଟ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଦେଖାଯାଇଛି ଉଲ୍ଲାସ, ଖୁସି ଆଉ ଆନନ୍ଦ। ଭାଇଚାରାର ବାର୍ତ୍ତା ନେଇ ଖ୍ରୀଷ୍ଟ ଶ୍ରଦ୍ଧାଳୁମାନେ ଏହି ବଡ଼ଦିନକୁ ପାଳନ କରିବେ। ଏହି କ୍ରମରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳ ମଧ୍ୟ ଉତ୍ସବ ମୁଖର ହୋଇପଡ଼ିଛି। ଗାଁ ଗାଁରେ ଏବେ ଯୀଶୁଖ୍ରୀଷ୍ଟଙ୍କ ଆଗମନ ପାଇଁ ଗୁହାଳ ଘର ପ୍ରସ୍ତୁତି ସହ ରଙ୍ଗ ବେରଙ୍ଗର ଆଲୋକ ମାଳାରେ ସଜ୍ଜିତ କରାଯାଇଛି। ଯାହାକି ଆକର୍ଷଣୀୟ ଭାବେ ଝଲସି ଉଠୁଛି। ଘରେ ଘରେ ପିଠାପଣାର ଆସର ଜମିବ ଆଉ ଚର୍ଚ୍ଚ, ପ୍ରାର୍ଥନା ଗୃହ ମଧ୍ୟ ବରଣ ସହ ରଙ୍ଗ ବେରଙ୍ଗ ଆଲୁଅରେ ଝଲସିବା ଆରମ୍ଭ ହେଲାଣି। ନୂଆ ପୋଷାକ ପାଇଁ ମାର୍କେଟିଂ ଚାଲିଛି। ସେପଟେ ନିଜ ନିଜ ଗୃହକୁ ରଙ୍ଗ ଦିଆଯିବା ସହ ଘରେ ଘରେ ବନ୍ଧୁବାନ୍ଧବଙ୍କ ଭିଡ଼ ଜମିଲାଣି।

ପ୍ରକାଶ ଯେ, ୨୪ ମଧ୍ୟରାତ୍ରରେ ଯୀଶୁଖ୍ରୀଷ୍ଟଙ୍କ ଆଗମନ ହେବ ୨୫ରେ। ଏହାକୁ ବଡ଼ଦିନ ଭାବେ ପାଳନ କରାଯିବ ସାମୁହିକ ପ୍ରାର୍ଥନା, ଯଜ୍ଞ, ବାଇବଲ ପଠନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ବିଭିନ୍ନ ଚର୍ଚ୍ଚ ଓ ପ୍ରାର୍ଥନା ଗୃହରେ ପାଳନ କରାଯିବ। ସେଥିପାଇଁ ଦାରିଙ୍ଗବାଡ଼ି ଏବେ ଠାରୁ ଉତ୍ସବ ମୁଖର ହୋଇପଡିଛି। ଦାରିଙ୍ଗବାଡ଼ି ସମେତ ସିମନବାଡ଼ି, ବ୍ରାହ୍ମଣୀଗାଁ କାଟିଙ୍ଗିଆ, କିରାମାହା, ତାଜୁଙ୍ଗିଆ, ହାତୀମୁଣ୍ଡା, ଭ୍ରମରବାଡି, ଗଦାପୁର, ପର୍ତ୍ତମାହା, ସିଆଙ୍ଗବାଲି, ବାଡ଼ାବାଙ୍ଗା, ସରାମୁଳି, ଝିଞ୍ଜିରୀଗୁଡ଼ା, କୁମ୍ଭାରୀଗାଁ ଆଦି ପଞ୍ଚାୟତ ଅଞ୍ଚଳରେ ବ୍ୟାପକ ପ୍ରସ୍ତୁତି ଚାଲିଛି। ଏହି ପର୍ବକୁ ଶାନ୍ତି ଶୃଙ୍ଖଳାର ସହ ପାଳନ ପାଇଁ ବ୍ରାହ୍ମଣୀଗାଁ ଓ ଦାରିଙ୍ଗବାଡ଼ି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଡିଏସ୍‌ପି ତଥା ଦାରିଙ୍ଗବାଡ଼ି ଥାନା ଅଧିକାରୀ କନକ ମାଝୀ କହିଛନ୍ତି ପୋଲିସ ଫ୍ଲାଗ୍‌ମାର୍ଚ୍ଚ କରିବା ସହ ଉପସ୍ଥିତ ଜାହିର କରିଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme