
ଅନୁଗୁଳ: ନାଲକୋ ନଗର ରେଳ ଷ୍ଟେସନ ନିକଟସ୍ଥ ରେଳ ଧାରଣାରୁ ଆଜି ଏକ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରିଛି ପୁଲିସ। ବ୍ୟକ୍ତିଙ୍କ ବୟସ ଆନୁମାନିକ ୩୫ ବର୍ଷ ହୋଇଥିବା ବେଳେ ସେ ଫୁଲ ସାର୍ଟ ଏବଂ କଳା ରଙ୍ଗର ପ୍ୟାଣ୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି। ତେବେ ଟ୍ରାକ ଅତିକ୍ରମ କରୁଥିବା ବେଳେ ବ୍ୟକ୍ତି ଜଣକ ଟ୍ରେନ ଦୁର୍ଘଟଣାର ଶିକାର ହୋଇଥିବା ଅନୁମାନ କରୁଛି ପୁଲିସ। ଏ ନେଇ ନାଲକୋନର ଥାନାରେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରହିଥିବା ଜଣା ପଡ଼ିଛି।
