
ରନ୍ଧନ ଗ୍ୟାସ ଲିକେଜ ଥିବା ସମୟରେ ଅସାବଧାନତା କାରଣରୁ ନିଆଁ ଲାଗି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଟେମେରା ଗ୍ରାମର ୪ ଜଣ ଗୁରୁତର ହେବାରୁ ତାଙ୍କୁ କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନାମତେ, ଟେମରା ଗ୍ରାମର ଦେବରାଜ ସୁନାନୀଙ୍କ ଘରେ ଆଜି ସକାଳେ ରନ୍ଧନ ଗ୍ୟାସ ସିଲିଣ୍ଡର ଲିକେଜ ହୋଇ ନିଆଁ ଲାଗିବାରୁ ଗ୍ୟାସ ସିଲିଣ୍ଡର ବନ୍ଦ କରିବାକୁ ଯାଇ ଦେବାରାଜ ସୁନାନୀ ତାଙ୍କର ପରିବାରର ଦୁଷ୍ମନ୍ତ ସୁନାନୀ, ବିକାଶ ସୁନାନୀ, ଭୀମସେନ ପାଣିଗ୍ରାହୀ ନିଆଁ ରେ ପୋଡି ଗୁରୁତର ହୋଇଛନ୍ତି। କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ହେଲେ ଗୁରୁତର ହେତୁ ଅଧିକ ଚିକିତ୍ସା ଜିଲ୍ଲା ମୁଖ୍ୟ ଚିକିତ୍ସା ଳୟ କୁ ନେବା ପାଇଁ ଡାକ୍ତର ପରାମର୍ଶ ଦେଇ ଥିବା ଜଣା ପଡିଛି।
