Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଜାରି ରହିବ ଶୀତ ଲହରି, ସାମାନ୍ୟ ବଢ଼ିପାରେ ରାତି ତାପମାତ୍ରା

Posted on December 22, 2025

ରାଜ୍ୟରେ ଜାରି ରହିବ ଶୀତ। ରାତି ତାପମାତ୍ରା ସାମାନ୍ୟ ପ୍ରାୟ ୧ ଡିଗ୍ରୀ ଯାଏ ବଢ଼ିପାରେ । ଆଗରୁ ଉତ୍ତର ପଶ୍ଚିମ ଓ ଉତ୍ତର ଦିଗରୁ ଜୋର୍‌ରେ ଥଣ୍ଡା ପବନ ବହୁଥିଲା । ଏହା ପ୍ରଭାବରେ ଶୀତ ଅଧିକ ଅନୁଭୂତ ହେଉଥିଲା । ଏବେ ପବନର ବେଗ ସାମାନ୍ୟ କମିପାରେ । କିନ୍ତୁ ଶୀତର ପ୍ରକୋପରେ ବେଶି ପରିବର୍ତ୍ତନ ଆସିବନି, ଏହା ଜାରି ରହିବ । ୩୦ ତାରିଖ ବେଳକୁ କିଛି ସ୍ଥାନରେ ଅଧିକ ଶୀତ ହେବନି ଓ ପାଗ ଆରାମଦାୟକ ରହିବ । ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ ଏହି ଆକଳନ କରିଛନ୍ତି । 

ଡ. ସାହୁ କହିଛନ୍ତି, ବାୟୁମଣ୍ଡଳରେ ଜଳୀୟବାଷ୍ପ ନଥିବାରୁ ଶୀତ ଅଧିକ ହେଉଥିଲା । ଏବେ ସମୁଦ୍ରରୁ ସ୍ଥଳଭାଗକୁ ଅଧିକ ଜଳୀୟବାଷ୍ପ ଆସିବ । ଫଳରେ ଅଳ୍ପ କିଛି ସ୍ଥାନରେ ଶୀତର ପ୍ରକୋପ ସାମାନ୍ୟ କମିବ । ସେପଟେ ଆସନ୍ତା ୭ଦିନ ଯାଏ ରାତି ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନି ଓ ଶୀତ ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସୋମବାର ଫୁଲବାଣୀରେ ୬ ଡିଗ୍ରୀ, କୋରାପୁଟରେ ୭, ବୌଦ୍ଧ ଓ ନବରଙ୍ଗପୁରରେ ୮ଡିଗ୍ରୀ ରହିପାରେ ବୋଲି ଆକଳନ କରାଯାଇଛି । ଉପକୂଳ ଓଡ଼ିଶାରେ ଅପେକ୍ଷାକୃତ କମ୍‌ ଶୀତ ହେବ । ଏଠାରେ ରାତି ତାପମାତ୍ରା ୧୨ରୁ ୧୫ ଡିଗ୍ରୀ ରହିବ ବୋଲି ପାଣିପାଗ ବିଭାଗର ଆକଳନରୁ ଜଣାପଡ଼ିଛି । ଶନିବାର ଜି. ଉଦୟଗିରିରେ ପାରଦ ସବୁଠୁ କମ୍‌ ୫.୬ ଡିଗ୍ରୀ ରେକର୍ଡ ହୋଇଥିଲା । ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ୭ ଡିଗ୍ରୀ ରହିଥିଲା । ଅନୁଗୁଳରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୩.୯ ଡିଗ୍ରୀ କମ୍‌ ରହିଥିଲା । କୋରାପୁଟରେ ସ୍ୱାଭାବିକଠାରୁ ୩.୬ ଡିଗ୍ରୀ, ଭବାନୀପାଟଣା ଓ ଝାରସୁଗୁଡ଼ାରେ ୨.୧ ଡିଗ୍ରୀ କମ୍‌ ରହିଥିଲା ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ୩୧ରେ ଛତିଶଗଡ଼ ଯିବ ମହାନଦୀ କମିଟି
  • ମିଳିଲା ୨.୨୧ ଲକ୍ଷ କିଲୋ ସୁନା,୪ ଭିନ୍ନ ଭିନ୍ନ ସ୍ଥାନରେ ସୁନା ଖଣି ଠାବ
  • ପିଟାପିଟି ହୋଇ ୨ ଶିକ୍ଷୟିତ୍ରୀ ଲହୁଲୁହାଣ: ତଦନ୍ତ ରିପୋର୍ଟ ପାଇଁ ନିର୍ଦ୍ଦେଶ ଦେଲେ ବିଡିଓ
  • ଆସନ୍ତାକାଲି ହୀରାକୁଦରେ ବିଦେଶୀ ପକ୍ଷୀ ଗଣନା…
  • ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (197)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (51)
  • ଦେଶ ବିଦେଶ (466)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (112)
  • ରାଜ୍ୟ (1,500)
  • ସ୍ପେଶାଲ୍ ରିପୋର୍ଟ (263)
©2026 JBR Samachar | Design: Newspaperly WordPress Theme