Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବିଜେଡିରେ ବଡ଼ ହଲଚଲ: ୪୦ ପରେ ୩ ନେତାଙ୍କୁ ନେଇ ଚର୍ଚ୍ଚା

Posted on December 21, 2025

ବିଜେଡିର ପ୍ରାୟ ୪୦ ଜଣ ପୂର୍ୱତନ ବିଧାୟକ ଏବଂ ୨୦୨୪ରେ ବିଧାୟକ ପ୍ରାର୍ଥୀ ହୋଇଥିବା ନେତା ଭୁବନେଶ୍ୱର ଉପକଣ୍ଠରେ ଶୁକ୍ରବାର ଏକ ଭୋଜି କରିଥିଲେ। ସେହି ଭୋଜିରେ କିନ୍ତୁ କେହି ସେମିତି ନିଜକୁ ବରିଷ୍ଠ ବା ରାଜ୍ୟସ୍ତରୀୟ ନେତା ବୋଲାଉଥିବା ଚେହେରାଙ୍କୁ ଦେଖିବାକୁ ମିଳି ନ ଥିଲା। ଯେଉଁମାନେ ଭୋଜି କରିଥିଲେ ସେମାନଙ୍କ ମଧ୍ୟରେ ଅଧିକାଂଶ ଯୁବ ଚେହେରା ରହିଥିଲେ। ଯାହା ଶୁଣାଗଲା, ଦଳର ଭବିଷ୍ୟତ ଏବଂ ଦଳୀୟ କଥାରେ ମାମଲାତି କରୁଥିବା ନେତାଙ୍କ ବିରୋଧରେ ଏହି ମେଳି ହୋଇଥିଲା।

ଏହି କଥାକୁ ଦିନଟେ ପୂରିନାହିଁ, ବାଲେଶ୍ୱର ଜିଲାର ୩ ପୂର୍ୱତନ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ସ୍ୱରୂପ ଦାସ ଏବଂ ସୁକାନ୍ତ ନାଏକ ଶନିବାର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନକୁ ଆସି ପହଞ୍ଚିଲେ। ହେଲେ ଜିଲାର ୩ ପୂର୍ୱତନ ବିଧାୟକ ଅରୁଣଙ୍କ ଘରେ ଏକାସଙ୍ଗେ ପହଞ୍ଚିବାର କାରଣ କ’ଣ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ସେମାନଙ୍କ ମଧ୍ୟରୁ ଜଣେ କହିଥିଲେ, ଉତ୍ତର ଓଡ଼ିଶା ଉତ୍ସବ ଲାଗି ନିମନ୍ତ୍ରଣ ଦେବା ପାଇଁ ଆସିଥିଲେ। ହେଲେ ନିମନ୍ତ୍ରଣ ଆଳକରି ଜିଲାର ଏହି ୩ ନେତା ଅରୁଣଙ୍କ ସହ କାହିଁକି ଆଲୋଚନା କଲେ ତାହା ମଧ୍ୟ ବିଶେଷ ଚର୍ଚ୍ଚାର ବିଷୟ ପାଲଟିଛି। ଏଠାରେ ସୂଚାଇ ଦିଆଯାଇପାରେ, ବିଜେଡିର ଖୋର୍ଦ୍ଧା ଏବଂ ବାଲେଶ୍ୱର ଜିଲା ସଭାପତି ଚୟନ ଏଯାଏ ହେଇପାରି ନାହିଁ। ବାଲେଶ୍ୱର ଜିଲାରେ ସଭାପତି ପଦ ଲାଗି ରବୀନ୍ଦ୍ର ଜେନା ଇଚ୍ଛୁକ ଥିବାବେଳେ ତାଙ୍କୁ କିନ୍ତୁ କେତେଜଣ ବିଧାନସଭା ମଣ୍ଡଳୀ ନେତା ବିରୋଧ କରୁଛନ୍ତି। ଏଥିଲାଗି ଏହା ସମ୍ଭବ ହୋଇପାରୁ ନାହିଁ। ସେପଟେ ଯଦି ଜିଲା ସଭାପତି ପଦ ନ ମିଳେ ତେବେ ରବୀନ୍ଦ୍ର ଦଳ ଛାଡ଼ିଦେବାକୁ କୁଆଡ଼େ ସିଧାସଳଖ ଶୁଣାଇ ଦେଇଥିବା ଅରୁଣଙ୍କ ଘରକୁ ଆସିଥିବା ୩ ନେତାଙ୍କ ମଧ୍ୟରୁ ଜଣେ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି। ସେ ଆହୁରି କହିଛନ୍ତି, ଯାହା ନିଷ୍ପତ୍ତି କରିବା କଥା ଦଳ ସମୟରେ ନ କରିବା ଯୋଗୁ ଜିଲା ସଙ୍ଗଠନ ଦିନକୁ ଦିନ ଖରାପ ସ୍ଥିତିକୁ ଯାଉଛି। ଦଳର ଏଭଳି କାର୍ଯ୍ୟକ୍ରମ ଉପରେ କର୍ମୀମାନେ ସନ୍ତୁଷ୍ଟ ନାହାନ୍ତି ବୋଲି ସେ କହିଛନ୍ତି। ତେବେ ଅରୁଣ କିଛିଦିନ ହେବ ଦଳରେ ପାଣ୍ଡିଆନଙ୍କ ମାମଲତିକୁ ବିରୋଧ କରୁଥିବା ନେଇ ଶୁଣାଯାଉଥିବା ବେଳେ ବାଲେଶ୍ୱର ନେତାମାନେ ସମାନ କଥା ଚିନ୍ତାକରି ତାଙ୍କ ଘରକୁ ଆସିଥାଇପାରନ୍ତି ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ଏହାଦ୍ୱାରା ଜିଲା ସଭାପତି ଚୟନ କଥାରେ ମଧ୍ୟ ଓଲଟା ପ୍ରଭାବ ବିଜେଡି ସଭାପତିଙ୍କ ଉପରେ ପକାଇବାର ଏହା ଏକ ଉପାୟ ହୋଇଥାଇପାରେ ବୋଲି କୁହାଯାଉଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme