Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ପ୍ରକୃମେଣ୍ଟ ଇନିସ୍ପେକ୍ଟରଙ୍କୁ ସଂଙ୍ଗବଦ୍ଧ ଆକ୍ରମଣ, ବିରୋଧ କରୁଥିବା ଯୁବକ ମଧ୍ୟ ଆକ୍ରମଣ

Posted on December 20, 2025

ଢେଙ୍କାନାଳ କାମାକ୍ଷାନଗର ଥାନା କେନ୍ଦୁପଶି ଗ୍ରାମ ନିକଟରେ ଥିବା ସରକାରୀ ପିଡିଏସ୍ ଚାଉଳ ଗୋଦିମରେ ଗତ ୧୭ ତାରିଖ ବୁଧବାର ଦିନ ଚିଉଳ ଖାଲି ହେଊଥିବାବେଳେ କିଛି ଅସାମାଜିକ ଯୁବକ ପ୍ରୋକ୍ରମେଣ୍ଟ ଇନିସ୍ପେକ୍ଟରଙ୍କୁ ଆକ୍ରମଣ କରି ଟଙ୍କା ଛଡାଇ ନେଉଥିଲେ। ଏହି ସମୟରେ କେନ୍ଦୁପଶି ଗ୍ରାମର ତପନ ସାରଙ୍କୁ କାହିଁକି ଆକ୍ରମଣ କରୁଛ ଏବଂ ଏହାର ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ମରଣାତ୍ମକ ଆକ୍ରମଣ କରିଥିଲେ। ଏପରିକି ତପନଙ୍କ ଗୋଡ ଓ ହାତରେ ଗଭିର ଆଘାତ ଲାଗିଛି। ସେ ବର୍ତମାନ ଗୁରୁତର ଅବସ୍ଥାରେ କଟକରେ ଚିକିତ୍ସିତ ହେଉଛନ୍ତି। ଏନେଇ ବିଭାଗ ତରଫରୁ ଓ ତପନଙ୍କ ପରିବାର ତରଫରୁ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା। ଫଳରେ ଆଜି ଗୋଦିମ କର୍ମଚାରି ଓ ଗ୍ରାମବାସି ମିଶି ଗୋଦିମ ସମ୍ମୁଖରେ ଧାରଣାରେ ବସିଥିଲେ। ଖବର ପାଇ ଘଟଣାସ୍ଥଳରେ କାମାକ୍ଷାନଗର ଏସଡିପିଓ ଓ ଉପଜିଲ୍ଲାପାଳ ପହଞ୍ଚି ବୁଝାସୁଝା କରିଥିଲେ। ଦୁର୍ବୁତ୍ତ ମାନଙ୍କୁ ତୁରନ୍ତ ଗିରଫ କରିବା ଓ ରେଡକ୍ରସ ପାଣ୍ଠିରୁ ଆହାତଙ୍କୁ ଆର୍ଥିକ ସହାୟତା ଯୋଗେଇ ଦେବାପାଇଁ ପ୍ରତିଶୃତି ଦେବାପରେ ଧାରଣାରୁ ହଟିଥିଲେ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme