Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

କୁହୁଡି ପାଇଁ ଅବତରଣ କରିପାରିଲାନି ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର…

Posted on December 20, 2025

ପଶ୍ଚିମବଙ୍ଗର ତହେରପୁରରେ କୁହୁଡି ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ହେଲିକପ୍ଟର ଅବତରଣ କରିପାରିଲାନି। ଘନ କୁହୁଡ଼ି ପାଇଁ ଏଭଳି ହୋଇଥିବା କୁହାଯାଉଛି। ହେଲିକପ୍ଟରଟି ଉଡ଼ାଣ କରିଥିଲେ ବି ଦୃଶ୍ୟମାନ କ୍ଷମତା କମ ହୋଇଯିବାରୁ ହେଲିକପ୍ଟରଟି ନିରାପଦରେ କୋଲକାତା ବିମାନବନ୍ଦରକୁ ଫେରି ଆସିଛି। ହେଲିକପ୍ଟରରେ ଯିବା ସମ୍ଭବ ନଥିବାରୁ ମୋଦୀ ସଡ଼କ ପଥରେ ରାଲି ସ୍ଥଳରେ ପହଞ୍ଚିବେ ନା ପାଗ ସଫା ହେବା ପର୍ଯ୍ୟନ୍ତ ଅପେକ୍ଷା କରିବେ ତାହା ଜଣାପଡ଼ିନାହିଁ।

ଆଜି ସକାଳ ପ୍ରାୟ ୧୦ଟା ୪୦ ମିନିଟ୍ ସମୟରେ ପ୍ରଧାନମନ୍ତ୍ରୀ କୋଲକାତାରେ ପହଞ୍ଚିଥିଲେ। ସେଠାରୁ ହେଲିକପ୍ଟର ଯୋଗେ ନଦିଆ ଜିଲ୍ଲାର ତାହେରପୁର ଅଭିମୁଖେ ଯାତ୍ରା କରିଥିଲେ। ସେଠାରେ ସେ ପଶ୍ଚିମବଙ୍ଗରେ ରାଜପଥ ପ୍ରକଳ୍ପର ଶୁଭାରମ୍ଭ କରିବା ପାଇଁ ଏକ ପ୍ରଶାସନିକ କାର୍ଯ୍ୟକ୍ରମ ଆୟୋଜନ କରିବାର କାର୍ଯ୍ୟକ୍ରମ ରହିଥିଲା। ଏହା ପରେ ବିଜେପିର ଏକ ରାଜନୈତିକ ରାଲି ପରିବର୍ତ୍ତନ ସଂକଳ୍ପ ସଭାକୁ ସେ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ଥିଲା। ଏବେ ହେଲିକପ୍ଟରରେ ସମ୍ଭବ ନହେବାରୁ ମୋଦୀଜୀ କ’ଣ ନିଷ୍ପତ୍ତି ନେବେ ତାହା ଜଣାପଡ଼ିନାହିଁ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme