Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ପୁଣି ଶିକ୍ଷାନୁଷ୍ଠାନରେ ରାଗିଂ ; ଜୁନିୟର ଛାତ୍ରଙ୍କୁ ସିନିୟରଙ୍କ ନିର୍ଯାତନା

Posted on December 20, 2025

ପୁଣି ଶିକ୍ଷାନୁଷ୍ଠାନରୁ ଆସିଲା ରାଗିଂ । ନବମ ଶ୍ରେଣୀ ଛାତ୍ରଙ୍କୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଙ୍କ ନିସ୍ତୁକ ମାଡ଼ । ରାତି ତମାମ ନିର୍ଯାତନା ଅଭିଯୋଗ । ମାଲକାନଗିରି ଜିଲ୍ଲା ବାଲିମେଳା ଜବାହର ନବୋଦୟ ବିଦ୍ୟାଳୟରୁ ଆସିଛି ସାଂଘାତିକ ଅଭିଯୋଗ । ସ୍କୁଲର ନବମ ଶ୍ରେଣୀର ୫ ଜଣ ପିଲାଙ୍କୁ ନିସ୍ତୁକ ନିର୍ଯାତନା ଦେଇଛନ୍ତି ଯୁକ୍ତ ଦୁଇ ପ୍ରଥମ ବର୍ଷର କିଛି ଛାତ୍ର । ମଙ୍ଗଳବାର ଦିନ ୫ ଜଣ ପିଲାଙ୍କୁ ରାତି ତମାମ ନିର୍ଯାତନା ଦିଆଯାଇଛି । କାହାର ଗାଲ ଫୁଲିଛି ତ କାହା ପିଠି ଫାଟିଛି ତ ଆଉ କିଏ ଚାଲି ପାରୁନି । ଘଟଣା ସଂପର୍କରେ ଅଭିଭାବକ ଜାଣିବା ପରେ ସ୍କୁଲ ଅଧ୍ୟକ୍ଷଙ୍କୁ ଅବଗତ କରାଇଥିଲେ । କିନ୍ତୁ ଏ ସଂପର୍କରେ ଅଧ୍ୟକ୍ଷ କିଛି ଜାଣିନଥିବା କହିଥିଲେ । ପରେ ଘଟଣାଟିକୁ ଚାପିବା ପାଇଁ ନିର୍ଯାତନା ଦେଇଥିବା ଛାତ୍ରଙ୍କୁ ନିଜ ନିଜ ଘରକୁ ପଠାଇ ଦେଇଥିଲେ ।

ମାଡ ଖାଇଥିବା ଛାତ୍ରଙ୍କୁ ଅଭିଭାବକ ସ୍କୁଲ ଛାଡ଼ିବାକୁ ବର୍ତ୍ତମାନ ନାରାଜ । ଏପଟେ ଛାତ୍ର ମାନେ ହଷ୍ଟେଲ ୱାର୍ଡ଼େନ ଓ ଖେଳ ଶିକ୍ଷକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ହଷ୍ଟେଲ ୱାର୍ଡେନର ଉପସ୍ଥିତିରେ ଏସବୁ ନିର୍ଯାତନା ହୋଇଛି । ସେମାନଙ୍କ ବିରୋଧର ତଦନ୍ତ ଦାବି କରିଛନ୍ତି ଅଭିଭାବକ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଅଧ୍ୟାପକଙ୍କୁ ସରକାରଙ୍କ ଛାଟ, ତଡ଼ା ଖାଇବେ ସାର୍
  • ଚାକିରିଆଙ୍କୁ ଆଶ୍ବସ୍ତି, ଆଉ ବାରମ୍ବାର ମାଗିବାକୁ ପଡ଼ିବନି…
  • ଆଖି ବୁଜିଲା ବୋମା ଖାଇ ଗୁରୁତର ହୋଇଥିବା ହାତୀ
  • ଡାର୍କ ମୋଡ୍‌ରେ ଲାଲ୍ ଗ୍ରହ
  • ଭଣ୍ଡବାବାଙ୍କୁ ଖଣ୍ଡଗିରି ମନା

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (196)
  • ଏକ୍ସକ୍ଲୁସିଭ୍ (27)
  • ଖେଳ (51)
  • ଦେଶ ବିଦେଶ (461)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (111)
  • ରାଜ୍ୟ (1,487)
  • ସ୍ପେଶାଲ୍ ରିପୋର୍ଟ (261)
©2026 JBR Samachar | Design: Newspaperly WordPress Theme