Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ପୁଣି ଶିକ୍ଷାନୁଷ୍ଠାନରେ ରାଗିଂ ; ଜୁନିୟର ଛାତ୍ରଙ୍କୁ ସିନିୟରଙ୍କ ନିର୍ଯାତନା

Posted on December 20, 2025

ପୁଣି ଶିକ୍ଷାନୁଷ୍ଠାନରୁ ଆସିଲା ରାଗିଂ । ନବମ ଶ୍ରେଣୀ ଛାତ୍ରଙ୍କୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଙ୍କ ନିସ୍ତୁକ ମାଡ଼ । ରାତି ତମାମ ନିର୍ଯାତନା ଅଭିଯୋଗ । ମାଲକାନଗିରି ଜିଲ୍ଲା ବାଲିମେଳା ଜବାହର ନବୋଦୟ ବିଦ୍ୟାଳୟରୁ ଆସିଛି ସାଂଘାତିକ ଅଭିଯୋଗ । ସ୍କୁଲର ନବମ ଶ୍ରେଣୀର ୫ ଜଣ ପିଲାଙ୍କୁ ନିସ୍ତୁକ ନିର୍ଯାତନା ଦେଇଛନ୍ତି ଯୁକ୍ତ ଦୁଇ ପ୍ରଥମ ବର୍ଷର କିଛି ଛାତ୍ର । ମଙ୍ଗଳବାର ଦିନ ୫ ଜଣ ପିଲାଙ୍କୁ ରାତି ତମାମ ନିର୍ଯାତନା ଦିଆଯାଇଛି । କାହାର ଗାଲ ଫୁଲିଛି ତ କାହା ପିଠି ଫାଟିଛି ତ ଆଉ କିଏ ଚାଲି ପାରୁନି । ଘଟଣା ସଂପର୍କରେ ଅଭିଭାବକ ଜାଣିବା ପରେ ସ୍କୁଲ ଅଧ୍ୟକ୍ଷଙ୍କୁ ଅବଗତ କରାଇଥିଲେ । କିନ୍ତୁ ଏ ସଂପର୍କରେ ଅଧ୍ୟକ୍ଷ କିଛି ଜାଣିନଥିବା କହିଥିଲେ । ପରେ ଘଟଣାଟିକୁ ଚାପିବା ପାଇଁ ନିର୍ଯାତନା ଦେଇଥିବା ଛାତ୍ରଙ୍କୁ ନିଜ ନିଜ ଘରକୁ ପଠାଇ ଦେଇଥିଲେ ।

ମାଡ ଖାଇଥିବା ଛାତ୍ରଙ୍କୁ ଅଭିଭାବକ ସ୍କୁଲ ଛାଡ଼ିବାକୁ ବର୍ତ୍ତମାନ ନାରାଜ । ଏପଟେ ଛାତ୍ର ମାନେ ହଷ୍ଟେଲ ୱାର୍ଡ଼େନ ଓ ଖେଳ ଶିକ୍ଷକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ହଷ୍ଟେଲ ୱାର୍ଡେନର ଉପସ୍ଥିତିରେ ଏସବୁ ନିର୍ଯାତନା ହୋଇଛି । ସେମାନଙ୍କ ବିରୋଧର ତଦନ୍ତ ଦାବି କରିଛନ୍ତି ଅଭିଭାବକ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme