Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବାଲିଗୁଡ଼ା ବନଖଣ୍ଡରେ ଆତଙ୍କ ଖେଳାଉଛନ୍ତି ଦନ୍ତା…

Posted on December 20, 2025

 ଶୀତରେ ମାତିଛନ୍ତି ଦନ୍ତା… କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡରେ ଖେଳାଉଛନ୍ତି ଆତଙ୍କ । ନଷ୍ଟ କରୁଛନ୍ତି ଫସଲ । ହାତୀପଲଙ୍କ ଉପରେ ନଜର ରଖିଛି ବନବିଭାଗ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡର କୋଟଗଡ଼, ତୁମୁଡିବନ୍ଧ ଓ ବେଲଘର ବନାଞ୍ଚଳରେ ହାତୀ ଆତଙ୍କ । ଏକ ସପ୍ତାହରୁ ଉର୍ଦ୍ଧ୍ବ ହେବ କୋଟଗଡ଼ ବନାଞ୍ଚଳରେ ୮ଟିକିଆ ହାତୀପଲ ଉତ୍ପାତ ମଚାଉଛନ୍ତି । ବେଲଘର ଓ ତୁମୁଡ଼ିବନ୍ଧ ବନାଞ୍ଚଳର ବେଲଘର, ଝିରିପାଣି, ଭଣ୍ଡରଙ୍ଗି, ଲଙ୍କାଗଡ଼ ଅଞ୍ଚଳରେ ମଧ୍ୟ ୨୦ ରୁ ଉର୍ଦ୍ଧ୍ୱ ହାତୀ ଚଳପ୍ରଚଳ କରିବା ସହ ଅନେକ ଲୋକଙ୍କ ବିରି, ମୁଗ, କପା ଫସଲ ନଷ୍ଟ କରିଥିବା ଜଣାପଡ଼ିଛି ।

ସେପଟେ ହାତୀପଲଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିବା ସହ ହାତୀ ଘଉଡାଇବା ପାଇଁ ଉଦ୍ୟମ ଜାରି ରଖିଛି ବନବିଭାଗ । ଲୋକଙ୍କୁ ଡାକବାଜି ଯନ୍ତ୍ର ସାହାର୍ଯ୍ୟରେ ସଚେତନ ବି କରୁଛି । କୋଟଗଡ଼ ବନାଞ୍ଚଳରେ ୮ଟିକିଆ ହାତୀପଲ ବର୍ତ୍ତମାନ କେସ୍ରାଗୁଡ଼ା ନିକଟସ୍ଥ ଡେଙ୍ଗୁଡ଼ା ଗାଁ ଜଙ୍ଗଲରେ ଥିବା ଜଣାପଡ଼ିଛି । ସେପଟେ ହାତୀକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହେଇଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

June 2026
M T W T F S S
1234567
891011121314
15161718192021
22232425262728
2930  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme