Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ସୂଚନା ଫଳକ ପଡ଼ି ପ୍ରଥମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

Posted on December 20, 2025

ମୟୂରଭଞ୍ଜଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ବଡ ଭୁଣ୍ଡୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ବଡ଼ ଅଘଟଣ ଘଟିଯାଇଛି। ବିଦ୍ୟାଳୟ ପରିସରରେ ଥିବା ସୂଚନା ଫଳକ ପଡ଼ି ଜଣେ ପ୍ରଥମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ବରଣ କରିଥିବା ଛାତ୍ର ଜଣକ ହେଲେ ତିରିଂ ଥାନା ଅନ୍ତର୍ଗତ ବଡ଼ ଭୁଣ୍ଡୁ ଗ୍ରାମର ଶିବ ଚରଣ ଲୋହାରଙ୍କ ପୁଅ ଅଭିର ଲୋହାର ।

ବିଦ୍ୟାଳୟ ପରିସର ମଧ୍ୟରେ ଲାଗିଥିବା ସିମେଣ୍ଟ ସୂଚନା ଫଳକ ଓଲଟି ଯିବାରୁ ସେଥିରେ ତିନି ଜଣ ଛାତ୍ର ଚାପି ହୋଇଥିଲେ। ଏହି ଘଟଣାରେ ଜଣେ ପ୍ରଥମ ଶ୍ରେଣୀ ଛାତ୍ରର ଦୁଃଖଦ ମୃତ୍ୟୁ ଘଟିଛି ଓ ଅନ୍ୟ ଦୁଇ ଜଣ ଛାତ୍ର ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ଏପରି ଅଭାବନୀୟ ଘଟଣା ଘଟିଛି ସୀମାନ୍ତ ତିରିଂ ଥାନା ଅଞ୍ଚଳରେ।

ସୂଚନା ଅନୁସାରେ, ଶୁକ୍ରବାର ଅପରାହ୍ନ ପ୍ରାୟ ୩.୩୦ ସମୟ ତିରିଂ ବ୍ଲକର ସାନଭୁଣ୍ଡୁ ଗ୍ରାମ ପଞ୍ଚାୟତ ଅଂଚଳ ବଡ଼ଭୁଣ୍ଡୁ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ସୂଚନା ଫଳକ ନିକଟରେ ଛାତ୍ରମାନେ ଖେଳୁ ଥିଲେ। ସେହି ସମୟରେ ଦୁର୍ବଳ ସିମେଣ୍ଟ ସୂଚନା ଫଳକ ଓଲଟି ଯାଇ ନିକଟରେ ଖେଳୁଥିବା ଛାତ୍ର ମାନଙ୍କ ଉପରେ ଚାପି ହୋଇଯାଇ ଥିଲା। ଏହା ପରେ ନିକଟରେ ଥିବା ଅନ୍ୟ ଛାତ୍ର ଓ ଶିକ୍ଷକ ମାନେ ଫଳକ ତଳେ ଚାପି ହୋଇ ଥିବା ତିନି ଜଣ ଛାତ୍ର ମାନଙ୍କୁ ଉଦ୍ଧାର କରିଥିଲେ। ତାଙ୍କ ମଧ୍ୟରେ ଜଣେ ଗୁରୁତର ପ୍ରଥମ ଶ୍ରେଣୀ ଛାତ୍ର ଅଭିର ଲୋହାରକୁ ଉଦ୍ଧାର କରି ବିଦ୍ୟାଳୟ ଶିକ୍ଷକମାନେ ତିରିଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସକମାନେ ଛାତ୍ର ଅଭିରକୁ ମୃତ ଘୋଷଣା କରିଥିଲେ।

ମୃତ ଛାତ୍ର ବଡଭୁଣ୍ଡୁ ଗାଁର ଶିବଚରଣ ଲୋହାରଙ୍କ ପୁଅ ଅଭିର ଲୋହାର ବିଦ୍ୟାଳୟ ପ୍ରଥମ ଶ୍ରେଣୀରେ ପଢୁଥିଲା। ଅନ୍ୟ ଦୁଇ ଜଣ ଛାତ୍ର ସାମାନ୍ୟ ଆହତ ହୋଇଥିବା ଜଣାପଡିଛି। ସୂଚନା ପରେ ତିରିଂ ଥାନା ପୁଲିସ ସେଠାକୁ ଯାଇ ଛାତ୍ର ର ମୃତଦେହ କୁ ଜବତ କରି ବ୍ୟବଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନା କୁ ପଠାଇ ଘଟଣାର ଅଧିକ ତଦନ୍ତ କରୁଥିବା ଜଣାପଡିଛି।

ଘଟଣାକୁ ନେଇ ତିରିଂ ଥାନାରେ କେସ ନମ୍ବର ୨୨/୨୦୨୫ ରେ ଏକ ଅସ୍ୱାଭାବିକ ମୃତ୍ୟୁର ମାମଲା ରୁଜୁ ହୋଇଛି। ଶନିବାର ଦିନ ଶବ ବ୍ୟବଛେଦ କରାଯିବ ବୋଲି ଜଣାପଡିଛି।

ସୂଚନାଯୋଗ୍ୟ, ଆର୍ଥିକ ବର୍ଷ ୨୦୨୨- ୨୩ ରେ ତିରିଂ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଶୌଚାଳୟ ନିର୍ମାଣ କରାଯିବା ପାଇଁ ବିଦ୍ୟାଳୟ ପରିସର ପାଚେରୀ ସଂଲଗ୍ନ ଏକ ସିମେଣ୍ଟ ସୂଚନା ଫଳକ ନିର୍ମାଣ କରାଯାଇଥିଲା। ସମ୍ପୃକ୍ତ ସୂଚନାଫଳକ ଅତ୍ୟନ୍ତ ନିମ୍ନମାନର ହୋଇଥିବା ଯୋଗୁଁ ଦୁର୍ବଳ ହୋଇଯାଇଥିଲା ଓ ଛାତ୍ରମାନେ ଫଳକ ନିକଟରେ ଖେଳୁଥିବା ବେଳେ ତାହା ଓଲଟି ପଡିଥିଲା ବୋଲି ଅଭିଯୋଗ ହୋଇଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme