Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ପ୍ରେମ ବିବାହର କରୁଣ ପରିଣତି: ଯୌତୁକ ପାଇଁ ବଳି ପଡ଼ିଲେ ନବବଧୂ, ସ୍ୱାମୀ ଗିରଫ

Posted on December 20, 2025

ପୁଣି ଥରେ ଯୌତୁକ ନିଆଁରେ ଜଳିଯାଇଛି ଜଣେ ନବବଧୂଙ୍କ ଜୀବନ। ବାହାଘରକୁ ବର୍ଷେ ନପୂରୁଣୁ ପ୍ରେମ ବିବାହର କରୁଣ ଅନ୍ତ ଘଟିଛି। କଟକ ଜିଲ୍ଲା ନେମାଳ ଥାନା ଅଧୀନ ମାଣିକପୁର ଗ୍ରାମରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତକ ହେଲେ ନେମାଳ ପଞ୍ଚାୟତ ମାଳିଗାଁର ପ୍ରେମାନନ୍ଦ ସାହୁଙ୍କ ଝିଅ ସ୍ଥିତିପ୍ରଜ୍ଞା ସାହୁ। ଏହି ଘଟଣାରେ ପୋଲିସ ସ୍ଥିତିପ୍ରଜ୍ଞାଙ୍କ ସ୍ୱାମୀ ଶ୍ରୀନିବାସ ନାଥଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନା ଅନୁଯାୟୀ, ମାଣିକପୁର ଗ୍ରାମର ଗଣେଶ୍ୱର ନାଥଙ୍କ ପୁଅ ଶ୍ରୀନିବାସ ନାଥ ଓ ସ୍ଥିତିପ୍ରଜ୍ଞାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପ୍ରାୟ ବର୍ଷେ ତଳେ ଉଭୟ ପରିବାରର ସମ୍ମତିରେ ବା ବିନା ସମ୍ମତିରେ ପ୍ରେମ ବିବାହ କରିଥିଲେ। ମାତ୍ର ବିବାହର କିଛି ଦିନ ପରେ ସବୁକିଛି ବଦଳି ଯାଇଥିଲା। ଶାଶୁଘର ଲୋକେ ଯୌତୁକ ଦାବି କରି ସ୍ଥିତିପ୍ରଜ୍ଞାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବା ଆରମ୍ଭ କରିଥିଲେ। ଏପରିକି ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ମିଳୁଥିଲା। ଏହି ନିର୍ଯ୍ୟାତନା ସମ୍ପର୍କରେ ସ୍ଥିତିପ୍ରଜ୍ଞା ଅନେକ ସମୟରେ ତାଙ୍କ ମା’ଙ୍କୁ ଫୋନ୍ କରି କାନ୍ଦି କାନ୍ଦି ଜଣାଉଥିଲେ।


ଗତକାଲି ରାତିରେ ସ୍ଥିତିପ୍ରଜ୍ଞାଙ୍କ ମୃତ୍ୟୁ ଖବର ପାଇ ବାପଘର ଲୋକେ ସ୍ତବ୍ଧ ହୋଇଯାଇଥିଲେ। ତାଙ୍କ ମରଶରୀର ପଡ଼ିଥିବା ଦେଖି ବାପା-ମାଆ ଅଭିଯୋଗ କରିଛନ୍ତି ଯେ, ଶାଶୁଘର ଲୋକେ ତାଙ୍କ ଝିଅକୁ ଯୋଜନାବଦ୍ଧ ଭାବେ ହତ୍ୟା କରିଛନ୍ତି। ଯୌତୁକ ଦାବି ପୂରଣ ନହେବାରୁ ଝିଅକୁ ଜୀବନରୁ ଶେଷ କରିଦିଆଯାଇଛି ବୋଲି ସେମାନେ ଥାନାରେ ଏତଲା ଦେଇଛନ୍ତି। ଅନ୍ୟପଟେ ଶ୍ରୀନିବାସଙ୍କ ବଡ଼ ବାପା କହିଛନ୍ତି ଯେ, ପାରିବାରିକ କଳହ ଯୋଗୁଁ ବୋହୂ ଜୀବନ ହାରିଛି, କିନ୍ତୁ ପ୍ରକୃତ କାରଣ ସେମାନଙ୍କୁ ଜଣା ନାହିଁ।

ଖବର ପାଇ ନେମାଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିଲା। ମୃତକଙ୍କ ପରିବାରର ଅଭିଯୋଗ ଭିତ୍ତିରେ ପୋଲିସ ସ୍ୱାମୀ ଶ୍ରୀନିବାସ ନାଥଙ୍କୁ ଗିରଫ କରିଛି। ତେବେ ଘଟଣା ସମ୍ପର୍କରେ ପୋଲିସ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ପ୍ରତିକ୍ରିୟା ଦେଇନାହିଁ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହେବ।

ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। “ଯୌତୁକ ଜୁଇରେ ଆଉ କେତେ ଦିନ ଝିଅମାନେ ଜଳୁଥିବେ?” ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ବାହାଘରକୁ ବର୍ଷେ ନପୂରୁଣୁ ଏଭଳି ଦୁଃଖଦ ଘଟଣା ସମାଜର ମାନସିକତା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥିତିପ୍ରଜ୍ଞାଙ୍କ ପରିବାର ବର୍ଗ ଦାବି କରିଛନ୍ତି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

August 2026
M T W T F S S
 12
3456789
10111213141516
17181920212223
24252627282930
31  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme