
ଭିଜିଲାନ୍ସ ଜାଲରେ ଜଗତସିଂହପୁର ଜିଲ୍ଲା ରାହାମା ରେଞ୍ଜର ରାଜେନ୍ଦ୍ର କୁମାର ସାମନ୍ତରାୟ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ। ରାଜେନ୍ଦ୍ରଙ୍କ ଜଗତସିଂହପୁର ସଦର ଥାନା ଚାଟରା ସ୍ଥିତ ବାସଭବନ ଓ ସରକାରୀ କାର୍ଯ୍ୟାଳୟ ସମେତ ଏକାସାଙ୍ଗରେ ୪ଟି ସ୍ଥାନରେ ରେଡ୍ ହୋଇଛି। ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ ବ୍ୟାଙ୍କ ପାସବୁକ୍ ଜବତ ହୋଇଛି। ଏବେ ଚଢାଉ ଜାରି ରହିଛି।

ରେଞ୍ଜରଙ୍କର ଜଗତସିଂହପୁର ସ୍ଥିତ ତିନି ମହଲା କୋଠା, ପୈତୃକ ଗ୍ରାମରେ ଥିବା ଦୁଇ ମହଲା କୋଠା, କାର୍ଯ୍ୟାଳୟ ଏବଂ ସରକାରୀ କ୍ଵାର୍ଟରରେ ରେଡ୍ ଚାଲିଛି। ଏହି ଚଢାଉରେ ୨ ଜଣ ଅତିରିକ୍ତ ଏସ୍ପି, ୫ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ ଅଧିକାରୀମାନେ ସାମିଲ ଅଛନ୍ତି।
