
ଆସନ୍ତା ୨୪ ତାରିଖ ଯାଏ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଅଧିକ ଶୀତ ହେବ। ଉପକୂଳ ଓଡ଼ିଶାରେ ଅପେକ୍ଷାକୃତ କମ୍ ଶୀତ ରହିବ । ଶନିବାର କୋରାପୁଟ, ଫୁଲବାଣୀ, ବୌଦ୍ଧ, ଭବାନୀପାଟଣା, ଝାରସୁଗୁଡ଼ା ଓ ଅନୁଗୁଳରେ ପ୍ରବଳ ଶୀତ ହୋଇପାରେ । ପାଣିପାଗ ବିଭାଗ ଏଭଳି ଆକଳନ କରିଛି ।
ବରିଷ୍ଠ କୃଷି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ନୂଆବର୍ଷ ଆରମ୍ଭ ଯାଏ ଶୀତ ଜାରି ରହିବ । ରାତି ତାପମାତ୍ରା ମଝିରେ ମଝିରେ ୧ରୁ ୨ ଡିଗ୍ରୀ ବଢ଼ିପାରେ ବା କମିପାରେ । ଶିଶିର ପାତ ମଧ୍ୟ ଜାରି ରହିବ । ଉପକୂଳ ଜିଲ୍ଲାର କିଛି ସ୍ଥାନରେ ପତଳା କୁହୁଡ଼ି ହୋଇପାରେ । କିନ୍ତୁ ଘନ କୁହୁଡ଼ିର ଆଶଙ୍କା ନାହିଁ । ପାଗ ଶୁଖିଲା, ଖରାଟିଆ ଓ ମେଘମୁକ୍ତ ରହିବ । ଡିସେମ୍ବର ୨୫ରେ ଭୁବନେଶ୍ୱରର ରାତି ତାପପାତ୍ରା ପ୍ରାୟ ୧୫ ଡିଗ୍ରୀ ପାଖାପାଖି ରହିବ । ୩୧ରେ ପାରଦ ୧୨ରୁ ୧୩ ଡିଗ୍ରୀ ରହିପାରେ ।
ଗୁରୁବାର ରାଜ୍ୟର ୧୧ଟି ସ୍ଥାନର ତାପମାତ୍ରା ୧୦ ଡିଗ୍ରୀ ତଳେ ଥିଲା । ସବୁଠୁ ଥଣ୍ଡା ସ୍ଥାନ ରହିଥିଲା ଜି ଉଦୟଗିରି । ଏଠାରେ ପାରଦ ୪.୩ ଡିଗ୍ରୀ ଥିଲା ।
