Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଖଇରାରେ ଦନ୍ତା ହାତୀ ଆତଙ୍କ ; ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

Posted on December 19, 2025

ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ ଦନ୍ତା ହାତୀ ଏବେ ଶୁଣ୍ଢୀରା ପଞ୍ଚାୟତ ନୁଆସାହି ଗ୍ରାମ ନିକଟରେ ଏକ ଗ୍ରାମ୍ୟ ଜଙ୍ଗଲ ଭିତରେ ରହିଥିବା ସୂଚନା ରହିଛି । ଖବର ପାଇ ବନ ବିଭାଗ ମଧ୍ୟ ହାତୀର ଗତିବିଧି ଉପରେ ନଜର ରଖିଛି ।

ହାତୀ ପାଖକୁ ନାଯିବାକୁ ଡକାଵାଜି ଯନ୍ତ୍ରରେ ପ୍ରଚାର କରାଯାଇଛି । ଅନ୍ୟପଟେ ସ୍କୁଲ ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗୋଷ୍ଠୀ ଶିକ୍ଷା ଅଧିକାରୀ ନାରାୟଣ ଦାଶ ମହତିପୁର ଏବଂ ଶୁଣ୍ଢୀରା ପଞ୍ଚାୟତର ସମସ୍ତ ବିଦ୍ୟାଳୟକୁ ବନ୍ଦ ଘୋଷଣା କରିଛନ୍ତି । ସେହିଭଳି ଶୁଣ୍ଢୀରା ଗ୍ରାମର ସୁରେନ୍ଦ୍ର ଦାସଙ୍କ ହାତୀ ଆକ୍ରମଣରେ ମୃତ୍ୟୁକୁ ନେଇ ଅସନ୍ତୋଷ ଗ୍ରାମବାସୀ ବନ ବିଭାଗ ଅବହେଳାକୁ ଦାୟୀ କରିଛନ୍ତି ।

କହିରଖୁଛି କି, ମହତିପୁର ଠାରୁ ସୁଣ୍ଢିରା ରାସ୍ତା ଦେଇ ଯାଉଥିବା ବେଳେ ସୁଣ୍ଢିରା ଗ୍ରାମର ସୁରେନ୍ଦ୍ର ଦାସ (୬୫) ହାତୀକୁ ଦେଖି ଦୌଡି ପଳାଇ ଯାଉଥିବା ସମୟରେ ହାତୀଟି ତାଙ୍କୁ କଚାଡି ମାରିଦେଇଥିଲା ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଲକ୍ଷ୍ମୀ ବସ୍ ଚଳାଚଳକୁ ଘରୋଇ ବସ୍ ମାଲିକ ସଂଘର  ବିରୋଧ
  •  
  • ଦୁଇ ଗୋଷ୍ଠୀ ମୁହାଁମୁହିଁ , ୬ ଗିରଫ
  • ୩୧ରେ ଛତିଶଗଡ଼ ଯିବ ମହାନଦୀ କମିଟି
  • ମିଳିଲା ୨.୨୧ ଲକ୍ଷ କିଲୋ ସୁନା,୪ ଭିନ୍ନ ଭିନ୍ନ ସ୍ଥାନରେ ସୁନା ଖଣି ଠାବ

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (197)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (51)
  • ଦେଶ ବିଦେଶ (466)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (112)
  • ରାଜ୍ୟ (1,503)
  • ସ୍ପେଶାଲ୍ ରିପୋର୍ଟ (263)
©2026 JBR Samachar | Design: Newspaperly WordPress Theme