Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବାଇକକୁ ଧକ୍କା ଦେଲା ବାଇକ, ଦୁର୍ଘଟଣାରେ ଜଣେ ଗୁରୁତର

Posted on December 19, 2025

ବାଇକ ଦୁର୍ଘଟଣାରେ ଜଣେ ଗୁରୁତର । ପାଣିକୋଇଲି ଥାନା ଅନ୍ତର୍ଗତ ଧନେଶ୍ୱର-ବଡ଼ବିରୁଆଁ ରାସ୍ତାର ବଡ଼ବିରୁଆଁ ଗ୍ରାମ ପାଖ ହନୁମାନ ମନ୍ଦିର ସମ୍ମୁଖରେ ଏକ ବାଇକ ଅନ୍ୟ ଏକ ବାଇକକୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିଲେ । ଗୁରୁତର ଜଣଙ୍କ ବଡ଼ବିରୁଆଁ ଗାଁର ଅବସରପ୍ରାପ୍ତ ଆୟୁର୍ବେଦ ଡାକ୍ତର ଦୟାନିଧି ଦ୍ୱିବେଦୀ ବୋଲି ଜଣାପଡ଼ିଛି ।

ଡାକ୍ତର ଶ୍ରୀ ଦ୍ୱିବେଦୀ ଏକ ବାଇକରେ ଯାଜପୁର ରୋଡ୍‌ରୁ ନିଜ ଗାଁ ବଡ଼ବିରୁଆଁ ଯାଉଥିଲେ । ଏହି ସମୟରେ ପଛରୁ ବାଇକ ନେଇ ଆସୁଥିବା ଅନ୍ୟ ଜଣେ ଯୁବକ ତାଙ୍କୁ ଧକ୍କା ଦେଇଥିଲା । ଏହି ଧକ୍କାରେ ସେ ବାଇକରୁ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ । ତାଙ୍କୁ ପ୍ରଥମେ ଯାଜପୁର ରୋଡ୍ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । 

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

June 2026
M T W T F S S
1234567
891011121314
15161718192021
22232425262728
2930  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme