Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ମା’ ହେଲେ ୧୪ ବର୍ଷୀୟ ଦଶମ ଶ୍ରେଣୀ ଛାତ୍ରୀ 

Posted on December 19, 2025

କଟକ ଜିଲା ମାଣିଆବନ୍ଧ ଥାନା ଅନ୍ତର୍ଗତ ଖୁଣ୍ଟକଟା ଅଞ୍ଚଳର ଜଣେ ୧୪ ବର୍ଷୀୟ ଦଶମ ଶ୍ରେଣୀ ଛାତ୍ରୀ ବଳାତ୍କାର ଶିକାର ହେବା ପରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ କଟକର ଏକ ଘରୋଇ ହସ୍ପିଟାଲରେ ଜିଲା ଶିଶୁ ମଙ୍ଗଳ ସମିତି (CWC)ର ହସ୍ତକ୍ଷେପ କ୍ରମେ ପୁଲିସ ଚଢ଼ଉ କରି ଉଭୟ ମା’ ଓ ଶିଶୁଙ୍କୁ ଉଦ୍ଧାର କରିଛି।

ନାବାଳିକା ଜଣକ କିଛି ମାସ ତଳେ ସ୍କୁଲରୁ ଫେରୁଥିବା ବେଳେ ରେଙ୍ଗାଲି ପୋଲ ନିକଟରେ ଦୁଇଜଣ ବ୍ୟକ୍ତି ତାଙ୍କୁ ଟେକି ନେଇଥିଲେ ଏବଂ ସେଠାରେ ଜଣେ ତାଙ୍କ ସହ ବଳାତ୍କାର କରିଥିଲା। ଭୟରେ ନାବାଳିକା ଜଣକ ଏ ବିଷୟରେ କାହାକୁ କହିନଥିଲେ।

ଗର୍ଭବତୀ ହେବା ପରେ ପରିବାର ଲୋକେ ଜାଣି ପାରି କଟକ ସଦର ପ୍ରତାପନଗରୀସ୍ଥିତ ଏକ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରିଥିଲେ। ଚଳିତ ମାସ ୧୪ ତାରିଖ ରାତିରେ ସେ ଏକ ପୁତ୍ରସନ୍ତାନ ଜନ୍ମ ଦେଇଥିଲେ।

ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ CWCର ନିର୍ଦ୍ଦେଶକ୍ରମେ ଜିଲା ପ୍ରଶାସନର ଏକ ଟିମ୍ ଓ ସଦର ଥାନା ପୁଲିସ ତୁରନ୍ତ ହସ୍ପିଟାଲରେ ଚଢ଼ଉ କରିଥିଲେ। ଗୁରୁତର ଅବସ୍ଥାରେ ଥିବା ଶିଶୁପୁତ୍ରକୁ ଶିଶୁଭବନରେ ଭର୍ତ୍ତି କରାଯାଇଥିବା ବେଳେ ପୀଡ଼ିତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପରେ ବସୁନ୍ଧରା ମୁକ୍ତାଶ୍ରୟ କେନ୍ଦ୍ରରେ ଥଇଥାନ କରାଯାଇଛି।ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme