Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଟୋକନ ସମସ୍ୟାକୁ ନେଇ ଚାଷୀଙ୍କ ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ ପାଳନ…

Posted on December 19, 2025

ଟୋକନ ସମସ୍ୟାକୁ ନେଇ ଶୁକ୍ରବାର ଚାଷୀଙ୍କ ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ ଜାରି ରହିଛି । ଚାଷୀମାନେ ସକାଳ ୬ଟାରୁ ସହରର ଲକ୍ଷ୍ମୀଟକିଜଛକ, ଅଇଁଠାପାଲିଛକ, କଚେରୀଛକ ଆଦି ବିଭିନ୍ନ ସ୍ଥାନରେ ପିକେଟିଂ କରି ଦୋକାନ ବଜାର ଆଦି ବ୍ଯବସାୟିକ ଅନୁଷ୍ଠାନ ସହିତ ସ୍କୁଲ, କଲେଜ ଆଦିକୁ ବନ୍ଦ କରିଛନ୍ତି । ଦିନ ଗଡ଼ିବା ସାଙ୍ଗକୁ ଚାଷୀମାନେ ପିକେଟିଂ କରି ବସ ଚଳାଚଳ, ସମସ୍ତ ସରକାରୀ ଓ ବେସରକାରୀ, ବ୍ଯାଙ୍କ, ବୀମା, ଅଦାଲତ ଆଦିକୁ ମଧ୍ଯ ସମ୍ପୂର୍ଣ ବନ୍ଦ କରିଛନ୍ତି । ସହରରେ ସମସ୍ତ ପେଟ୍ରୋଲ ଟାଙ୍କି ମଧ୍ୟ ବନ୍ଦ ରହିଛି। ହେଲେ ଜାତୀୟ ରାଜପଥ, ଟ୍ରେନଯାତ୍ରାକୁ ବନ୍ଦକୁ ବାଦ ଦିଆଯାଇଛି।

ସେହିପରି ସରକାରୀ ଓ ଘରୋଇ ଡାକ୍ତରଖାନାରେ ସ୍ବାଭାବିକ ଭାବେ ରୋଗିସେବା ଅବ୍ଯାହତ ରହିଥିବା ବେଳେ, ଔଷଧ ଦୋକାନ ଖୋଲା ରହିଛି ଓ ଆମ୍ବୁଲାନ୍ସ, ଦମକଳ, ଦୁଇଚକିଆ ଓ ଛୋଟ ଚାରିଚକିଆ ଯାନ ସ୍ବାଭାବିକ ଭାବେ ଚଳାଚଳ କରୁଥିବା ଦେଖା ଯାଇଛି । ସମସ୍ତ ଜରୁରୀକାଳୀନ ସେବାକୁ ଛାଡି ଦେଲେ ସହରରେ ସବୁ ବନ୍ଦ ରହିଛି। ପୂର୍ବରୁ ଚାଷୀ ଦୁଇ ଦୁଇ ଥର ଜାତୀୟ ରାଜପଥ ବନ୍ଦ କରିଥିଲେ ସେଥିପାଇଁ ଆଉ ଜାତୀୟ ରାଜପଥ ବନ୍ଦ କରିବେ ନାହିଁ ବୋଲି ନିଷ୍ପତି ନେଇଛନ୍ତି ।

ସେପଟେ ଏହି ବନ୍ଦକୁ ସମର୍ଥନ କରି ସହରର ବିଭିନ୍ନ ସଙ୍ଗଠନ ସହ ବିଜେଡି ଓ କଂଗ୍ରେସ ମଧ୍ୟ ବନ୍ଦରେ ସାମିଲ ହେଇଛନ୍ତି । ଚାଷୀମାନେ ସମ୍ବଲପୁର ସହର ସହ ସହର ଉପକଣ୍ଠସ୍ଥ ସିନ୍ଦୁରପଙ୍କ ତଥା ଜିଲ୍ଲାର କୁଚିଣ୍ଡା, ରେଢ଼ାଖୋଲ, ଜମନକିରା, ପଡ଼ିଆବାହାଲ, ଗୋଶାଲା ଅଞ୍ଚଳରେ ମଧ୍ୟ ବନ୍ଦ କରିଛନ୍ତି । ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ସ୍ଥାନରେ ବ୍ଯାପକ ପୋଲିସ ସୁରକ୍ଷା ବାହିନୀଙ୍କୁ ମୁତୟନ କରାଯାଇଛି। ଏପରିକି ଜିଲା ପ୍ରଶାସନ ଓ ପୋଲିସ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଲକ୍ଷ୍ମୀ ବସ୍ ଚଳାଚଳକୁ ଘରୋଇ ବସ୍ ମାଲିକ ସଂଘର  ବିରୋଧ
  •  
  • ଦୁଇ ଗୋଷ୍ଠୀ ମୁହାଁମୁହିଁ , ୬ ଗିରଫ
  • ୩୧ରେ ଛତିଶଗଡ଼ ଯିବ ମହାନଦୀ କମିଟି
  • ମିଳିଲା ୨.୨୧ ଲକ୍ଷ କିଲୋ ସୁନା,୪ ଭିନ୍ନ ଭିନ୍ନ ସ୍ଥାନରେ ସୁନା ଖଣି ଠାବ

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (197)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (51)
  • ଦେଶ ବିଦେଶ (466)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (112)
  • ରାଜ୍ୟ (1,503)
  • ସ୍ପେଶାଲ୍ ରିପୋର୍ଟ (263)
©2026 JBR Samachar | Design: Newspaperly WordPress Theme