Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ହୁହୁ ହୋଇ ବଢ଼ୁଛି ଜନସଂଖ୍ୟା, କଣ୍ଡୋମ ଶସ୍ତା କରାଇ ପାରିଲେନି ଶାହବାଜ

Posted on December 19, 2025

ପଡ଼ୋଶୀ ପାକିସ୍ତାନରେ ହୁହୁ ହୋଇ ବଢ଼ୁଛି ଜନସଂଖ୍ୟା । ଅର୍ଥ ବ୍ୟବସ୍ଥା ହ୍ୱିଲ୍ ଚେୟାରରେ ବସିଛି । କଣ୍ଡୋମ ଶସ୍ତା କରିବାକୁ ବି ଆଇଏମଏଫକୁ ପଚାରିବାକୁ ପଡୁଛି । ଗଣତନ୍ତ୍ର ଇଏମଆଇରେ ଚାଲୁଛି । ପାକିସ୍ତାନ ଯାହାର ୫୬ ହଜାର ଭିକାରିଙ୍କୁ ତଡ଼ଛି ସାଉଦି ଆରବ । ଭାବନ୍ତୁ ପାକିସ୍ତାନର ଅବସ୍ଥା କେତେ ଶୋଚନୀୟ ? ଏଠାରେ ଜନସଂଖ୍ୟା ବୃଦ୍ଧି ହାର ୨.୫୫% ରହିଛି । ଅର୍ଥାତ ପ୍ରତିବର୍ଷ ପାକିସ୍ତାନରେ ୬୦ ଲକ୍ଷ ନୂଆ ଲୋକ ଯୋଡ଼ି ହେଉଛନ୍ତି । ଏପରି ସ୍ଥିତି ସତ୍ତେ୍ୱ ଏହି ଦେଶରେ ପରିବାର ନିୟୋଜନ ଅବସ୍ଥା ଦୟନୀୟ ରହିଛି । କଣ୍ଡୋମ ସମେତ ଗର୍ଭ ନିରୋଧକ ଉପରେ ଟିକସ କମ କରାଇବା ଲାଗି ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ୍ ଚାହୁଁଥିଲେ ହେଁ ଏଥିରେ ସେ ବିଫଳ ହୋଇଛନ୍ତି । କଣ୍ଡୋମ ଏବଂ ଗର୍ଭନିରୋଧକ ଉପରୁ ଟିକସ କମାଇ ତାହାକୁ ଶସ୍ତା କରିବା ଲାଗି ଶାହବାଜ ଚାହୁଁଥିଲେ ହେଁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଏଥିପାଇଁ ମଞ୍ଜୁରି ଦେବାକୁ ମନା କରିଦେଇଛି ।

ପାକିସ୍ତାନ ସରକାର କଣ୍ଡୋମ ଉପରୁ ଟିକସ ହଟାଇଲେ ଦେଶର ରାଜସ୍ୱରେ ଅନ୍ୟୁନ ୪୦ରୁ ୬୦ କୋଟି ଟଙ୍କା କ୍ଷତି ହେବ । ଆଇଏମ୍ଏଫ୍ ଏହା ଚାହୁଁନି । କାରଣ ପାକିସ୍ତାନ ପୂର୍ବରୁ ହିଁ ନିଜ ଟିକସ ଅସୁଲ ଲକ୍ଷ୍ୟ ପୂରଣ କରିପାରି ନାହିଁ । ପାକିସ୍ତାନ ଅର୍ଥ ମନ୍ତ୍ରଣାଳୟ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୧୩.୯୭୯ ଟ୍ରିଲିୟନ ଟଙ୍କାର ନିଜର ସଂଶୋଧିତ ରାଜସ୍ୱ ଲକ୍ଷ୍ୟ ପୂରଣ ପାଇଁ ସଂଘର୍ଷ କରୁଛି । ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ପାକିସ୍ତାନର ଫେଡେରାଲ ବୋର୍ଡ ଅଫ୍ ରେଭିନ୍ୟୁ ଔପଚାରିକ ଭାବେ ଇମେଲ ଜରିଆରେ ଆମେରିକାରେ ଥିବା ଆଇଏମ୍ଏଫ୍ ମୁଖ୍ୟାଳୟ ସହ ଯୋଗାଯୋଗ କରିଥିଲା । ସେଥିରେ କଣ୍ଡୋମ ଏବଂ ଗର୍ଭନିରୋଧକ ଉପରେ ଲାଗୁଥିବା ୧୮% ଟିକସ କମ୍ କରିବା ଲାଗି କୁହାଯାଇଥିଲା । କିନ୍ତୁ ଆଇଏମ୍ଏଫ୍ର ଆର୍ଥିକ ମାମଲା ସମ୍ବନ୍ଧିତ ବିଭାଗ ପାକିସ୍ତାନର ଏହି ପ୍ରସ୍ତାବରେ ରୁଚି ଦେଖାଇନାହିଁ ।

ପାକିସ୍ତାନର ୨୦୨୬- ୨୭ର ପରବର୍ତ୍ତୀ ବଜେଟରେ ହିଁ ଏହା ଉପରେ ବିଚାର କରାଯାଇପାରିବ ବୋଲି ଆଇଏମ୍ଏଫ୍ କହିଛି । ପାକିସ୍ତାନର ଆର୍ଥିକ ସ୍ଥିତି ଏବେ ବେଶ୍ ଦୁର୍ବଳ ଅଛି । ନିଜ ଆବଶ୍ୟକତା ପୂରଣ ପାଇଁ ପାକ୍ ଋଣ ଏବଂ ବିଦେଶୀ ସହାୟତା ଉପରେ ନିର୍ଭରଶୀଳ । ଯଦି ପାକିସ୍ତାନ ଆଇଏମ୍ଏଫ୍ କଥା ନ ମାନିବ ତେବେ ଏହା ଦେବାଳିଆ ହେବା ଆଶଙ୍କା ରହିଛି । ଏଥିସହ ଅନ୍ତର୍ଜାତୀୟ ସ୍ତରରେ ଏକୁଟିଆ ପଡ଼ିବା ଏବଂ ଆର୍ଥିକ ସଙ୍କଟ ବଢ଼ିବାର ମଧ୍ୟ ଭୟ ପାକ୍କୁ ଘାରିଛି । ଆଇଏମ୍ଏଫ୍ ଅଦ୍ୟାବଧି ପାକିସ୍ତାନକୁ ୩.୩ ଅରବ ଡଲାର ଦେଇସାରିଛି । ଆଗକୁ ଆଉ ୧.୨ ଅରବ ଡଲାର ଦେବାକୁ ଯାଉଛି । ଏହା ବଦଳରେ ଆଇଏମ୍ଏଫ୍ ଅନୁସାରେ ପାକିସ୍ତାନକୁ ଶାସନ ସୁଧାର, ରାଜସ୍ୱ ବୃଦ୍ଧି, ଦୁର୍ନୀତି ବିରୋଧୀ ଉପାୟ ଲାଗୁ କରିବାକୁ ପଡ଼ିବ ବୋଲି ସର୍ତ୍ତ ରହିଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ୩୧ରେ ଛତିଶଗଡ଼ ଯିବ ମହାନଦୀ କମିଟି
  • ମିଳିଲା ୨.୨୧ ଲକ୍ଷ କିଲୋ ସୁନା,୪ ଭିନ୍ନ ଭିନ୍ନ ସ୍ଥାନରେ ସୁନା ଖଣି ଠାବ
  • ପିଟାପିଟି ହୋଇ ୨ ଶିକ୍ଷୟିତ୍ରୀ ଲହୁଲୁହାଣ: ତଦନ୍ତ ରିପୋର୍ଟ ପାଇଁ ନିର୍ଦ୍ଦେଶ ଦେଲେ ବିଡିଓ
  • ଆସନ୍ତାକାଲି ହୀରାକୁଦରେ ବିଦେଶୀ ପକ୍ଷୀ ଗଣନା…
  • ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (197)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (51)
  • ଦେଶ ବିଦେଶ (466)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (112)
  • ରାଜ୍ୟ (1,500)
  • ସ୍ପେଶାଲ୍ ରିପୋର୍ଟ (263)
©2026 JBR Samachar | Design: Newspaperly WordPress Theme