Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ନୂଆବର୍ଷ ପାଇଁ ଚାଲିବ ଅଧିକ ଟ୍ରେନ୍, ବନ୍ଦେ ଭାରତରେ ମିଳିବ ସ୍ଥାନୀୟ ଖାଦ୍ୟ

Posted on December 19, 2025

ଖ୍ରୀଷ୍ଟ ମାସ ଏବଂ ନୂଆ ବର୍ଷ ପାଇଁ ଚାଲିବ ଅଧିକ ଟ୍ରେନ୍। ନୂଆ ବର୍ଷକୁ ଧ୍ୟାନରେ ରଖି ଭାରତୀୟ ରେଲୱେ ଅଧିକ ଟ୍ରେନ ଚଳାଇବା ଯୋଜନା ରଖିଛି । ୮ ଜୋନରେ ଏହି ଟ୍ରେନ ଗୁଡ଼ିକ ଚଳାଚଳ କରିବ । ଅଦ୍ୟାବଧି ୨୪୪ ଟ୍ରେନ ଚଳାଇବା ନେଇ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ଅଧିକ ଟ୍ରିପ୍ ସମ୍ପର୍କରେ ରେଲୱେ ସୂଚନା ପ୍ରଦାନ କରିବ ।

ମୁମ୍ବାଇ-ଗୋଆ କରିଡରେ ଦୈନିକ ଏବଂ ସାପ୍ତାହିକ ଟ୍ରେନ ଚଳାଚଳ କରୁଛି । ସେହିଭଳି ମୁମ୍ବାଇ- ନାଗପୁର, ପୁନେ-ସାଙ୍ଗାନେର୍ ଏବଂ ମହାରାଷ୍ଟ୍ରର ଅନ୍ୟ ପ୍ରମୁଖ ରୁଟ୍ ଗୁଡ଼ିକରେ ଭିଡ଼ ଏଡ଼ାଇବା ଦିଗରେ ଟ୍ରେନ ସୁବିଧା କରାଯାଇଛି । ସେହିଭଳି ଦିଲ୍ଲୀ, ହାଓଡା, ଲକ୍ଷ୍ନୌ ଭଳି ସହର ପାଇଁ ସ୍ୱତନ୍ତ୍ର ଟ୍ରେନ ବ୍ୟବସ୍ଥା କରାଯାଇଛି । ଦକ୍ଷିଣ ଏବଂ କେନ୍ଦ୍ରୀୟ ଭାଗରେ ହାଇଦ୍ରାବାଦ, ବେଙ୍ଗାଲୁରୁ, ମାଙ୍ଗାଲୁରୁ ଏବଂ ଅନ୍ୟ ପ୍ରମୁଖ ସହର ଗୁଡ଼ିକରେ ଯାତ୍ରୀମାନେ ଯେଭଳି କୌଣସି ସମସ୍ୟା ସାମ୍ନା ନ କରନ୍ତି ସେ ଦିଗରେ ଫୋକସ୍ ରଖିଛି ରେଲୱେ । ସିଏସ୍ଏମ୍ଟି କରମାଲି, ଏଲ୍ଟିଟି ତିରୁଅନନ୍ତପୁରମ, ପୁନେ-ସାଙ୍ଗାନେର ଏବଂ ସିଏସ୍ଏମ୍ଟି ନାଗପୁର ଭଳି ସ୍ଥାନ ଗୁଡ଼ିକରେ ରେଲୱେ ବିଶେଷ ଟ୍ରେନ ସୁବିଧା କରିଛି । ସେହିଭଳି ବନ୍ଦେ ଭାରତ ଟ୍ରେନରେ ଯାତ୍ରୀଙ୍କ ଅଭିଜ୍ଞତା ଉନ୍ନତ କରିବା ଲାଗି ସ୍ଥାନିୟ ବ୍ୟଞ୍ଜନ ସୁବିଧା କରାଯାଇଛି । ଏବେ ମହାରାଷ୍ଟ୍ର, ଗୁଜରାଟ, ପଶ୍ଚିମବଙ୍ଗ, କେରଳ,ବିହାର ଏବଂ କାଶ୍ମୀରରେ ଯାତ୍ରୀ ମାନେ ଏହି ସୁବିଧା ପାଇବେ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

July 2026
M T W T F S S
 12345
6789101112
13141516171819
20212223242526
2728293031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme