Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

କମିବନି ଶୀତ ପ୍ରକୋପ, ୧୦ ସହର ୧୦ ଡିଗ୍ରୀ ତଳେ ପାରଦ

Posted on December 19, 2025

ଥଣ୍ଡା ଲାଗି ରହିବ । ଆହୁରି ଦୁଇ ସପ୍ତାହ ପର୍ଯ୍ୟନ୍ତ ଶୀତ କମିବା ସମ୍ଭାବନା କମ୍ । ପ୍ରାୟତଃ ରାତି ତାପମାତ୍ରା ସ୍ୱାଭାବିକଠାରୁ କମ୍ ରହିବ । ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି ) ପକ୍ଷରୁ ଆଗାମୀ ଦୁଇ ସପ୍ତାହ ପାଇଁ ଜାରି ପୂର୍ବାନୁମାନ ଚିତ୍ରରୁ ଏହା ଜଣାପଡ଼ିଛି । ଅର୍ଥାତ୍ ବଡ଼ଦିନ ଓ ଖ୍ରୀଷ୍ଟମାସ ପର୍ବ ସହ ନୂଆବର୍ଷରେ ବି ଶୀତରେ ଥରିବେ ରାଜ୍ୟବାସୀ ।

ସେମିଳିଗୁଡ଼ାରେ ବୁଧବାର ରାତିରେ ପାରଦ ଛୁଇଁଲା ୩.୯ ଡିଗ୍ରୀ । ଜି.ଉଦୟଗିରି ତାପମାତ୍ରା ଦିନକ ତଳେ ୬.୬ ଡିଗ୍ରୀ ଥିବାବେଳେ ଏହା ୫ ଡିଗ୍ରୀକୁ ଖସି ଆସିଛି । ୧୦ଟି ସହରରେ ପାରଦ ୧୦ ଡିଗ୍ରୀ ତଳକୁ ଖସି ଆସିଥିବାବେଳେ ପ୍ରାୟତଃ ପାରଦ ୧୩ ଡିଗ୍ରୀ ଭିତରେ ଥିଲା । ଉପକୂଳ ଓଡ଼ିଶାରେ ପାରଦ ୧୨ରୁ ୧୪ ଡିଗ୍ରୀ ଭିତରେ ଥିଲା । ଭୁବନେଶ୍ୱର ୧୩.୯ ଓ କଟକ ୧୩.୪ ଡିଗ୍ରୀ ଥିଲା । ପାଗ ମୁଖ୍ୟତଃ ଶୁଖିଲା ରହିବା ସମ୍ଭାବନା ଥିବାବେଳେ ରାତି ତାପମାତ୍ରାରେ ଏବେ ବିଶେଷ ପରିବର୍ତ୍ତନ ହୋଇନପାରେ । ୨୦ ତାରିଖ ସକାଳ ପର୍ଯ୍ୟନ୍ତ ସୁନ୍ଦରଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ ଏବଂ ସମ୍ବଲପୁରରେ କୁହୁଡ଼ି ସମ୍ଭାବନା ରହିଛି । କନ୍ଧମାଳ ଓ ସମ୍ବଲପୁରର ସ୍ଥାନେ ସ୍ଥାନେ ଘନ କୁହୁଡ଼ି ହୋଇପାରେ । କଟକରେ ୨୧ ତାରିଖରୁ ରାତି ତାପମାତ୍ରା ୧୨ ଡିଗ୍ରୀ ରହିପାରେ । ୨୨ରୁ ଭୁବନେଶ୍ୱର ତାପମାତ୍ରା ୧୨ ଡିଗ୍ରୀ ସେଲସିୟସ ରହିବା ସମ୍ଭାବନା ଅଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme