Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଡିଜିଟାଲ ଆରେଷ୍ଟ ଜାଲରେ ଫସିଲେ ଡାକ୍ତର,୧୨ ଲକ୍ଷ ଟଙ୍କାରୁ ଉର୍ଧ ହରାଇଲେ

Posted on December 19, 2025

ରାୟଗଡା : ଡିଜିଟାଲ ଆରେଷ୍ଟ ହୋଇ ସାଇବର କ୍ରାଇମରେ ଫସିଛନ୍ତି ରାୟଗଡାର ଜଣେ ମହିଳାଡାକ୍ତର । ସୂଚନାରୁ ଜଣାପଡିଛି ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟକରୁଥିବା ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ମମତା ଚୌଧୁରୀ ଡିଜିଟାଲ ଆରେଷ୍ଟର ଶିକାର ହୋଇଛନ୍ତି । ଏନେଇ ଡାକ୍ତର ଚୌଧୁରୀ ରାୟଗଡା ଥାନାରେ ଏତଲା ଦେଇଥିବା ଜଣାପଡିଛି । ସୂଚନା ଅନୁସାରେ କିଛି ଦିନ ତଳେ ତାଙ୍କୁ ଏକ ଫୋନ୍ କଲ ଆସିଥିଲା। ବ୍ୟକ୍ତି ଜଣକ ଏକ କୋରିୟର ଅଫିସ୍‌ରୁ କହୁଥିବା ପରିଚୟ ଦେଇ ମମତାଙ୍କ ଆଧାର କାର୍ଡ ସହ ଲିଙ୍କ୍ ଥିବା ଏକ ସନ୍ଦେହଜନକ ବ୍ୟାଗ୍ ଆସିଥିବା କହିବା ସହ ଆପଣଙ୍କ ନାମରେ ସଂଗିନ ଅଭିଯୋଗ ଅଛି ବୋଲି କହିଥି‌ଲେ । ସଙ୍ଗେ ସଙ୍ଗେ କଲ୍ ନକଲି ପୁଲିସ ଅଫିସରଙ୍କ ନିକଟକୁ ଟ୍ରାନ୍ସଫର ମଧ୍ୟ ହୋଇଥିଲା। ଭେରିଫିକେସନ ଶେଷ ନ ହେବା ପର୍ଯ୍ୟନ୍ତ ଘରୁ ନ ବାହାରିବାକୁ ସାଇବର ଫ୍ରଡ ଜଣକ ଡାକ୍ତର ମମତାଙ୍କୁ କହିଥିଲେ। ନଚେତ ତାଙ୍କୁ ଗିରଫ କରାଯିବ ବୋଲି ଧମକ ଦେଇଥିଲେ । ଏଥିରେ ସହ‌ଯୋଗ ନ କରିଲେ ଅସୁବିଧାର ସମ୍ମୁଖିନ ହେବ‌େ ବୋଲି ତାଙ୍କୁ ଧମକା ଯାଇଥିଲା। ଦୁଇ ଦିନ ମଧ୍ୟରେ ଡାକ୍ତର ମମତା ଡିଜିଟାଲ ଆରେଷ୍ଟର ଶିକାର ହୋଇ ୧୨ ଲକ୍ଷ ଟଙ୍କାରୁ ଉର୍ଧ ଟଙ୍କା ଠକେଇର ଶିକାର ହୋଇଥିଲେ। ଡାକ୍ତର ମମତାଙ୍କ ଅଭିଯୋଗ କ୍ରମେ ରାୟଗଡା ପୁଲିସ ଏବଂ ପୁଲିସର ସାଇବର ସେଲ ବିଭାଗ ଘଟଣାର ତଦନ୍ତ କରୁଥିବା ଜଣାପଡିଛି । ରାୟଗଡା ଆଇଆଇସି ପ୍ରସନ୍ନ କୁମାର ବେହେରା ଏନେଇ ମାମଲା ରୁଜୁ ହୋଇଥିବା ନେଇ ସୂଚନା ଦେଇଥିବା ବେଳେ ଡାକ୍ତର ମମତାଙ୍କୁ ଫୋନ ଯୋଗେ ପଚାରିବାରୁ କୌଣସି ସୂଚନା ଦେଇନଥିଲେ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme