
ଆପଣ ବିନା କାରଣରେ ଲଗାତାର ଉଦାସ, ଚିଡ୍ଚିଡା ଓ ମୁଡ୍ ସୁଇଂ ଶିକାର ହେଉଛନ୍ତି କି? ଏହା ହେଉଛି ଶରୀରରେ ସେରୋଟୋନିନ୍ ଅଭାବର ଲକ୍ଷଣ । କିନ୍ତୁ ଏହାକୁ ନେଇ ଚିନ୍ତିତ ହୁଅନ୍ତୁ ନାହିଁ । ବରଂ ବଜାରରେ ଉପଲବ୍ଧ କେତେକ ଫଳ ରହିଛି, ଯାହା ସେରୋଟୋନିନ୍ରେ ଭରା ଏବଂ ଷ୍ଟ୍ରେସ୍ ଦୂର କରିବାରେ ସାହାଯ୍ୟ କରିବ । ସେରୋଟୋନିନ୍ ବଢାଉଥିବା କିଛି ଫଳ ମାନସିକ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଜରୁରି । ଗବେଷଣାରୁ ଜଣାପଡିଛି ଯେ କେତେକ ଫଳ ଖାଇବା ଦ୍ୱାରା ତାହା ମସ୍ତିଷ୍କର ସଂରଚନା ଓ କାର୍ଯ୍ୟ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ । ଏହାର ପରିଣାମସ୍ୱରୂପ ମୁଡ୍ ଓ ବ୍ୟବହାରରେ ସୁଧାର ଆସିଥାଏ ।
ଏହା ଏକ ଫିଲ୍-ଗୁଡ୍ ନ୍ୟୁରୋଟ୍ରାନ୍ସମିଟର, ଯାହା ଆବଶ୍ୟକ ଏମିନୋ ଏସିଡ୍ ଟ୍ରିପ୍ଟୋଫୋନ୍ରେ ତିଆରି ସ୍ନାୟବିକ କୋଷ ଦ୍ୱାରା ଗଠିତ ହୋଇଥାଏ । ସଂକ୍ଷେପରେ କହିବାକୁ ଗଲେ ସେରୋଟୋନିନ୍ ସେଲୁଲର ସ୍ତର ଉପରେ ଶିର ଭିତରେ ବାର୍ତ୍ତା ପ୍ରସାରିତ କରିବାରେ ସାହାଯ୍ୟ କରିଥାଏ । ଏହା ରକ୍ତର ପ୍ଲେଟ୍ଲେଟ୍ ଏବଂ ପୁରା କେନ୍ଦ୍ରୀୟ ସ୍ନାୟବିକ ବ୍ୟବସ୍ଥାରେ ମିଳିଥାଏ, ଯାହା ମୁଖ୍ୟତଃ ପାଚନ ତନ୍ତ୍ରରେ ତିଆରି ହୋଇଥାଏ । କିନ୍ତୁ ପ୍ରାୟ ଲୋକଙ୍କ ଧାରଣା ଯେ ଏହା ମସ୍ତିଷ୍କରେ ହୋଇଥାଏ । ଭଲ ଶାରୀରିକ ଓ ମାନସିକ ସ୍ଥିତାବସ୍ଥା ପାଇଁ ସେରୋଟୋନିନ୍ ସ୍ତରକୁ ଉପଯୁକ୍ତ ରଖିବା ଆବଶ୍ୟକ । ନ୍ୟୁରୋଟ୍ରାନ୍ସମିଟରର ଭାବନାତ୍ମକ ଖୁସିଠାରୁ ଆରମ୍ଭ କରି ଶାରୀରିକ ସମନ୍ୱୟ ଯାଏ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ପ୍ରଭାବ ପଡିଥାଏ ।
ଚିନ୍ତା ଓ ଅବସାଦ କମ୍ ହେବା ସହ ଆରାମଦାୟକ ନିଦ୍ରା ଦେଖିବାକୁ ମିଳିଥାଏ । ଖଣ୍ଡିଆ କିମ୍ବା ଘା’ ହୋଇଥିଲେ, ଖୁବ୍ ଶୀଘ୍ର ଭଲ ହୋଇଥାଏ । ନ୍ୟୁରୋଟ୍ରାନ୍ସମିଟର ଟ୍ରିପ୍ଟୋଫୋନ୍ରେ ତିଆରି ହୋଇଥାଏ । ଆମିନୋ ଏସିଡ୍ରେ ଭରା ସୋରୋଟୋନିନ୍ଯୁକ୍ତ ଫଳ ଖାଇବା ଦେହ ପାଇଁ ଖୁବ୍ ଭଲ । ଆମିନୋ ଏସିଡ୍ ଶରୀରରେ ସେରୋଟୋନିନ୍ ଉତ୍ପାଦକୁ ବଢାଇବାରେ ସାହାଯ୍ୟ କରିଥାଏ ।
ଏଥିରେ ଟ୍ରିପ୍ଟୋଫୋନ୍ ନାମକ ଏମିନୋ ଏସିଡ୍ ରହିଛି, ଯାହା ଶରୀରର ସେରୋଟୋନିନ୍ ଓ ମେଲଟୋନିନ୍ ମୁଡ୍ ଓ ନିଦ ପାଇଁ ସାହାଯ୍ୟ କରିଥାଏ । ଏହା ଫୋଲୋଟ୍ ଓ ମ୍ୟାଗ୍ନେସିୟମ୍ ସହିତ ବହୁ ମାତ୍ରାରେ ପୋଷକ ତତ୍ତ୍ୱ ରହିଥାଏ, ଯାହା ମସ୍ତିଷ୍କରେ ଖୁସି ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ।
