Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

କୁହୁଡ଼ି ଯୋଗୁଁ ଲକ୍ଷ୍ନୌ T20 ମ୍ୟାଚ ବାତିଲ, ଫାଇନାଲ ଅହମ୍ମଦାବାଦରେ

Posted on December 18, 2025

ଘନ କୁହୁଡ଼ି ଯୋଗୁଁ ବାତିଲ ହେଲା ଲକ୍ଷ୍ନୌ T20 ମ୍ୟାଚ । ଭାରତ ୨-୧ରେ ସିରିଜ ଆଗୁଆ । ଅହମ୍ମଦାବାଦରେ ହେବ ଫାଇନାଲ୍ ଲଢ଼େଇ । ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚତୁର୍ଥ ଟି-୨୦ ମ୍ୟାଚ୍ ଘନ କୁହୁଡ଼ି ଯୋଗୁଁ ବାତିଲ ହୋଇଯାଇଛି । ଗତକାଲି ସନ୍ଧ୍ୟାରେ ଏହି ମ୍ୟାଚ୍ ଖେଳାଯିବାର ଥିଲା । କିନ୍ତୁ ପରିସ୍ଥିତି ଏପରି ଥିଲା ଯେ ଗୋଟିଏ ବଲ୍ ପଡିବା ତ ଦୂରର କଥା, ଟସ୍ ମଧ୍ୟ ହୋଇପାରିନଥିଲା । ଷ୍ଟାଡିୟମରେ କୁହୁଡ଼ି ଏତେ ମାତ୍ରାରେ ଥିଲା ଯେ ପଡିଆ ଭିତରେ କିଛି ସ୍ପଷ୍ଟ ଦେଖାଯାଉନଥିଲା । ଏହା ସହିତ ବାୟୁ ପ୍ରଦୂଷଣ-AQI ୪୦୦ରୁ ଅଧିକ ଥିବାରୁ ଖେଳିବା ବିପଜ୍ଜନକ ଥିଲା ।

ଭାରତୀୟ ଟିମର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ମୁହଁରେ ମାସ୍କ ପିନ୍ଧି ଅଭ୍ୟାସ କରୁଥିବାର ଦେଖାଯାଇଥିଲା । ଅମ୍ପାୟାରମାନେ ପ୍ରାୟ ୩ ଘଣ୍ଟା ଅପେକ୍ଷା କରିବା ସହ ୬-୭ ଥର ପଡିଆ ଯାଞ୍ଚ କରିଥିଲେ । କିନ୍ତୁ ପାଗରେ କୌଣସି ସୁଧାର ନ ଆସିବାରୁ ଶେଷରେ ମ୍ୟାଚ୍ କୁ ବାତିଲ ଘୋଷଣା କରାଯାଇଥିଲା । ଫଳରେ ଷ୍ଟାଡିୟମରେ ଉପସ୍ଥିତ ହଜାର ହଜାର ଦର୍ଶକ ନିରାଶ ହୋଇ ଫେରିଥିଲେ । ୫ ମ୍ୟାଚ୍ ବିଶିଷ୍ଟ ଏହି ସିରିଜରେ ଭାରତ ବର୍ତ୍ତମାନ ୨-୧ରେ ଆଗୁଆ ରହିଛି । ଶେଷ ତଥା ନିର୍ଣ୍ଣାୟକ ମ୍ୟାଚ୍ ଆସନ୍ତାକାଲି ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ ରେ ଖେଳାଯିବ। ଭାରତ ଏହି ମ୍ୟାଚ୍ ଜିତି ସିରିଜ୍ କବଜା କରିବାକୁ ଚେଷ୍ଟା କରିବ । ଶୀତ ଦିନେ ଉତ୍ତର ଭାରତରେ ରାତି ମ୍ୟାଚ୍ ଆୟୋଜନ କରିବା ନେଇ କ୍ରିକେଟ୍ ବୋର୍ଡ (BCCI)ର କାର୍ଯ୍ୟସୂଚୀ ଉପରେ ଏବେ ପ୍ରଶ୍ନ ଉଠୁଛି । କୁହୁଡ଼ି ପାଇଁ ମ୍ୟାଚ୍ ବାତିଲ ହେବା ଅନ୍ତର୍ଜାତୀୟ କ୍ରିକେଟରେ ଏକ ବିରଳ ଘଟଣା ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme