Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଜେଲରେ ଆରାମରେ ଶୋଇପାରୁନାହାନ୍ତି ଲୁଥ୍ରା ବ୍ରଦର୍ସ…

Posted on December 18, 2025

ଜେଲରେ ଆରାମରେ ଶୋଇପାରୁନାହାନ୍ତି ଲୁଥ୍ରା ବ୍ରଦର୍ସ । ସ୍ବାସ୍ଥ୍ୟଗତ ସମସ୍ୟା ଥିବା ଦର୍ଶାଇ ଡନଲପ ଗଦି ଯୋଗାଇ ଦେବାକୁ କୋର୍ଟଙ୍କୁ ଅନୁରୋଧ କରିଥିଲେ । ତେବେ ବିଚାରପତି ଗଦି ପାଇଁ ଅନୁରୋଧକୁ ଖାରଜ କରିଦେଇଛନ୍ତି । ଗୋଆର ଆରପୋରାରେ ଥିବା ବିର୍ଚ୍ଚ ବାଏ ରୋମିଓ ଲେନ ନାଇଟକ୍ଲବରେ ଅଗ୍ନିକାଣ୍ଡ ମାମଲାରେ ଗିରଫ ଦୁଇ ମୁଖ୍ୟ ଅଭିଯୁକ୍ତ ସୌରଭ ଓ ଗୌରବ ଲୁଥ୍ରାଙ୍କୁ ୫ ଦିନ ପାଇଁ ପୋଲିସ ରିମାଣ୍ଡକୁ ପଠାଇଛନ୍ତି କୋର୍ଟ । ଗୋଆ ​କୋର୍ଟରେ ହାଜର ସମୟରେ ଲୁଥ୍ରା ବ୍ରଦର୍ସ ନିଜ ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ଗଦି ପାଇଁ ଅନୁରୋଧ କରିଥିଲେ । ଜଣେ ଭାଇ ଅଣ୍ଟା ବିନ୍ଧା ଏବଂ ଅନ୍ୟ ଜଣେ ମେରୁଦଣ୍ଡ ତଳ ହାଡ଼ ସମସ୍ୟା ଥିବା କହି ଶୋଇବା ପାଇଁ ଏକ ଭଲ ‘ଡନ୍ ଲପ୍ ଗଦି’ ମାଗିଥିଲେ । କୋର୍ଟ ତୁରନ୍ତ ସେମାନଙ୍କର ଡାକ୍ତରୀ ପରୀକ୍ଷା କରାଇଥିଲେ। ଡାକ୍ତରୀ ରିପୋର୍ଟରେ ସେମାନେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡିଥିଲା ।

ଏହା ପରେ ବିଚାରପତି ଗଦି ପାଇଁ ସେମାନଙ୍କ ଅନୁରୋଧକୁ ଖାରଜ କରି କରିଦେଇଥିଲେ । ଗତ ୬ ତାରିଖ ରାତିରେ ଗୋଆର ଆରପୋରାରେ ଥିବା ବିର୍ଚ୍ଚ ବାଏ ରୋମିଓ ଲେନ ନାଇଟକ୍ଲବରେ ଅଗ୍ନିକାଣ୍ଡ ହୋଇଥିଲା । ଏହି ଅଗ୍ନିକାଣ୍ଡରେ ୨୫ ଜଣଙ୍କ ମୃତ୍ୟୁ ହୋଇଥିଲା । ଅଗ୍ନିକାଣ୍ଡର ମାତ୍ର କିଛି ଘଣ୍ଟା ମଧ୍ୟରେ ନାଇଟକ୍ଲବ ମାଲିକ ଦେଶ ଛାଡି ଥାଇଲାଣ୍ଡ ଚାଲିଯାଇଥିଲେ । ଥାଇଲାଣ୍ଡରୁ ପ୍ରତ୍ୟର୍ପଣ ପରେ ମଙ୍ଗଳବାର ଲୁଥ୍ରା ବ୍ରଦର୍ସ ଦିଲ୍ଲୀରେ ପହଞ୍ଚିଥିଲେ । ଏୟାରପୋର୍ଟରେ ପହଞ୍ଚିବା ପରେ ଦୁଇ ଭାଇଙ୍କୁ ଗୋଆ ପୋଲିସ ଗିରଫ କରିଥିଲା । ପଟିଆଲା ହାଉସକୋର୍ଟ ସେମାନଙ୍କୁ ୪୮ ଘଣ୍ଟାର ଟ୍ରାଞ୍ଜିଟ ରିମାଣ୍ଡରେ ପଠାଇଥିଲେ । ଗୋଆ ପୋଲିସ ସେମାନଙ୍କୁ ନେଇ ଫେରିବା ପରେ ସେଠାରେ ଅଦାଲତର ହାଜର କରିଥିଲା । ପୋଲିସ କହିଛି ଗୋଆର ବର୍ଚ୍ଚ ବାଏ ରୋମିଓ ଲେନ ନାଇଟ କ୍ଲବରେ ରେ ନିଆଁ ଲିଭାଇବା ବ୍ୟବସ୍ଥା ନଥିଲା । ଜରୁରୀକାଳୀନ ଦ୍ୱାର ମଧ୍ୟ ନଥିଲା । ତଥାପି ସେମାନେ ବେଆଇନ ଭାବେ ବାଣ ବ୍ୟବହାର କରିବାକୁ ଅନୁମତି ଦେଇଥିଲେ । ଫଳରେ୨୫ ଜଣଙ୍କ ଜୀବନ ଗଲା ।​ ଲୁଥ୍ରା ବ୍ରଦର୍ସଙ୍କ ବିରୋଧରେ ବିରୋଧରେ ହତ୍ୟା ଭଳି ଗୁରୁତର ଦଫା ଲଗାଯାଇଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme